ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପାରିତ କରାଯାଇଥିବା ବେଳେ ତତ୍ ସଙ୍ଗେ ସଙ୍ଗେ ପୂର୍ବବର୍ଷ ଏବଂ ଚଳିତ ବର୍ଷର ବ୍ୟୟ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ । ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜି ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଲାଇନ…

Read More

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ “ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ” ଏକ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ରଖିଥିଲେ। ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ଆଜି ନୟାଗଡ଼ ଜିଲ୍ଲାରେ ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମର ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି ଅଭିଯାନର କ୍ଷତିକାରକ…

Read More

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉଦଯାପିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସିଭିଲ ସୋସାଇଟି ଆନୁକୂଲ୍ୟରେ ସାତ ଦିନ ଧରି ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଆନ୍ତର୍ଜାତ ବରିଷ୍ଠ ନାଗରିକ ଦିବସ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସିଭିଲ ସୋସାଇଟିର ଚେୟାରମ୍ୟାନ ଗୋଦାବରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସିଭିଲ ସୋସାଇଟି ପକ୍ଷରୁ ଯୁବ, ଛାତ୍ର, ବରିଷ୍ଠ ନାଗରିକମାନଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ନିଆ ଯିବାକୁ ଥିବା କାର୍ଯ୍ୟକ୍ରମର ଅବତାରଣା କରିଥିଲେ। ଏହି ଅବସରରେ ସିଭିଲ ସୋସାଇଟି ପକ୍ଷରୁ ଏଠାକାର ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ନୟାଗଡ ସହରାଞ୍ଚଳରେ ସ୍ୱଛତା ପାଇଁ ନେଇଥିବା ପଦକ୍ଷେପ ନିମନ୍ତେ ଫୁଲକୁଣ୍ଡ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ ସଫଳତାର ସହ ସାତ ଦିନ ଧରି ଏହି…

Read More

ଖଣ୍ଡପଡ଼ା SDPOଙ୍କ କାର୍ଯ୍ୟକଳାପକୁ ନେଇ ନୟାଗଡ SP ଅଫିସ ସମ୍ମୁଖରେ ପ୍ରତିବାଦ ସଭା ଓ ଗଣଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ପ୍ରାୟ 78 ବର୍ଷ ପରେ ବି ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ବଳବତ ଥିବା ସ୍ଥଳେ ଅନୁସୂଚିତଜାତି / ଜନଜାତି ବର୍ଗ ମାନଂକ ଉପରେ ଜାତିଗତ ନିର୍ଯାତନା ମାମଲା NCRB ତଥ୍ୟ ଅନୁସାରେ ଆମ ରାଜ୍ୟରେ 143%ବୃଦ୍ଧି ପାଇଛି। ନୟାଗଡ ଜିଲ୍ଲାର ବିଭିନ୍ନ ଥାନା ଫତେଗଡ଼, ଖଣ୍ଡପଡା, ରଣପୁର, ଦଶପଲ୍ଲା, ଇଟାମାଟି, ଶରଣକୁଳ, ପ୍ରଭୃତିଥାନା ଅନୁସୂଚିତଜାତି ନିର୍ଯାତନା ପ୍ରବଣ ଅଂଚଳ ଭାବେ ପରିଗଣିତ ହେଉଛି। SCST ଅତ୍ୟାଚାର ମାମଲାରେ ସଠିକ ଭାବେ ତଦନ୍ତ ନ ହେବା ଏବଂ ସଠିକ ସମୟରେ ଚାର୍ଜସିଟ ଦାଖଲ ନ ହେବା ଏବଂ 95%ମାମଲା ଗିରଫ ନ ହେବା ମାମଲା ବୃଦ୍ଧି ର ଅନ୍ୟତମ କାରଣ ଅଟେ। ଘଟଣାକ୍ରମେ: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କଇଁଥ ପୋଖରୀ ଗ୍ରାମର ଅନୁସୂଚିତଜାତି ବର୍ଗ ୫ଟି ପରିବାରଙ୍କୁ ଗ୍ରାମର ସବର୍ଣ୍ଣ…

Read More

ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କ ଧାରଣା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ୧୩ ଦଫା ଦାବି ନେଇ ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଦାବି ଗୁଡିକ ମଧ୍ୟରେ ୧- ୱାର୍ଡ ନଂ ୫, ୬ ଓ ୧୦ ନମ୍ବରରେ ନିର୍ମାଣ ହୋଇଥିବା ଦୋକାନ ଘର ଗୁଡିକୁ ଯୁଦ୍ଧ କାଳିନ ଭିତ୍ତିରେ ବଣ୍ଟନ। ୨- ଯୋଗାଣ ବିଭାଗ ଦ୍ୱାରା ହୋଇଥିବା ସମସ୍ତ ହିତା ଧିକାରୀ ମାନଙ୍କୁ ରାସନ କାର୍ଡ ପ୍ରଦାନ। ୩-୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ଆକ୍ସନ ପ୍ଲାନରେ ସ୍ଥାନିତ ହୋଇଥିବା ସମସ୍ତ କାର୍ଯ୍ୟକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ। ୪- ୱାର୍ଡ଼ ନ-୬ରେ ଥିବା ସ୍ମାର୍ଟ ପାର୍କକୁ ପୂର୍ଣାଙ୍ଗ କରାଯାଉ, ୱାର୍ଡ ନଂ – ୯ରେ ଥିବା ଆଦର୍ଶ ଶ୍ମଶାନ କାର୍ଯ୍ୟକ୍ଷମ କରାଯାଉ। ୫- ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସଭା ଗୃହକୁ କାର୍ୟ୍ଯକ୍ଷମ କରାଯାଉ…

Read More

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ, ଅଲ ଓଡ଼ିଶା ଚେସ ଆସୋସିଏସନ ତଥା କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ  ଉଦଘାଟିତ ହୋଇଯାଇଛି। ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ବିଶିଷ୍ଟ ନାରୀନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଏବଂ ମ୍ୟାଚ ପରିଚାଳନା କରିବା ପାଇଁ ଆର୍ବିଟର ଭାବେ ଯୋଗଦାନ ଅଭିଷେକ ଆଚାର୍ଯ୍ୟଙ୍କୁ  ଉପଢୌକନ ଏବଂ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।  ଆୟୋଜିତ ଉଦଘାଟନୀ ସଭାରେ ଆସୋସିଏସନ ସଭାପତି ଭାଗିରଥି ଦାସ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ…

Read More

ନୟାଗଡ଼ ବ୍ଳକ୍ ରେ ଜ୍ଯୋତି କଳସ ରଥଯାତ୍ରା ସହିତ ନୂଆ ଜୟପୁରରେ ଗାୟତ୍ରୀ ଦୀପ ମହାଯଜ୍ଞ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥ ଆଜି ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ଇଟାମାଟି,ପ୍ରତାପପ୍ରସାଦ,ଘଡୁଆଳ, ଦୁର୍ଗାପ୍ରସାଦ, ନୟାଗଡ଼, ମୁକ୍ତାପୁର, ସୁବର୍ଣ୍ଣଦେଇପୁର ଓ ହାଉସିଂବୋର୍ଡରେ ପରିକ୍ରମା କରି ନିଶା ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା କରାଯାଇ ଥିଲା। ପରିଶେଷରେ ସନ୍ଧ୍ଯା ୬ଟା ସମୟରେ ନୂଆ ଜୟପୁରରେ ଗାୟତ୍ରୀ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ଓଡିଶା ରାଜ୍ଯ ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ ଓ ବିଜୟ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ତାରିଣୀ ଚରଣ ମହାରଣା…

Read More

ଓଡ଼ଗାଁ ଅଞ୍ଚଳରୁ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ଗିରଫ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଅଞ୍ଚଳର ୩ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ ଅଭିଯୁକ୍ତ ଗିରଫ, ୧ ଲକ୍ଷ ୬୦ ହଜାର ଟଙ୍କା ସମେତ ଗୋଟିଏ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର,୪ ଗୋଟି ମଟର ସାଇକେଲ, ୯ ଗୋଟି ସ୍ମାର୍ଟ ଫୋନ, ୨ ଗୋଟି ସାଧା ଫୋନ, କଟୁରୀ ଓ ପେଚକସ ଜବତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାପିଠା ସରକାରୀ ଠିପି ଖୋଲା ବିୟର ବାର, ଅପର ପାଶ୍ୱର୍ରେ ଥିବା ସିନେମାହଲ ନିକଟବର୍ତ୍ତୀ ଠିପି ବନ୍ଦ ସରକାରୀ ମଦ ଦୋକାନ ଓ ବାଘୁଆ ସରକାରୀ ମଦ ଦୋକାନରୁ ସିରିଜ ଚୋରି ଘଟଣାରେ ଓଡ଼ଗାଁ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୭ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବାବେଳେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଅଞ୍ଚଳର…

Read More

ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ,
ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପଢ଼ାଇବେ ପାଠ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇବା ପାଇଁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୨୨ ତାରିଖ ୨୦୨୨ ମସିହା ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ୨ଟି ପିରିୟଡ଼ ପାଠ ପଢ଼ାଇବା ପାଇଁ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଚିଠି କରାଯାଇଛି। ପଞ୍ଚାୟତ ରାଜ ବ୍ୟବସ୍ଥାରେ ଉପରେ ଶୀଯୁକ୍ତ ପଟ୍ଟନାୟକଙ୍କ ଦୀର୍ଘଦିନର ଅଭିଜ୍ଞତା ଓ ଜ୍ଞାନ ରହିଛି । ଏଥିପାଇଁ ତାଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ମଧ୍ୟ ସେ ଗୋପବନ୍ଧୁ ଏକାଡେମୀରେ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇଛନ୍ତି। ନୟାଗଡ଼ ଜିଲ୍ଲାର ଜଣେ ବିଚକ୍ଷଣ ରାଜନେତା ଭାବେ ଜଣାଶୁଣା ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଲୋକପ୍ରିୟ ମଣିଷ ଭାବେ ଜଣାଶୁଣା।

Read More

ଅଗ୍ନିପଥ ଯୋଜନା ପାଇଁ ନିଯୁକ୍ତି ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ସେନା ନିଯୁକ୍ତି ରାଲି ୨୨ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର (ଓଡିଶା)ର ସୈନିକ ସ୍କୁଲରେ ଅନୁଷ୍ଠିତ ହେବ। ନିଯୁକ୍ତି ରାଲି ସମୟରେ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE)ରୁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ପ୍ରାର୍ଥୀଙ୍କ ପ୍ରବେଶ ପତ୍ର ପୂର୍ବରୁ ସେମାନଙ୍କର ପଞ୍ଜିକୃତ ଇମେଲ୍ ଆଇଡିକୁ ପଠାଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାରେ ଯୋଗ ଦିଅନ୍ତୁ ୱେବସାଇଟ୍ www.joinindianarmy.nic.in ରେ ସେମାନଙ୍କର ପ୍ରୋଫାଇଲ୍‌ରେ ଲଗ୍ ଇନ୍ କରି ନିଯୁକ୍ତି ରାଲି ପାଇଁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ଼ କରିପାରିବେ । ଯେକୌଣସି ପ୍ରଶ୍ନ ପାଇଁ,…

Read More