ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ସାପ୍ତାହିକୀ ପତ୍ରିକା ସାଲାମୀର ସମ୍ପାଦକ ବର୍ଷିଆନ ସାମ୍ବାଦିକ ତଥା ନୟାଗଡ଼ ଏନଏସିର ପୂର୍ବତନ ନଗରପାଳ ଗତ ୨୯ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ।  ପୂର୍ବ ନିଷ୍ପତ୍ତି କ୍ରମେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୁଦ୍ଧକ୍ରିୟା ବ୍ରାହ୍ମଣ ଭୋଜନ ନିମନ୍ତେ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ବର୍ଗତ ଦାଶଙ୍କ ପୁରୁଣା ସହରସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କ ଜ୍ୟେଷ୍ଠପୁତ୍ରଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ।

Read More

ଦଶପଲ୍ଲାରେ ମାନବିକ ଅଧିକାର ସଚେତନତା କାର୍ଯ୍ୟକ୍ରମ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଓକିଲ ସଂଘ ଆୟୋଜନ କ୍ରମେ ଦଶପଲ୍ଲାସ୍ଥ ଗୋବିନ୍ଦ ଭବନ ଠାରେ ଅନୁସୂଚିତ ଜାତି , ଜନଜାତି ଓ ମହିଳା ମାନଙ୍କର ମାନବିକ ଅଧିକାର ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ମୁଖ୍ୟ ବିଚାରପତି ହାଇକୋର୍ଟ ତଥା ଅଧୁନା ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ସି.ବି.ଆଇ. ଜଜ୍ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ବାବା ସାହେବ୍ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଯୋଳନ କରାଗଲା ପରେ ଓକିଲ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।…

Read More

ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ବାଜିମାତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା ଲାଭ କରିଛି। A1 ଗ୍ରେଡ଼ରେ ୬ଜଣ ଛାତ୍ରଛାତ୍ରୀ ସେହିପରି A2ରେ ୧୭ଜଣ, B1ରେ ୨୧ଜଣ B2ରେ ୨୧ଜଣ, C ଗ୍ରେଡ଼ରେ ୧୮ଜଣ, D-୨ଜଣ। ଏହିପରି କୃତି ଛାତ୍ରଛାତ୍ରୀ ମାନେ ବ୍ୟାପକ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଆଶିଷ କୁମାର ପ୍ରଧାନ ସର୍ବୋଚ୍ଚ ୫୭୩ନମ୍ବର ରଖି ପିତାମାତା, ବିଦ୍ୟାଳୟ ଓ ସମ୍ପୂର୍ଣ୍ଣ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେହିପରି ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଆୟୁଷ କୁମାର ପ୍ରଧାନ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୧୦୦ ରୁ ୯୯ ନମ୍ବର ରଖି କୃତ୍ତିତ୍ୱ ହାସଲ କରିଛନ୍ତି। ଗିରିଶ କୁମାର ଘଡେଇ ଦ୍ଵିତୀୟ ରାଙ୍କ ଓ ସ୍ବର୍ଣ୍ଣଲତା…

Read More

ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କ ବାଜିମାତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୧ଜଣ, ଏ-୨ରେ ୦୩ ଜଣ, ବି-୨ରେ ୧୭ଜଣ ଓ ସି-ଗ୍ରେଡ୍ ରେ ୧୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ହନିମେଷ ଡାକୁଆ ୫୫୦ ନମ୍ବର ରଖି ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭବିଷ୍ଯତରେ ଜଣେ ଇଂଜିନିୟର ହେବା ପାଇଁ ଆଶା ରଖିଛନ୍ତି। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ  ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଶ୍ରୀଧର ସାହୁ ସେବାବ୍ରତୀ ଗୁରୁଜୀ…

Read More

ସୋହମ ତରଫରୁ ‘ଜାଗତେ ରହୋ ଭାରତ ଯାତ୍ରା’କୁ ନୟାଗଡରେ ସ୍ଵାଗତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ତରଫରୁ ଗତ ମାର୍ଚ୍ଚ ୮ ତାରିଖରୁ ମାଉଣ୍ଟ ଆବୁରୁ ଆରମ୍ଭ ହୋଇ ୧୮ଟି ରାଜ୍ୟକୁ ପ୍ରାୟ ୧୮୦୦୦ କି.ମି ଅତିକ୍ରମ କରି ଆସନ୍ତା ଜୁନ ୭ ତାରିଖରେ ନୂଆଦିଲ୍ହୀରେ ପହଞ୍ଚିବାକୁ ଥିବା “ଜାଗତେ ରହୋ ଭାରତ ଯାତ୍ରା”କୁ ନୟାଗଡରେ ସ୍ଵାଗତ କରିଯାଇଥିଲା। ତତ୍ପରେ ନୟାଗଡ ସ୍ଥିତ ଭାରତ ବିକାଶ ପରିଷଦ ଭବନ ଠାରେ ସୋହମ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି ଯାତ୍ରାର ମୁଖ୍ୟ କର୍ଣ୍ଣଧାର ତଥା ଦିଗଦର୍ଶକ ଓ ଗ୍ରାମୀଣ ବିକାଶ ମଣ୍ଡଳ, ହରିୟଣାର ପ୍ରତିଷ୍ଠତା ରାଜେନ୍ଦ୍ର କୁମାର ଏହି ଯାତ୍ରାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ  ଆଲୋଚନା କରିଥିଲେ। ନାରୀମାନଙ୍କ ସମ୍ମାନ ଓ ନାରୀ ନିର୍ଯ୍ୟାତନା ବିରୋଧରେ…

Read More

କଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ)। ନୟାଗଡ଼ରେ କଷ୍ଟିଡାକୁଆ ଭବନଠାରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ବସ୍ତିବାସିନ୍ଦା ସଂଘର ନେତା କରିମ୍ ଖାଁ ଙ୍କ ଦ୍ଵାରା ରକ୍ତପତାକା ଉତ୍ତୋଳନ କରାଯାଇଥିଲା। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ମଇଦିବସର ଇତିହାସ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଅଧୁନା ଶ୍ରମିକ କୃଷକମାନଙ୍କ ସ୍ଵାର୍ଥ ବିରୋଧରେ ଚାଲିଥିବା ବିଶ୍ଵବ୍ୟାପୀ ପୁଞ୍ଜିବାଦୀ ଚକ୍ରାନ୍ତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆସନ୍ତା ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ।

Read More

ନୟାଗଡ଼ରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନ ନୟାଗଡ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ ତଥା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିବାହୀ ଅଧିକାରୀ ଲଗ୍ନଜିତ ରାଉତ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ସଚିବ ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ, ନୟାଗଡ ଅଞ୍ଜଳି ମାଛଖଣ୍ଡ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ଜ଼ିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ନୟାଗଡ, ଶ୍ରୀ ଚିତ୍ତରଞ୍ଜନ ରାଉତ ଇତ୍ୟାଦି ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା…

Read More

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷି ଦିବସ ପାଳନ ସମାରୋହ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ନବଘନପୁର ଠାରେ ଡ଼ଃ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସଂସଦୀୟ ବ୍ୟାପାର ବିଭାଗ , ଓଡିଶା ସରକାର)ଙ୍କ କରକମଳରେ ଅଖି ମୁଠି ଅନୁକୂଳ, ଭୂମି ପୂଜନ, ଭୂମି କର୍ଷଣ ସକାଳ ଘ.୭.୩୦ମି.  ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ପରେ ଜିଲ୍ଲାପରିଷଦର ସୃଜନୀ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଥିବା ବେଳେ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡ଼ା, ଡ଼ଃ ଅରୁଣ କୁମାର ସାହୁ, ବିଧାୟକ ନୟାଗଡ, ସମ୍ମାନୀୟ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀୟ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ…

Read More

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର ନଥାଏ ଅବସର

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । କେବଳ ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଶତପଥୀଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ଭାଟସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଭକ୍ତ…

Read More

ଅବସରଦିନ ପୂର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷା ବିଭାଗର କର୍ମଚାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ଏକ ଯଥାର୍ଥ ପଦକ୍ଷେପ। ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ  ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନୟାଗଡ଼ ବ୍ଲକର ଚତୁର୍ଥଶ୍ରେଣୀ କର୍ମଚାରୀ ବଳଭଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହ ପୂର୍ଣ୍ଣାଙ୍ଗ ପେନସନ୍, କମ୍ୟୁଟେସନ, ଗ୍ରାଚ୍ୟୁୟିଟି ପ୍ରଦାନ କରିଛନ୍ତି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଓ ବନଲତା ବେହେରା ଙ୍କ ସହ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଅବସର ଗ୍ରହଣ କରିଥିବା ବଳଭଦ୍ର ପ୍ରଧାନ…

Read More