ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ,ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଥିଲେ। ନୟାଗଡ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସଙ୍କ ଉପସ୍ଥିତିରେ ସର୍ବପ୍ରଥମେ ସକାଳ ୮ଟା ସମୟରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ତିଳତର୍ପଣ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ…
Read MoreCategory: ନୟାଗଡ଼
କୃତଜ୍ଞତା ଜଣାଇଲେ ବିଧାୟକ ରମେଶ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ବିଜୁ ଭବନ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଜୟୀ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିଜୁ ଜନତା ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।୪୪weww ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଦ୍ୱିତୀୟ ଥର ନିର୍ବାଚିତ କରିଥିବାରୁ ମୁଁ ଅପ ଆପଣ ମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିବା ସହ ବିଜେଡିକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା, ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ବରିଷ୍ଠ ବିଜେଡି ସଂଗଠକ ଶଙ୍କର୍ଷଣ ବେହେରା, ୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ୧୭…
Read Moreକ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଷାଠିଏ ବର୍ଷ ନିର୍ଦ୍ଧାରିତ ବୟସ ସୀମା ଛୁଇଁଲା ପରେ ରାଜ୍ୟର ସରକାରୀ କର୍ମଚାରୀ ଚାକିରିରୁ ଅବସର ନିଅନ୍ତି। ଉକ୍ତ ନୀତି ନିୟମ ଆଧାରରେ ଆଞ୍ଚଳିକ ସାଧନ କେନ୍ଦ୍ର ସିନ୍ଦୁରିଆ ଅଧୀନରେ ଥିବା ଜାମୁସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜନାନା ମକ୍ତବ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବେବର୍ତ୍ତାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନୂଆଘଡୁଆଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି ଦେଇ, ମେନକା ସୁନ୍ଦରୀ ଦେଇ, ଜୟନ୍ତୀ ପଣ୍ଡା ଓ ଉର୍ବଶୀ ବାରିକ ପ୍ରମୁଖ ଜୁନ୍ ତିରିଶି ତାରିଖରେ ଅବସର ନେଇଛନ୍ତି। ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ବରିଷ୍ଠ ଶିକ୍ଷକ ପ୍ରସନ୍ନ ବାରିକ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ଅପସାରିତ ପୂର୍ବତନ…
Read Moreଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ତରଫରୁ ବନ ମହୋତ୍ସବ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପାଣିପଇଲା ନିକଟସ୍ଥ ମିଲେନିୟମ ଏକାଡେମୀ ପରିସରରେ ଭାରତ ବିକାଶ ପରିଷଦ ତରଫରୁ ବନ ମହୋତ୍ସବ ପାଳନ ହୋଇ ଯାଇଛି। ପରିଷଦର ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ମିଲେନିୟମ ଏକାଡେମୀ ପରିସରରେ ପ୍ରାୟ ୨୦୦ ଗଛ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜ ହାତରେ ଏକ ଲିମ୍ବ ଗଛ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ମିଲେନିୟମ ଏକାଡେମୀର ଚେୟାରମ୍ୟାନ ବସନ୍ତ କୁମାର ସାହୁ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ। ଲିମ୍ବ, କରଞ୍ଜ, ଅଶୋକ, ଓଉ, ବଉଳ, ଜାମୁ, ମେହଗାନି, କାଠ ବାଦାମ, ପେସ୍ତା ଆଦି ୨୦୦ ଗଛ ରୋପଣ କରାଯାଇ ଥିଲା।ଏହି ବନ…
Read Moreଭାରୀଯାନ ଉପରେ ଲାଗିଲା ରୋକ, ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଚଳାଚଳ ନିଷିଦ୍ଧ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୋଟର ଯାନ ଆଇନ ୧୯୮୮ (୫୯), ରୁଲ ୧୯୯୩(୧୭୩) ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା- ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ, ଗୁଣ୍ଡ ପଥର(ଚିପସ୍), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ…
Read Moreଗଣିତ ଶିକ୍ଷକଙ୍କ କୌଶଳୀ କର୍ମଶାଳା ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣିତ ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ କୌଶଳୀ କର୍ମଶାଳା ସୋଲପଟାଉଚ୍ଚବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ୪୦ଜଣ ଗଣିତ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ । ନନ୍ଦିଘୋର ବାଳିକା ଉଚ୍ଚଵିଦ୍ୟାଳୟର ଗଣିତ ଶିକ୍ଷକ ମାନସ କୁମାର ସାହୁ ଓ ରଘୁଦିବାକର ନୋଡାଲ ଉଚ୍ଚବିଦ୍ୟାଳୟ, କନ୍ଧନୟାଗଡର ଗଣିତ ଶିକ୍ଷକ କ୍ଷୀରୋଧ ଚନ୍ଦ୍ର ରାଉତରାୟ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କର୍ମଶାଳାକୁ ସୋଲପଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବା ବେଳେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ପରିଦର୍ଶନରେ ଆସିଥିଲେ।
Read Moreପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ, ଚର୍ଚ୍ଚାରେ ଦଶପଲ୍ଲାର ପଶ୍ଚିମାଞ୍ଚଳ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରାଜ୍ୟରେ ବଦଳିଛି ସରକାର, ହେଲେ ବଦଳିନାହିଁ ଓଡିଶାର ସ୍ଥିତି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ପଶ୍ଚିମାଞ୍ଚଳ ରେ । ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଘରକୁ ରାସ୍ତା ନଥିବାରୁ ପ୍ରାୟ ୧ କିଲୋମିଟର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦଶପଲ୍ଲା ବ୍ଲକରୁ। ସୂଚନା ଅନୁସାରେ ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଜାମୁସାହି ଦୁଡୁକିପାଜୁ ଗ୍ରାମର ମାନସୀ ନାୟକ ବହୁଦିନ ଧରି ଅସୁସ୍ଥ ହୋଇ ଯନ୍ତ୍ରଣା ଭୋଗୁଥିଲେ। ଏ ଖବର ହୀରାଂଚଳ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ, କିଛି ଗଣମାଧ୍ୟମ ପ୍ରତିନିଧି ଓ ପଵନପୁତ୍ର ସେବାସମିତିର ସଭ୍ଯମାନେ ମାନସୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଘରକୁ ରାସ୍ତା ନଥିବା ଆମ୍ବୁଲାନ୍ସ…
Read Moreନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ବନ ମହୋତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସତ୍ୟତା ପ୍ରତି ଏକ ବଡ ଆହ୍ଵାନ । ବିଶ୍ବ ତାପନ ମାନବ ସମାଜ ପ୍ରତି ଘାତକ ହେବାକୁ ଯାଉଛି । ବୃକ୍ଷ ରୋପଣ ଏବଂ ସବୁଜତା- ମାନବ ସମାଜକୁ ରକ୍ଷା କରିପାରିବ । ଏହି ଆହ୍ବାନକୁ ନେଇ ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପୃଷ୍ଠପୋଷକତାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଅଛି । ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରିଜା ରାଏ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ,…
Read Moreସମର୍ପଣ ବୃଦ୍ଧାଶ୍ରମକୁ ଇ-ଅଟୋ ଦାନ କଲା ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା
ନୟାଗଡ଼, (ନୟାଗଡ଼ ଦର୍ପଣ): ଅସହାୟ ନିଃସହାୟମାନଙ୍କ ପାଇଁ ସହାୟ ହେଉଛି ସମର୍ପଣ ବୃଦ୍ଧାଶ୍ରମ। ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ରହୁଛନ୍ତି ୨୫ଜଣ ଅସହାୟ ବୃଦ୍ଧବୃଦ୍ଧା। ସେମାନଙ୍କୁ ଆଉ ଟିକିଏ ଅଧିକ ସହାୟତା ଦେବା ପାଇଁ ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା ସହଯୋଗର ହାତ ବଢ଼ାଇ ସମର୍ପଣ ଅନ୍ତେବାସୀମାନେ ଡାକ୍ତରଖାନାକୁ ଯିବା ଆସିବା କରିବା ପାଇଁ ଗୋଟିଏ ଇ- ଅଟୋ ଦାନ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ଷ୍ଟେଟ୍ ବ୍ଯାଙ୍କ ର ଏହି ସମର୍ପଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ , ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଓ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖାର ଚିଫ୍ ମ୍ଯାନେଜର ହୃଷିକେଶ ତ୍ରିପାଠୀଙ୍କ ସହିତ…
Read Moreସର୍ଟ ସର୍କିଟ ହୋଇ ଘରେ ଲାଗିଲା ନିଆଁ
ଭାପୁର, (ନୟାଗଡ଼ ଦର୍ପଣ): ଫ୍ୟାନରୁ ସର୍ଟ ସର୍କିଟରେ ଘରସାରା ନିଆଁ। ନିଆଁର ପ୍ରକୋପରେ ଫାଟିଲା ଗ୍ୟାସ ସିଲିଣ୍ଡର। ଅଳ୍ପକେ ବଞ୍ଚିଗଲା ୬ଜଣଙ୍କ ଜୀବନ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ବାସ ଭବନରେ। ରାତି ପ୍ରାୟ ୩ଟା ହେବ ସରକାରୀ କ୍ଵାଟର ମଧ୍ୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ ତାଙ୍କ ପତ୍ନୀ ଏବଂ ୩ ଛୁଆ ଏବଂ ତାଙ୍କ ମା ଶୋଇଥିଲେ। ହଠାତ ତାଙ୍କ ମା’ଙ୍କ ରୁମରେ ଥିବା ଟେବୁଲ ଫ୍ୟାନଟି ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ବାହାରୀ ଘରର ଚାରିଆଡେ ଲାଗିଯାଇଥିଲା। ଏଭଳି ଘରର ଉତ୍ତାପ ଜାଣିପାରି ପୁଅ କୈଳାସ ଉଠି ଦେଖନ୍ତି ଘର ମଧ୍ୟରେ କଳା ଧୂଆଁ ସହିତ ନିଆଁ ଭର୍ତ୍ତି ହୋଇଯାଇଛି । ଏଭଳି ଘଟଣା ଦେଖି ପିଲାମାନଙ୍କୁ ଜୀବନ ବିକଳରେ ଘରର ପଛପଟେ…
Read More