ବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ଆରିଫ ଖାଁଙ୍କ ପରଲୋକ

ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ରୋଟାରିଆନ ଆରିଫ ଖାଁଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ଗତ ଦୁଇ ଦିନ ଧରି ସାମାନ୍ୟ ଜ୍ବରରେ ଆକ୍ରାନ୍ତ ଥିଲେ। ତେବେ ଆଜି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଖୋର୍ଦ୍ଧା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।ସୂଚନା ଯୋଗ୍ୟ ଯେ, ଗତ ବର୍ଷ ସେ ନୟାଗଡ଼ ରୋଟାରୀ କ୍ଲବର ସଭାପତି ଥିଲେ। ଗତ ଦୁଇଦିନ ତଳେ ସେ ନୟାଗଡ଼ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ନୟାଗଡ଼ର ଜଣେ ବିଶିଷ୍ଟ ସମାଜସେବୀ ଭାବେ ସେ ବେଶ ଜଣାଶୁଣା ଥିଲେ। ସେ ନୟାଗଡ଼ର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିବାବେଳେ…

Read More

ନୟାଗଡ଼ କ୍ଳବର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସାମନ୍ତ ମାର୍ଗ ସ୍ଥିତ ରୋଟାରୀ କ୍ଳବ୍ ପରିସରରେ ନୟାଗଡ଼ କ୍ଳବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଳବର ବରିଷ୍ଠ ସଦସ୍ଯ ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁଡିଏ ସମାଜମଙ୍ଗଳ କାର୍ଯ୍ୟକ୍ରମ ଚଳିତ ବର୍ଷ କରାଯିବା ପାଇଁ ସ୍ଥିର କରାଯାଇଛି। କ୍ଳବ୍ ପରିଚାଳନା କମିଟିର କାର୍ଯ୍ଯକାଳ ପୂରଣ ହୋଇ ଯାଇଥିବାରୁ ଏକ ନୂତନ ପରିଚାଳନା କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଥିଲା। କ୍ଳବ୍ ପରିଚାଳନା କମିଟିର ଉପଦେଷ୍ଟା ଭାବେ ସୁବୋଧ କୁମାର ପଟ୍ଟନାୟକ, ଅରୁଣ କୁମାର ମହାନ୍ତି ଓ ରବିନ୍ଦ୍ର କୁମାର ସାହୁ ମନୋନୀତ ହୋଇଥିବା ବେଳେ ଅଧ୍ଯକ୍ଷ ଭାବେ ଅବଦୁଲ ଆରିଫ୍ ଖାନ୍, ଉପାଧ୍ୟକ୍ଷ ଭାବେ ଶରତଚନ୍ଦ୍ର ଆଚାର୍ଯ୍ୟ, ସଂପାଦକ ଭାବେ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ଭାବେ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଓ କୋଷାଧ୍ୟକ୍ଷ…

Read More

ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁନିତା ମିଶ୍ର ଦୀପ ପ୍ରଜ୍ବଳନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ମିଶ୍ର ଶ୍ରାବଣ ପୁର୍ଣିମା ତଥା ରକ୍ଷାବନ୍ଧନ ପର୍ବର ମହତ୍ୱ, ଗାୟତ୍ରୀ, ବଳଦେବଙ୍କ ଜନ୍ମ, ବିଶ୍ୱ ସଂସ୍କୃତ ଦିବସ, ଗହ୍ମାଡିଆଁ ଆଦି ପର୍ବ ବିଷୟରେ ଶିଶୁମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ଏହି ରକ୍ଷା ବନ୍ଧନ ଉତ୍ସବରେ ବିଦ୍ୟାଳୟର ପ୍ରାୟ ୨୦୦ରୁ ଉର୍ଦ୍ବ ଶିଶୁ ଉପସ୍ଥିତ ଥିଲେ। ଶେଷରେ ସେମାନଙ୍କ ମଧ୍ୟରେ ମିଷ୍ଠlନ୍ନ ବଣ୍ଟାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ‘ରକ୍ଷା ବନ୍ଧନ’, ‘ନିଶା ନିବାରଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ, ଆମ ଓଡିଶା ଓ ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପୌରପରିଷଦର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ସନ୍ଦିପ କୁମାର ଲେଙ୍କା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଆଜିର ଦିବସଟିରେ ରକ୍ଷା ବନ୍ଧନ ଓ ବଳଦେବଜନ୍ମ କାହିଁକି ପାଳନ କରାଯାଏ ବୋଲି ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ଚୌଧୁରୀ…

Read More

ବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟ ସାହିତ୍ୟର କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ‘ନନାଙ୍କ ଡାଏରୀ’ ନୟାଗଡ଼ ବ୍ଳକ ସଭାଗୃହରେ ଆଜି ପୂର୍ବାହ୍ନରେ ଅତିଥିମାନଙ୍କ ଦ୍ୱାରା ପାଠକାର୍ପଣ ହୋଇଯାଇଛି। ନାଟ୍ୟକାରଙ୍କ ସୁପୁତ୍ର ଡ.ଅଶୁତୋଷ ମିଶ୍ରଙ୍କ ଦ୍ୱାରା ଲିଖିତ ଏହି ଜୀବନୀ ପୁସ୍ତକ ଉନ୍ମୋଚନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ପ୍ରକାଶକ ବନୋଜ ମିଶ୍ର ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ତଥା ଗବେଷକ ଡ.ସନ୍ତୋଷ କୁମାର ତ୍ରିପାଠୀ ଏବଂ ବରେଶ୍ୟ ଅତିଥିଭାବେ ଔପନ୍ୟାସିକ ଡ.ଅଜୟ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଓଡ଼ିଶାର ସମୃଦ୍ଧ ନାଟ୍ୟ ପରମ୍ପରାକୁ ବେଗବାନ, ଗତିଶୀଳ ଓ ରୁଚିଶୀଳ କରିବାରେ ନାଟ୍ୟକାର…

Read More

ଶ୍ରାବଣର ସ୍ୱର ସାହିତ୍ୟ ଆସରରେ କବିତାର ବର୍ଷା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ସ୍ୱର ସାହିତ୍ୟ ଆଲୋଚନା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସାରସ୍ବତ ସଭାରେ ସତୁରୀରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗଦେଇ ସ୍ଵରଚିତ କବିତା ଓ ଗଳ୍ପ ପଠନ କରି ଅତିଥି ମାନଙ୍କ ଠାରୁ ପ୍ରସଂଶାପତ୍ର ଗ୍ରହଣ କରିଥିଲେ। ଆଜିର ସାରସ୍ବତ ଉତ୍ସବରେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଶିଷ୍ଟ ଶିକ୍ଷାବିତ୍, କବି ତଥା ମେହେର ସାହିତ୍ୟର ଧୂରିଣ ବକ୍ତା ଓ ଗବେଷକ ଜନାବ୍ ଜହିରୁଦିନ ଖାଁ ଅତିଥି ଭାବରେ ଯୋଗଦେଇଥିଲେ। କବି, ଲେଖକ ହେଉଛନ୍ତି ସମାଜର ଦର୍ପଣ। ସମାଜର ବାସ୍ତବ ଚିତ୍ରକୁ କବି ଲେଖନୀରେ ଉଜାଗର କରୁଥିବା ବେଳେ ଚିତ୍ରକର କାନଭାସରେ ତାକୁ ଉତାରିଥାଏ ବୋଲି ବିଧାୟକ…

Read More

ଜିଲ୍ଲାସ୍ତରୀୟ ପ୍ୟାରେଡରେ ପ୍ରଥମ ହୋଇଥିବା ଦଳକୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ସ୍କାଉଟ ଦଳ ପ୍ରଥମ ସ୍ଥାନ ହାସଲ କରି ମୁଖ୍ୟ ଅତିଥି ତଥା ନୟାଗଡ଼ର ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରୁ ଟ୍ରଫି ହାସଲ କରିଥିଲେ। ସ୍କାଉଟ ଦଳର ଏହି କୃତିତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସ୍କାଉଟରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଏବଂ ଅଭିଭାବକ ଅଭିନନ୍ଦନ ଜଣାଇବା ସହିତ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ…

Read More

ନୟାଗଡ଼ ମୋଟର ଆସୋସିଏସନର ପ୍ରାକ୍ତନ ସଭାପତି ଅନ୍ତର୍ଯ୍ୟାମୀ ଦାସଙ୍କ ପରଲୋକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୋଟର ଆସୋସିଏସନର ସଭାପତି, ନୟାଗଡ଼ ଏନ.ଏ.ସି.ର ପ୍ରଥମ କାଉଁସିଲର, ନୟାଗଡ଼ର ପ୍ରଥମ ଫୁଟବଲର, ମର୍ସିଡ଼ିଜ ବେଞ୍ଚ ଟ୍ରକର ପ୍ରଥମ ଓନର, ନୟାଗଡ଼ର ପ୍ରଥମ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକାରୀ ଅନ୍ତର୍ଯ୍ୟାମୀ ଦାସଙ୍କ ୯୨ବର୍ଷ ବୟସରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ବାସଭବନରେ ରବିବାର ସକାଳୁ ପରଲୋକ ହୋଇ ଯାଇଛି। ଅତ୍ୟନ୍ତ ମେଳାପୀ, ସମସ୍ତଙ୍କ ସ୍ନେହୀ ଥିବା ନୟାଗଡ଼ର ଏହି ବରିଷ୍ଠ ନାଗରିକଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହି ଦୁଃଖଦ ଖବର ପାଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Read More

କୁନି ପ୍ରତିଭା ଶୁଭ୍ରାଂଶୁଙ୍କୁ ପୁରସ୍କୃତ କଲେ ନୟାଗଡ଼ ଜିଲ୍ଲାପାଳ

ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକ୍ ଗୋପାଳପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ଵିତୀୟ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ମହାପାତ୍ରଙ୍କୁ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ପୁରସ୍କୃତ କରିଛନ୍ତି। ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ (ପିଟିଏସ୍)ପଡିଆରେ ଅଗଷ୍ଟ ୧୫ ରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରଣପୁରର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଓ ଶିକ୍ଷୟିତ୍ରୀ ସୁଜାତା ନନ୍ଦଙ୍କ ପୁତ୍ର ଶୁଭ୍ରାଂଶୁ ମହାପାତ୍ର ଗୋପାଳପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଇ କୁନି ପ୍ରତିଭା କ୍ଳଷ୍ଟର ଲେବଲରୁ…

Read More

‘ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ’ ଇଟାମାଟି ପକ୍ଷରୁ ବୃକ୍ଷ ରୋପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଉଦଯାପନ ଦିବସରେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ପଣ୍ଡୁସର ଓ ବିରୁଡା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି ଦୁଇ ପଞ୍ଚାୟତର ସୁନାଲଟି, ବାଘେରା , ମର୍ଦ୍ଦରାଜପୁର, ବରକୋଳି ପାଟଣା, ପାଣ୍ଡେରୀ ପାଟଣା, ବିରୁଡ଼ା ଗ୍ରାମରେ ପ୍ରତି ଘରକୁ ଘର ଯାଇ ଆମ୍ବ,ପଣସ, ଅଁଳା, ଡାଳିମ୍ବ, ଅଶୋକ, ଜାମୁ, ବାଉଁଶ, ବେଲ ଓ ଗଙ୍ଗଶିଉଳି ଭଳି ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଣ୍ଟନ କରାଯାଇଅଛି । ଏହି ମହତ୍ ଜନହିତକର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉଦ୍ୟାନ କୃଷି ଅଧକାରୀ…

Read More