ଉତ୍ତମ କର୍ମର ଉତ୍ତମ ଫଳ କହିଲେ ମୁଖ୍ଯ ଅତିଥି ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଶିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ର ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ର ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଉତ୍ତମ କର୍ମର ଉତ୍ତମ ଫଳ…
Read MoreCategory: ନୟାଗଡ଼
ନୟାଗଡ଼ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ, ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଦାୟୀ କଲା କଂଗ୍ରେସ
ଉଭୟଙ୍କ ବିରୁଦ୍ଧରେ କୋର୍ଟରେ ମୋକଦ୍ଧମା ପାଇଁ ୧୫ ଦିନିଆ ନୋଟିସ କରାଯିବ ମିଲିଭଗତରେ ଚାଲିଛି ନୟାଗଡ଼ ଜିଲ୍ଲାବ୍ୟାପି ସ୍ୱାସ୍ଥ୍ୟ ବ୍ୟବସାୟ : କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୦୭ ନୟାଗଡ଼ କନ୍ୟାଭ୍ରୁଣ ହତ୍ୟା ଭଳି ସଂଗୀନ ବଦନାମ ବିଭୀଷିକା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ ମୋକଦ୍ଧମା ନୟାଗଡ଼ ମହିଳା ଅଦାଲତରେ ବିଚରାଧୀନ ଥିବାବେଳେ ପିସିପିଏନଡିଟି କଠୋର ଆଇନ ଏବଂ ବେଟି ବଚାଓ-ବେଟି ପଢ଼ାଓ (ବିବିବିପି) ବୈଧାନିକ ନିୟମାବଳୀକୁ ଡିଷ୍ଟ୍ରିକ୍ତ ଆପ୍ରୋପ୍ରିଏଟ ଅଥରିଟି (ଡିଏଏ ) ଅର୍ଥାତ ଜିଲ୍ଲାପାଳ ଏବଂ ସିଡ଼ିଏମଓଙ୍କ କାର୍ଯ୍ୟକାରିତାରେ ଖିଲାପି ନୀତି ପାଇଁ ଆଜି ସମଗ୍ର ଜିଲ୍ଲାରେ କିଛି ଅସାଧୁ ଅଲଟ୍ରାସାଉଣ୍ଡ ମାଲିକ ଏବଂ ଅର୍ଥପିପାସୁ ଡାକ୍ତର ଲିଙ୍ଗ ନିରୂପଣ ଭଳି ଜଘନ୍ୟ କାର୍ଯ୍ୟ କରୁଥିବା ଯୋଗୁଁ ଆଜି ନୟାଗଡ଼ ଜିଲ୍ଲାରେ ପୁନଶ୍ଚ ଶିଶୁ ଲିଙ୍ଗାନୁପାତ ସଂକଟରେ ଥିବା ଅଭିଯୋଗ କରିଛନ୍ତି ଜିଲ୍ଲା…
Read Moreଇଟାମାଟି ‘ଗିଭ୍ ବ୍ଲଡ଼ ସେଭ୍ ଲାଇଫ’ ତରଫରୁ ଗୁରୁ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଗୁରୁଦିବସ ଉପଲକ୍ଷ୍ୟେ “ଗିଭ ବ୍ଲଡ ସେଭ୍ ଲାଇଫ “ତରଫରୁ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ଇଟାମାଟି ଠାରେ ଗୁରୁ ଦିଵସ ପାଳନ କରାଯାଇଥିଲା। ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟ, ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଓ ଶ୍ରୀ ଅରବିନ୍ଦପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସମେତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ ମିଶି ପ୍ରାୟ ୧୫୦ ଜଣରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାର ପ୍ରାରମ୍ଭରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କୁମାର ସାହୁ ସୁଲଳିତ ସ୍ୱରରେ ଗୁରୁ ବନ୍ଦନା ଗାନ କରି ଥିଲେ। ଅତିଥି ମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଧୂପ ଦୀପ ଦେଇ ସଭା କାର୍ଯ୍ୟ…
Read Moreଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ
‘ଶିକ୍ଷକ ସେବା ନିବୃତ ହୋଇଥାନ୍ତି, କିନ୍ତୁ ଅବସର ନଥାଏ’ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬ ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଓ ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ ଏବଂ ଅନେକ ନିର୍ବାଚିତ ଜନପ୍ରତିନିଧି ଗୁରୁଙ୍କୁ ଉତ୍ତରୀୟ ଫୁଲ, ଚନ୍ଦନ ଦେଇ ସମ୍ବର୍ନ୍ଧିତ କରିଥିଲେ । ଅତିଥିଭାବେ ଯୋଗ ଦେଇ ଜିଲ୍ଲା…
Read Moreନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଏକ ସ୍ଵାବଲମ୍ବୀ ଦକ୍ଷତା ଭିତ୍ତିକ ତାଲିମ କାର୍ଯକ୍ରମ ଉଦ୍ ଘାଟିତ ହୋଇଯାଇଅଛି। ଉକ୍ତ ଉଦଘାଟନ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା ସବ-ଡିଭିଜନାଲ ଆରକ୍ଷୀ ଅଧିକାରୀ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ଓ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ମନୋଜ କୁମାର ସେଠୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ। ପ୍ରଥମେ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିବା ସହ କାରାଗାର ହିତାକାରୀ ମାନେ କିଭଳି କାରାଗାର ମଧ୍ୟରେ ଏବଂ କାରାଗାରରୁ ମୁକୁଳିବା ପରେ ସ୍ଵାବଲମ୍ବୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ଜେଲ ଅଧିକ୍ଷକ…
Read Moreନୟାଗଡ଼ ଆରାଧ୍ୟାଦେବୀ ମା ଦକ୍ଷିଣକାଳୀ ମନ୍ଦିର ଉନ୍ନତି ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହରସ୍ଥିତ ମା ଦକ୍ଷିଣକାଳୀ ମନ୍ଦିରର ଉନ୍ନତି ଓ ବିକାଶ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି।ସୂଚନା ଅନୁଯାୟୀ, ମନ୍ଦିରର ଅଧିକ ଉନ୍ନତି ଓ ସୌନ୍ଦର୍ଯ୍ୟୀକରଣ ନିମନ୍ତେ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ପରିଚାଳନା କମିଟିର ଅନୁରୋଧ କ୍ରମେ ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ ରାଜ ପରିବାରର ସଦସ୍ୟା ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ଆଗ୍ରହରେ ମନ୍ଦିରର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୪୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏହି ଅନୁଦାନରେ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ କରାଯିବାକୁ ଥିବାବେଳେ, ଏହାର ଶୁଭାରମ୍ଭ ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା। ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପସ୍ଥିତ ରହି ନିଜ କରକମଳରେ…
Read Moreବାଲୁଗାଁ ଯୁବ ସରପଞ୍ଚ ମନୋଜଙ୍କ ପରଲୋକ, ଶୋକବ୍ୟକ୍ତ କଲେ ବିଧାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବାଲୁଗାଁ ପଞ୍ଚାୟତ ବାସୀଙ୍କ ପାଇଁ ବଡ ଦୁଃଖଦ ଖବର। ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ୍ ସଭାପତି ଇଂ ମନୋଜ କୁମାର ନାୟକଙ୍କ ପରଲୋକ ଘଟିଛି। ବାଲୁଗାଁ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ ମନୋଜ। ମନୋଜ ଇଞ୍ଜିିୟରିଙ୍ଗ୍ ପାଠ ପଢ଼ିବା ପରେ ପଞ୍ଚାୟତ ବାସୀଙ୍କ ସେବା କରିବା ପାଇଁ ବିଜେଡ଼ି ରାଜନୀତିରେ ପ୍ରବେଶ କରିଥିଲେ । ଜଣେ ଯୁବ ସଂଗଠକ ଭାବେ ବେଶ୍ ପରିଚିତ ଥିଲେ ମନୋଜ୍। ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଲଢ଼ିଥିଲେ। ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସରପଞ୍ଚ ହେବା ଦିନଠାରୁ ପଞ୍ଚାୟତ ବାସୀଙ୍କ ହୃଦୟ ଜିଣି ନେଇଥିଲେ ମନୋଜ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା ଏବଂ…
Read Moreଶରଣକୁଳ ମହାବିଦ୍ୟାଳୟରେ ‘ଓସ୍ନେଲିଆ’ର ଅନୁଦାନ ପକ୍ଷ ପାଳିତ: ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୨ରୁ ମହାଆନ୍ଦୋଳନ ଚେତାବନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ (ଓସ୍ନେଲିଆ) ପକ୍ଷରୁ ଶରଣକୁଳ ମହାବିଦ୍ୟାଳୟ ପରିସରରେ ‘ଅନୁଦାନ ପକ୍ଷ’ ପାଳିତ ହୋଇଯାଇଛି। ୧/୬/୨୦୦୮ ରୁ ୧/୬/୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ଦାବିରେ ଏହି ଅଭିଯାନ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଗତ ବର୍ଷ ବିଧାନସଭାର ମୌସୁମୀ ଅଧିବେଶନ ବେଳେ ସଂଘ ପକ୍ଷରୁ ଚାଲିଥିବା ଆମରଣ ଅନଶନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ସ୍ଥଗିତ ରଖାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଓ ନିର୍ଦ୍ଦେଶକ କାଳିପ୍ରସନ୍ନ ମହାପାତ୍ରଙ୍କ ସହ ସଂଘ ଦୀର୍ଘ ଏକ ବର୍ଷ ଧରି ଆଲୋଚନା…
Read Moreପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତି: DIETରେ ୩ ଦିନିଆ କର୍ମଶାଳା
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ଶାରୀରିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ଶ୍ରେଣୀ ସପ୍ତମ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ନୟାଗଡ଼, ରାଜସୁନାଖଳା ପରିସରରେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାକୁ DIETର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଏଥିରେ ମୋଟ ୫୪ ଜଣ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗଦେଇଥିଲେ। କର୍ମଶାଳାରେ ଅନୁଷ୍ଠାନର ସହକର୍ମୀ ତଥା ଦୀପକ କୁମାର ପ୍ରଧାନ (O/C), ପ୍ରତାପ କୁମାର ମହାପାତ୍ର ଓ ଶିଖା ସିଆଲ୍ ପ୍ରଶ୍ନପତ୍ର ଏବଂ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଦକ୍ଷତାଭିତ୍ତିକ, ଶିକ୍ଷଣ ଫଳାଫଳ ଆଧାରିତ ତଥା ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତାର ମୂଲ୍ୟାୟନକୁ ଗୁରୁତ୍ୱ ଦେଇ ପ୍ରଶ୍ନ ପ୍ରସ୍ତୁତି ଉପରେ ବିଶେଷ ଅଭ୍ୟାସ କରାଯାଇଥିଲା। ମନୋରଞ୍ଜନ ଦାଶ,…
Read Moreଷଷ୍ଠ ଜିଲ୍ଲା ପରିଷଦ ନୟାଗଡ଼ର ଦ୍ୱାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ଷଷ୍ଠ ଜିଲ୍ଲା ପରିଷଦର ଦ୍ୱାଦଶ ସାଧାରଣ ଅଧିବେଶନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ବିଷ୍ନୁପ୍ରିୟା ବେହେରା, ସହକାରୀ ପ୍ରକଳ୍ପ ନିର୍ଦେଶକ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ରଥ ଉପସ୍ଥିତ ଥିବା ସମସ୍ତ ଜନ ପ୍ରତିନିଧି, ସରକାରୀ ଅଧିକାରୀ…
Read More