ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏସ୍ଡିପିଓ ମଦନ ମୋହନ ପ୍ରଧାନ ଜଣେ ଅଭିଯୋଗକାରିଣୀଙ୍କୁ ଦୁର୍ବବ୍ୟବହାର କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗକାରିଣୀ ଫତେଗଡ଼ ଥାନା ଅନ୍ତର୍ଗତ ଭଗବନାପୁର ଗ୍ରାମର ମଞ୍ଜୁ ଦଳେଇ ଡିଜିଙ୍କ ପରାମର୍ଶ କ୍ରମେ ଆଜି ନୟାଗଡ଼ ଏସ୍ପିଙ୍କୁ ଭେଟି ସମସ୍ତ ଘଟଣା ଜଣାଇଛନ୍ତି । ଏସ୍ଡିପିଓଙ୍କ ମନମୁଖୀ କାର୍ଯ୍ୟ ସମେତ ମଞ୍ଜୁଙ୍କ ପ୍ରତି ଅଶାଳୀନ ବ୍ୟବହାର ଓ ନିର୍ଯ୍ୟାତନା ଦେବା ନେଇ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଥିଲେ। ଏହି ଘଟଣା ବୁଝିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ନୟାଗଡ଼ ଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଜି ପୀଡ଼ିତା ଏସ୍ପିଙ୍କୁ ଭେଟିବା ସହ ଗଣମାଧ୍ୟମ ଆଗରେ ସମସ୍ତ ଘଟଣା ବଖାଣିଛନ୍ତି । ଫତେଗଡ଼ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ଏହି ମହିଳାଙ୍କ ପରିବାର ସହ ଉକ୍ତ ଗ୍ରାମର ଅନ୍ୟ…
Read MoreCategory: ନୟାଗଡ଼
ଯୁବ ଦିବସ ଓ ପରାକ୍ରମ ଦିବସ ଉଦେଶ୍ୟରେ ଏକାଠି ହେଲେ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ନଗର ଛାତ୍ର ସମ୍ମିଳନୀ ସ୍ଥାନୀୟ ରାଜବାଟି କଲ୍ୟାଣ ମଣ୍ଡପ ଠାରେ ଅୟୋଜିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ପରାକ୍ରମ ଦିବସ ଦେଶ ବ୍ୟାପି ଏବିଭିପି ଏକ ସପ୍ତାହ ପାଇଁ ପାଳନ କରୁଛି। ଏହି ଅବସରରେ ନୟାଗଡ଼ ନଗର ମଧ୍ୟ ଯୁବ ଦିବସ ଓ ପରାକ୍ରମ ଦିବସ ପାଳନ ସହ ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ଵଜିତ ପାତ୍ର ଯୋଗ ଦେଇଥିଲେ ଓ ଏବିଭିପିର ଲକ୍ଷ୍ୟ ଆଦର୍ଶ ଓ ସ୍ଵାମୀ ବିବେକାନନ୍ଦଙ୍କ ଓ ନେତାଜୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଂଯୋଜକ ଶ୍ରୀ…
Read Moreଦ୍ଵିତୀୟ ଦିନରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ -୨୦୨୬: ୨-୧ ଗୋଲରେ କେରଳ ବିଜୟୀ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଖେଳ ପଡ଼ିଆରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ-୨୦୨୬ର ଦ୍ବିତୀୟ ଦିବସରେ କେରଳ ୨-୧ ଗୋଲରେ ଗଣ୍ଡରପୁର ଭୁବନେଶ୍ୱର ଠାରୁ ବିଜୟୀ ହୋଇଛି। ଆଜିର ଏହି ଚିତ୍ତାକର୍ଷକ ଖେଳରେ କେରଳର ୧୦ ନଂ ଜର୍ଷିରେ ଖେଳୁଥିବା ଆଧିଥୀ କ୍ରିଷ୍ଣା ମ୍ୟାନ ଅଫ ମ୍ୟାଚ୍ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ। ସେହିଭଳି କେରଳର ୬୭ ନଂ ଜର୍ଷିରେ ଖେଳୁଥିବା ମୁବାର୍ଲ୍ସ ବେଷ୍ଟ ସ୍କୋରର ହୋଇଛନ୍ତି। ୭୮୬ କ୍ଲବ ସିନ୍ଦୁରିଆ, ମର୍ଣିଂ କ୍ଳବ୍, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ନୟାଗଡ, ନୟାଗଡ କ୍ଳବର ମିଳିତ ସହଯୋଗରେ ଆଜିର ଏହି ଉଦ୍ଘାଟନୀ ମ୍ୟାଚରେ ଅତିଥିଭାବେ ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କ୍ରୀଡାବିତ୍ ରାଜା ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୂତି ଭୂଷଣ ସାହୁ ଡିଆଇବି ଡିଏସପି ଡ ଦୀନେଶ ଚନ୍ଦ୍ର ନାୟକ ଯୋଗଦେଇ ଖେଳାଳୀମାନଙ୍କ…
Read Moreନରସିଂହପୁର କ୍ଲଷ୍ଟରରେ ସଫଳ ଅଭିଭାବକ/ଶିକ୍ଷକ/ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ : ଶିକ୍ଷା ଉନ୍ନତି ଉପରେ ଗୁରୁତ୍ୱ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଗତ ଶନିବାର ଦିନ ଅଭିଭାବକ, ଶିକ୍ଷକ–ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ର ସଂଯୁକ୍ତ ବୈଠକ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଥିଵାଏହି ବୈଠକରେ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ (CRCC) ସୁଶୀଲ କୁମାର ରଣା ଯୋଗ ଦେଇ ନିର୍ଦ୍ଧାରିତ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାସମ୍ବନ୍ଧୀୟ ବିଷୟ ଉପରେ ସବିସ୍ତାର ଆଲୋଚନା କରିଥିଲେ। ବୈଠକରେ ସମାପ୍ତି ସୂଚକ ଆକଳନ (SLAS) ର ଫଳାଫଳ ବିଶ୍ଳେଷଣ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଚାଲୁ ହୋଇଥିବା ନୂତନ ପରୀକ୍ଷା ପଦ୍ଧତି, ‘ପଢ଼ିବା ଗଢ଼ିବା…
Read Moreଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର କାର୍ଯ୍ୟକ୍ରମ ଆୟୋଜିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡିପଡାର ଜାତୀୟ ସେବା ଯୋଜନା(nss) ବିଭାଗଦ୍ଵାରା ସାତ ଦିନିଆ ସ୍ଵତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ଦୟଣାଝରି ଠାରେ ଆୟୋଜିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପୁଲକ କୁମାର ମହାନ୍ତି ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ ଯୋଗଦେଇ ସେବା ହିଁ ମାନବର ପରମ ଧର୍ମ ବୋଲି କହିଥିଲେ । ସମ୍ମନିତ ଅତିଥିଭାବେ ଅଧ୍ୟାପକ ଡ଼: ସନ୍ତୋଷ କୁମାର ସାହୁ ଯୋଗଦେଇ ଜାତୀୟ ସେବା ଯୋଜନାର ମହତ୍ତ୍ୱ ଉପରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଗଙ୍ଗାଧର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। କ୍ରୀଡା ଶିକ୍ଷକ ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ…
Read Moreପ୍ଲାଷ୍ଟିକ ବିରୋଧରେ ସମୂହ ସଙ୍କଳ୍ପ, ଅସୁରକୁମାରୀ ପୀଠରେ ସଚେତନତା ଅଭିଯାନ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବନ ବିଭାଗର ଆୟୋଜନରେ ଏବଂ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ସହ ବଜ୍ରକୋଟ ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର ଆସୁରକୁମାରୀ ପୀଠ ପରିସରରେ “ପ୍ଲାଷ୍ଟିକ ମୁକ୍ତ ପିକନିକ୍ ସ୍ପଟ୍ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମ ପଞ୍ଚାୟତର ସରପଞ୍ଚ ବନିତା ବଳିଆରସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ଏବଂ ଆସୁରକୁମାରୀ ପୀଠକୁ ପ୍ଲାଷ୍ଟିକ ମୁକ୍ତ କ୍ଷେତ୍ର ଭାବେ ଗଢ଼ି ତୁଳିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ରାଣା ପ୍ଲାଷ୍ଟିକ ବଦଳରେ କାଗଜ, କପଡ଼ା ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଏକ ଦିନର ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ହେଉ, ଦୀର୍ଘ ଦିନର…
Read Moreକୃଷକ ଶ୍ରମିକଙ୍କ ବିକ୍ଷୋଭ – ଫେବୃଆରୀ ୧୨ସାଧାରଣ ଧର୍ମଘଟର ଆହ୍ଵାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡୟୁନିଅନ ମାନଙ୍କ ମିଳିତ ମଞ୍ଚ ଓ କ୍ଷେତମଜଦୂର ୟୁନିଅନର ସର୍ବଭାରତୀୟ ଆହ୍ଵାନ କ୍ରମେ ଜାନୁଆରୀ ୧୮ରେ ନୟାଗଡ଼ରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ କରାଯାଇଛି। କର୍ମୀ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହି ସଭାରେ ସିଆଇଟିୟୁର ରାଜ୍ୟ ନେତା ଦୁଷ୍ମନ୍ତ କୁମାର ଦାସ ଉଦ୍ ବୋଧନ ଦେଇ କେନ୍ଦ୍ର ମୋଦି ସରକାରର ଶ୍ରମିକ ବିରୋଧୀ ଶ୍ରମ କୋଡ କିଭଳି ଶ୍ରମିକ ଶ୍ରେଣୀର ଅର୍ଜିତ ଅଧିକାରକୁ ଖର୍ବ କରିଛି, କୃଷକ ବିରୋଧୀ ବିହନ ବିଲ୍ ପାରିତ କରୁଛନ୍ତି, ବିଦ୍ୟୁତ ଘରୋଇକରଣ କରି ଉପଭୋକ୍ତା ମାନଙ୍କୁ ଶୋଷଣ କରୁଛନ୍ତି, ଆଶାକର୍ମୀ ପାଚିକା ଭଳି ସ୍କିମ କର୍ମଚାରୀଙ୍କୁ ନଗଣ୍ୟ ପାରିଶ୍ରମିକ ଦେଇ…
Read Moreଏବିଭିପିର ଖଣ୍ଡପଡା ନଗର ସମ୍ମିଳନୀ
ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନଗର ସମ୍ମିଳନୀ ସ୍ଥାନୀୟ ପଠାଣୀ ସାମନ୍ତ କ୍ଲବ ଠାରେ ଅୟୋଜିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ କୁ ଦେଶ ବ୍ୟାପି ଏବିଭିପି ଏକ ସପ୍ତାହ ପାଇଁ ପାଳନ କରୁଛି। ଏହି ଅବସରରେ ଖଣ୍ଡପଡ଼ାରେ ମଧ୍ୟ ଯୁବ ଦିବସ ପାଳନ ସହ ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପରେ ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ବୁଦ୍ଧଦେବ ବାଘ ଯୋଗ ଦେଇଥିଲେ। ଏବିଭିପିର ଲକ୍ଷ୍ୟ ଆଦର୍ଶ ଓ ସ୍ଵାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସହ ସଂଯୋଜକ ଶ୍ରୀ ମଙ୍ଗୁଳିଆ ବେହେରା ସ୍ଵାଗତ ଭାଷଣ ରଖିବା ସହ ନୂତନ ନଗର…
Read Moreନୟାଗଡ଼ କପ୍ ଉଦଘାଟିତ: ୧-୦ ଗୋଲରେ ଭଞ୍ଜନଗର ବିଜୟୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ରଙ୍ଗାରଙ୍ଗ ପରିବେଶ ଏବଂ ଆକର୍ଷଣୀୟ ସୁସଜ୍ଜିତ ଖେଳପଡିଆ ମଧ୍ୟରେ ଆଜି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୬ ଉଦଘାଟିତ ହୋଇଯାଇଛି। ସମାଜସେବୀ ଇରାନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତତୋଳନ କରି ଆଜିର ଏହି ଉଦଘାଟନୀ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ତହସିଲଦାର ରାଜେଶ୍ କେଶରୀ ସ୍ବାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ, ସମାଜସେବୀ ମମତାଜ ବେଗମ୍ ପ୍ରମୁଖ ଯୋଗଦେଇଥିଲେ। 786 ଆଥଲେଟିକ୍ ଆସୋସିଏସନ୍ ସଭାପତି ସେଖ ୟୁସୁବ, ସମ୍ପାଦକ ଅନୱର ଅଲ୍ଲୀ,…
Read Moreରାସ୍ତା ଉପରେ ବସିଥିଲେ ବୃଦ୍ଧ ଚାପିଦେଲା ଟ୍ରକ, ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ହାଟଦ୍ଵାର ନିକଟରେ ହାଇୱା ଧକ୍କାରେ ଜଣେ ମୃତ। ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ହାଟଦ୍ଵାର ଗ୍ରାମର ଗୋବିନ୍ଦ ନାୟକ ଗାଁ ରାସ୍ତାକଡରେ ବସିଥିବା ସମୟରେ ଏକ ହାଇୱା ଦୃତଗତିରେ ଆସି ତାଙ୍କୁ ଚାପିଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ସହ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଏବଂ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ଡ୍ରାଇଭର ଫୋନରେ କଥା ହୋଇ ଦୃତଗତିରେ ଗାଡି ଚଲାଉଥଲେ। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଲୋକମାନେ ଜାତୀୟରାଜପଥକୁ ଅବରୋଧ କରିଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରେ ଶହ ଶହ ଗାଡିମୋଟର ଅଟକି ରହିଥିଲା। ଡ୍ରାଇଭରକୁ ଗ୍ରାମବାସୀ ଅଟକ ରଖ୍ ପୋଲିସ ଜିମା ଦେଇଛନ୍ତି। ଗୋବିନ୍ଦଙ୍କର ଦୁଇଟି ପୁଅ ପୂର୍ବରୁ ମୃତ୍ୟୁବରଣ କରିଥିବାରୁ ସେ…
Read More