ନୟାଗଡ଼, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ଆଧାର କାର୍ଡ଼ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଅନିବାର୍ଯ୍ୟ ପରିଚୟ ପତ୍ର ଭାବେ ପରିଣତ ହୋଇଛି। ସରକାରୀ ଯୋଜନାର ଲାଭ ଉଠାଇବାଠାରୁ ଆରମ୍ଭ କରି ବ୍ୟାଙ୍କିଂ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସେବାରେ ଆଧାରର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ ଆଧାରରେ ଥିବା ନାମ, ଜନ୍ମତାରିଖ କିମ୍ବା ଅନ୍ୟାନ୍ୟ ସୂଚନା ସଂଶୋଧନ କରିବା ପ୍ରକ୍ରିୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୂର୍ବରୁ ପୋଷ୍ଟ ଅଫିସରେ ମାତ୍ର ୫୦ ଟଙ୍କା ଦେଇ ଆଧାରର ସାଧାରଣ ତ୍ରୁଟି ସଂଶୋଧନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ଆବେଦକଙ୍କୁ ପ୍ରଥମେ ମାଜିଷ୍ଟ୍ରେଟଙ୍କ ନିକଟରୁ ଆଫିଡେଭିଟ୍ (ସତ୍ୟପାଠ) କରିବାକୁ କୁହାଯାଉଛି। ଏଥିପାଇଁ ପ୍ରାୟ ୩୦୦ ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ସେହି ସତ୍ୟପାଠକୁ ଖବରକାଗଜରେ ବିଜ୍ଞାପନ ଆକାରରେ ପ୍ରକାଶ କରିବାକୁ ପଡ଼ୁଛି,…
Read MoreCategory: ନୟାଗଡ଼
ଚେକ୍ ବାଉନ୍ସ ମାମଲାରେ ୬ ମାସ ଜେଲ୍, ୭.୫୦ ଲକ୍ଷ ଜରିମାନା
ନୟାଗଡ଼, (ନୟାଗଡ଼ ଦର୍ପଣ): ଚେକ୍ ବାଉନ୍ସ ମାମଲାରେ ନୟାଗଡ଼ ଏସଡିଜେଏମ ଅଦାଲତ ଜଣେ ବ୍ୟକ୍ତିଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ସହ ୭ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।ମାମଲାରୁ ପ୍ରକାଶ ଯେ, ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମର ଜିତେନ୍ଦ୍ର କୁମାର ଭୂୟାଁ ଲକ୍ଷ୍ମୀପ୍ରସାଦ ଗ୍ରାମର ଅଜୟ କୁମାର ସ୍ୱାଇଁଙ୍କଠାରୁ ୫ ଲକ୍ଷ ୨୦ ହଜାର ଟଙ୍କା ଧାର ନେଇଥିଲେ। ଉକ୍ତ ଟଙ୍କା ଫେରସ୍ତ କରିବା ପାଇଁ ୨୧ ଅକ୍ଟୋବର ୨୦୧୯ରେ ସେ ୫ ଲକ୍ଷ ୨୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। କିନ୍ତୁ ଚେକ୍ଟି ବ୍ୟାଙ୍କରେ ଉପସ୍ଥାପନ ପରେ ବାଉନ୍ସ ହୋଇଥିଲା। ଏହାପରେ ଅଜୟ କୁମାର ସ୍ୱାଇଁ ନୟାଗଡ଼ ଏସଡିଜେଏମ ଅଦାଲତରେ ମାମଲା ରୁଜୁ କରିଥିଲେ। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରିତା ମିଶ୍ରଙ୍କ ଅଦାଲତରେ…
Read Moreକଙ୍ଗାରୁ କୋର୍ଟ ମାମଲାରେ ଗାଁ ସଭାପତି ଗିରଫ, କୋର୍ଟ ଚାଲାଣ ପରେ ଜେଲ୍
ଓଡ଼ଗାଁ (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ବଡ଼ଦୁରୁପା ଗ୍ରାମରେ କଥିତ କଙ୍ଗାରୁ କୋର୍ଟ ପରିଚାଳନା ଅଭିଯୋଗରେ ଗ୍ରାମ ପରିଚାଳନା କମିଟି ସଭାପତି ସୋମନାଥ ଜାନୀଙ୍କୁ ସୋମବାର ସକାଳେ ଓଡ଼ଗାଁ ପୋଲିସ ଗିରଫ କରିଛି। ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜଣେ ଅନୁସୂଚିତ ଜନଜାତିର ଭିନ୍ନକ୍ଷମ ନାବାଳିକାଙ୍କୁ ବଳପୂର୍ବକ ଧର୍ଷଣ କରାଯିବା ପରେ ଗର୍ଭବତୀ ହୋଇଥିବା ଅଭିଯୋଗ ରହିଛି। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୱାର୍ଡ ସଦସ୍ୟ ଅନିରୁଦ୍ଧ ଜାନୀ ବଜାରରୁ ଔଷଧ ଆଣି ନାବାଳିକାଙ୍କୁ ଖାଇବାକୁ ଦେଇ ଜବରଦସ୍ତି ଗର୍ଭପାତ କରାଇଥିବା ଏବଂ ଭ୍ରୂଣର ମୃତ୍ୟୁ ପରେ ସତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି…
Read Moreନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ସଚେତନତା ରଥର ଶୁଭାରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର ଆନୁଷ୍ଠାନିକ ଶୁଭାରମ୍ଭ ସହ ଏକ ସଚେତନତା ରଥର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ନୟାଗଡ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ-ନିବନ୍ଧକ, ସମବାୟ ସମିତି ସମୂହର, ନୟାଗଡ ବିଭାଜନ, ଉପ-ନିବନ୍ଧକ ଓ ସହକାରୀ ନିବନ୍ଧକ, ନୟାଗଡଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ନିୟନ୍ତ୍ରିତ ବଜାର କମିଟି ର କର୍ମଚାରୀ ଏବଂ ପ୍ରାଥମିକ କୃଷି ସମବାୟ ସମିତି ର କର୍ମଚାରୀମାନେ ଉପସ୍ଥିତ ଥିଲେ।ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଫସଲ ହାନି ସମୟରେ ଚାଷୀମାନଙ୍କୁ ଆର୍ଥିକ ସୁରକ୍ଷା ଓ କ୍ଷତିପୂରଣ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି…
Read Moreନୟାଗଡ଼ରେ SIR-2026 କାର୍ଯ୍ୟର ସମୀକ୍ଷା କଲେ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା
ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ ଓ BLOମାନଙ୍କ ସହ ଆଲୋଚନା; ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭାବେ କାର୍ଯ୍ୟ ସମ୍ପନ୍ନ ପାଇଁ ନିର୍ଦ୍ଦେଶ ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା (IAS) ସୋମବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି Special Intensive Revision (SIR)-2026 କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ସେ ପ୍ରଥମେ ଜିଲ୍ଲାର ସ୍ୱୀକୃତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରି SIR-2026 କାର୍ଯ୍ୟକ୍ରମକୁ ସ୍ୱଚ୍ଛ, ନିରପେକ୍ଷ ଓ ସଫଳ ଭାବେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ Electoral Registration Officer (ERO), Deputy Collector ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସହ SIR-2026ର ଅଗ୍ରଗତି, ନୋଟିସ୍ ଜାରି, ଶୁଣାଣି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟର…
Read Moreସେବା ମହୋତ୍ସବ ଉଦଯାପିତ, ମନମୋହିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶମ ଜିଲ୍ଲା ବ୍ୟାପି ସେବା ମହୋତ୍ସବ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ନୟାଗଡ଼ ସହରରେ ଦେଶତ୍ମାବୋଧର ନିଆରା ପରିବେଷ ସୃଷ୍ଟି କରିଥିଲା। ଗତ ପନ୍ଦର ଦିନ ଧରି ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ ବସ୍ତ୍ରଦାନ, ଚପଲ ବଣ୍ଟନ, ମାଗଣା ସ୍ବାସ୍ଥ୍ୟ ଶିବିର, ଚଷମା ବଣ୍ଟନ, ଅର୍ଥ ଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସେବା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିଲା। ସୋମବାର ଜିଲ୍ଲାବ୍ୟାପି ସେବା ମହୋତ୍ସବର ଉଦଯାପନୀ ଅବସରରେ ନୟାଗଡ଼ ସ୍ୱୟଂଶାସିତ କଲେଜ ଠାରୁ ପଠାଣି ସାମନ୍ତ ଅଡିଟରିଅମ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଉଦଯାପନୀ ସଭା…
Read Moreପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଭୋଟର ତାଲିକା ଅନ୍ତର୍ଭୁକ୍ତିକୁ ନେଇ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସର ଫେରାଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨୨–ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା (SIR-୨୦୨୬)ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତିକୁ ନେଇ ଭାରତୀୟ ଜାତୀୟ କଂଗ୍ରେସର ବୁଥ୍ ଲେଭଲ୍ ଏଜେଣ୍ଟ (BLA-1) ଲକ୍ଷ୍ମୀଧର ତ୍ରିପାଠୀ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ବୁଥ୍ ନଂ–୮୫ର କ୍ରମିକ ନଂ–୨୯୭ (EPIC: RAU0029355)ରେ ଶ୍ରୀମତୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତି ସମୟରେ ବିଶେଷ ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ପାଳନ କରାଯାଇ ନଥିବା ସନ୍ଦେହ ରହିଛି। ଆବେଦନରେ ଦର୍ଶାଯାଇଛି ଯେ ତାଙ୍କ ନାମ ୨୦୦୨ ମସିହାର ରାଞ୍ଚି ଭୋଟର ତାଲିକାର “ମ୍ୟାପିଂ” ଆଧାରରେ ସାମିଲ କରାଯାଇଥିବା କୁହାଯାଉଥିଲେ ମଧ୍ୟ, ସେହି ସମୟରେ ସେ ପ୍ରକୃତରେ ଭୋଟର ଥିଲେ କି ନାହିଁ…
Read Moreଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି, ୯୦ଟି ଅଭିଯୋଗ ଗ୍ରହଣ, ୨୮ଟିର ତୁରନ୍ତ ସମାଧାନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପରିସରରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ତ୍ୱରିତ ସମାଧାନ ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୯୦ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୬୫ଟି ବ୍ୟକ୍ତିଗତ ମାମଲା, ୧୨ଟି ଗ୍ରାମ ସମ୍ବନ୍ଧୀୟ ସମସ୍ୟା, ୧୩ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସହାୟତା ପାଇଁ ଆବେଦନ ରହିଥିଲା। ଶୁଣାଣି ସମୟରେ ନୟାଗଡ଼ ଜିଲ୍ଲାପାଳ ମାଡୁମିତା ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲପାଳ କର୍ଣ୍ଣଦେବ ସାମାଦ୍ଦାର, ବିଡ଼ିଓ ଶରତ ମଲ୍ଲିକ, ଏସ୍ଡ଼ିପିଓ ସୃଷ୍ଟି ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ୨୮ଟି…
Read Moreରଣପୁରରେ କଲେଜ ଅଧ୍ୟକ୍ଷ ଦମ୍ପତିଙ୍କ ଉପରେ ଆକ୍ରମଣ ଓ ଲୁଟ୍ ଘଟଣାର ତୀବ୍ର ନିନ୍ଦା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ଘଟୁଥିବା ନେଇ ସିପିଆଇ(ଏମ୍) ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି। ଜିଲ୍ଲାରେ ଧାରାବାହିକ ଭାବେ ହତ୍ୟାକାଣ୍ଡ, ନାରୀ ନିର୍ଯାତନା, ଚୋରି ଓ ରାହାଜାନୀ ବଢ଼ି ଚାଲିଥିବା ବେଳେ ଏହାର ନିରାକରଣ ପାଇଁ ପୋଲିସ ପକ୍ଷରୁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର। ପ୍ରେସ୍ ବିବୃତ୍ତିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁଲାଇ ୧୨ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରଣପୁର ବ୍ଲକର ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷ ନବକିଶୋର ସାମନ୍ତରାୟ ଓ ତାଙ୍କ ପତ୍ନୀ ନୟାଗଡ଼ ଆସୁଥିବା ବେଳେ ସାନଗଡ଼ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଦମ୍ପତି ଆହତ ହେବା…
Read Moreନୟାଗଡ଼ରେ ସମ୍ଭାଗ ସ୍ତରୀୟ ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟଶାଳା ଉଦ୍ଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପ୍ରାଙ୍ଗଣରେ ବିଗତ ଦୁଇ ଦିନ ଧରି ଚାଲିଥିବା ସମ୍ଭାଗ ସ୍ତରୀୟ ଆଧାର ସ୍ତର ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟଶାଳା ରବିବାର ସମାରୋପ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ ସମ୍ଭାଗ ଅଧୀନ ୧୩୬ଟି ବିଦ୍ୟାଳୟର ୮୬ ଜଣ ଗୁରୁଜୀ ଓ ଗୁରୁମା ଅଂଶଗ୍ରହଣ କରି ଶିଶୁମାନଙ୍କର ସର୍ବାଙ୍ଗୀଣ ବିକାଶ, ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାଦାନର ନୂତନ ପଦ୍ଧତି ସମ୍ପର୍କରେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ। ସମାରୋପ ଉତ୍ସବରେ ପ୍ରାନ୍ତ ମାଧ୍ୟମିକ ଶୈକ୍ଷିକ ସଂଯୋଜକ ଆଶିଷ କୁମାର ରଥ, ନୟାଗଡ଼ ଜିଲ୍ଲା ସହ ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ପବିତ୍ର କୁମାର ପଣ୍ଡା, ବିଭାଗ ନିରୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ପ୍ରାନ୍ତ ଶିଶୁ ବାଟିକା ସହ ପ୍ରମୁଖ ରୀନା ରାଉତରାୟ, ସମ୍ଭାଗ ଶିଶୁ…
Read More