ଜିଲ୍ଲା ଖାଉଟି ବିବାଦ ଅଦାଲତଙ୍କ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ବିୟୋଗରେ ଶୋକସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଖାଉଟି ବିବାଦ ସମାଧାନ ଅଦାଲତରେ କାର୍ଯ୍ୟରତ ବରିଷ୍ଠ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ଗତ କାଲି ୧୬ ତାରିଖ ରେ ହୃଦଘାତ ଜନିତ ଅକାଳ ବିୟୋଗ ଅବସରରେ ଖାଉଟି ବିବାଦ ଆୟୋଗ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ଶ୍ରୀ ମିଶ୍ର, ସଭ୍ୟ କରୁଣାକର ନାୟକ,ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର, ଉପସଭାପତି ସନ୍ତୋଷ ରାଉତରାୟ, ବରିଷ୍ଠ ଆଇନଜୀବୀ ଅରୁଣ ମହାପାତ୍ର, ଦଣ୍ଡପାଣି ନାୟକ, କୃପାସିନ୍ଧୁ ନାୟକ, ରାଧାକୃଷ୍ଣ ସାହୁ,ଅର୍ଜୁନ ସାହୁ, ପୁଷ୍ପାଞ୍ଜଳି ମିଶ୍ର, ଦେବାଶିଷ ପଟ୍ଟନାୟକ,ରତିକାନ୍ତ ପଟ୍ଟନାୟକ, ଶିବାଶିଷ ମହାନ୍ତି, ଉଦୟନାଥ ମିଶ୍ର ପ୍ରମୁଖ ସ୍ବର୍ଗତ…

Read More

ଡିସେମ୍ବର ୨୪ରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ସାମ୍‌ନାରେ ଜାତୀୟ ରାଜପଥ ଅବରୋଧ ପାଇଁ ଚେତାବନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ବସି ଠିକାଦାର ଏବଂ ପୂର୍ତ୍ତ ବିଭାଗର ଅବହେଳା, ଅସହଯୋଗ ଏବଂ ସର୍ବପରି ଖାମଖିଆଲି ନୀତିର ତୀବ୍ର ନିନ୍ଦା କରିବା ସହ ପୂର୍ତ୍ତ ବିଭାଗକୁ ଦେଲେ ଚେତାବନୀ। ବାରମ୍ବାର ଅନୁରୋଧ ଏବଂ ସାକ୍ଷାତ ଆଲୋଚନା କରିବା ପରେ ମଧ୍ୟ ବିଭାଗ ତରଫରୁ ସହଯୋଗ ମିଳିଲା ନାହିଁ । ମା’ ଦକ୍ଷିଣକାଳୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାର ୩କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ଅନୁଦାନ ଆକାରରେ ପ୍ରଦାନ କରିଥିଲେ । କାର୍ଯ୍ୟରତ ଠିକାଦାର ମନ୍ଦିର କାମ କଲାବେଳେ ବ୍ୟବହୃତ ଜେସିବି ମେସିନ୍, ପଥର ନେବାଆଣିବା ଏବଂ ପଥର ମନ୍ଦିର ଉପରକୁ ଉଠାଇ କାମ କଲାବେଳେ ମନ୍ଦିର ଭିତର ପାର୍ଶ୍ଵ ଚଟାଣ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ମନ୍ଦିର କାମ ସରିବା ପରେ…

Read More

ଶିକ୍ଷାର ବିକାଶ ପାଇଁ- ଶିକ୍ଷା ସଭା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୁଆଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଶ୍ରୀବନ୍ତ ଦେଇପୁର ଠାରେ ଦୁରୁଦୁରା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୁପେ ଶିକ୍ଷାବିତ୍ ଚରଣ ନାୟକ, ମୁଖ୍ୟବକ୍ତା ରୁପେ ନୟାଗଡ଼ ଇନ୍ନରହୁଇଲ୍ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପୁର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ବାରିକ, ଫକୀରଚରଣ ସୁନ୍ଦରା, କବି ସମ୍ପଦ କୁମାର ଦାଶ, ବିଦ୍ୟାଳୟର ସଭାପତି ପ୍ରଦୀପକୁମାର ମହାପାତ୍ର, ଜିଲ୍ଲା ଆଇନ ପ୍ରାଧିକରଣ ନୟାଗଡ଼ର ସଭ୍ୟ ସଭ୍ୟା, ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତବନ୍ଧୁ ବେହେରା ଓ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଧର ବେହେରା ଆଦି ମଞ୍ଚ ମଣ୍ଡନ କରିଥିଲେ। ଉକ୍ତ ସଭାରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ…

Read More

ନୟାଗଡ଼ରେ ୬୮ଜଣଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିଅମରେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡର ୭୮ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୨ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୫୦ହଜାର ବୃଦ୍ଧି ହୋଇ ଦୁଇଲକ୍ଷ ୫୦ହଜାର ଟଙ୍କା ମିଳିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ  ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉପସ୍ଥିତ ରହି ହିତାଧିକାରୀଙ୍କୁ ସମୟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷକରି ୨୦ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ଅର୍ଥରାଶି ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ହିତାଧିକାରୀଙ୍କୁ ଯେମିତି ସଠିକ୍ ସମୟରେ ତାଙ୍କ ଟଙ୍କା ମିଳିବ ସେ ନେଇ ଅଧିକାରୀ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା…

Read More

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବାର୍ଷିକ ମାତ୍ରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥିଭାବେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ସମାଜସେବୀ ସରସୀବାଳା ଦାସ ଯୋଗଦେଇ ଶିଶୁର ପ୍ରଗତିରେ ମାଆର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସଂପାଦକ ଶ୍ରୀଯୁକ୍ତ ସାହୁ ଉତ୍ତମ ମାଆବାପା ହେବା ପାଇଁ ହେଲେ କଠିନ ପରିଶ୍ରମ ଓ ସାଧନା କରିବାକୁ ପଡିବ ବୋଲି କହିବା ସହିତ ବିଭିନ୍ନ ସୂତ୍ର ବିଷୟରେ ଆଲୋଚନା କରିଥିଲେ। ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଶିଶୁ ମାନଙ୍କର ପ୍ରଗତି ପାଇଁ ମାଆବାପା ମାନଙ୍କୁ ବିଦ୍ଯାଳୟ ତରଫରୁ ୨୦ଟି ସଚେତନତା ସୂଚନା ପ୍ରଦାନ କରିଥିଲେ। ଶିଶୁ ମାନଙ୍କର ପିତାମାତା ଓ ଗୁରୁଜୀ ଗୁରୁମା…

Read More

ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ ନୟାଗଡ଼ ବ୍ଲକ ସଭା ଗୃହରେ ବେଶ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦବାନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୁ ସାହିତ୍ୟିକ ତଥା ଗାଳ୍ପିକ ସତ୍ୟବାଦୀ ବଳିୟାରସିଂ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ଅତିଥିମାନେ ମାନପତ୍ର ଏବଂ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ସତ୍ୟବାଦୀ ବଳିୟାରସିଂହଙ୍କୁ ନୟାଗଡ଼ ସାରସ୍ୱତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଉମରକୋଟର ବିଶିଷ୍ଟ ସମାଜସେବୀ ତଥା…

Read More

ରୋହିବାଙ୍କ ଛାତ୍ରଛାତ୍ରୀଙ୍କ ଶକ୍ତି ସଂରକ୍ଷଣ ବାର୍ତ୍ତା

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବିଭିର୍ଣ୍ଣ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବୁଲି  ଶକ୍ତି ସଂରକ୍ଷଣବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ୨୦ ରୁ ୧୨ ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ସ୍ଥାନୀୟ ରୋହିବାଙ୍କ ପଞ୍ଚାୟତ, ରୋହିବାଙ୍କ ବନରକ୍ଷୀଙ୍କ କାର୍ଯ୍ୟାଳୟ ଆଦି ବୁଲି ଶକ୍ତି ସରଂକ୍ଷଣ ବାର୍ତ୍ତା ପ୍ରେରଣ କରିବା ସହିତ ଅଫିସ କାନ୍ଥରେ ସରଂକ୍ଷଣ ପୋଷ୍ଟର ମାରିଥିଲେ। ଏସବୁ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ପିଲାଙ୍କୁ ସହଯୋଗ କରିଥିଲେ। ପ୍ରଥମେ ପୂର୍ଵ ପ୍ରସ୍ତୁତ ମତେ ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ସୂଚନା କ୍ରମେ ବିଭିର୍ଣ୍ଣ ପୋଷ୍ଟର, ଲିଫଲେଟ କୁ…

Read More

ପଠାଣି ସମାନ୍ତ ଜୟନ୍ତୀ ସମାରୋହ,ସଂସ୍କୃତି ଗବେଷକ ପ୍ରବୀର ପଟ୍ଟନାୟକଙ୍କୁ ‘ନୟାଗଡ଼ ଗୌରବ’ ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଶ୍ରୁତ ନଭବିଜ୍ଞାନୀ  ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ.ଗଣେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’  ବୌଦ୍ଧ ଓ ସଂସ୍କୃତି ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା ।ସେହିଭଳି ଅନୁଷ୍ଠାନ ପକ୍ଷରୁ  ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’,…

Read More

ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୮୫ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।  ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭୩୫୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୦୧ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୫ ଟି ଫଇସଲା କରାଯାଇ ୧୪୯୬୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୯ ଟି ମାମଲା ଫଇସଲା କରାଯାଇ ୮୪୦୦୦ ଟଙ୍କା ଆଦାୟ କରଯାଇଥିଲା। ସେଥି ମଧ୍ୟରୁ ଦୁଇଟି ବିବାହ ଜନିତ ସ୍ବାମୀ ସ୍ତ୍ରୀ କେସରେ ପରିବାର ଅଦାଲତ ବିଚାରପତିଙ୍କ ଦୃଢ ପ୍ରଚେଷ୍ଟାରେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ…

Read More

ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱ ବିଶୃତ ଜ୍ୟୋତ୍ରିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଉପଲକ୍ଷେ ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଥିବାପଠାଣି ସାମନ୍ତ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ ସାହୁ ଯୋଗଦେଇ ସାମନ୍ତଚନ୍ଦ୍ର ଶେଖରପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟଙ୍କ ସହ ସଭାପତି ପ୍ରମୋଦ ପଟ୍ଟନାୟକ, ରଣଜିତ ଦାସ, ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟଭୁଷଣ ବିଜୟ ଚୌଧୁରୀ, ବିଶ୍ଵନାଥ ମହାପାତ୍ର, ବାସୁଦେବ ମହାନ୍ତି, ନିର୍ମଳ ଚନ୍ଦ୍ର ସୁରଦେଓ, ପ୍ରତାପ ନନ୍ଦ, ଲକ୍ଷ୍ମୀଧର ସାହୁ, ଦାମୋଦର ସାହୁ, ପୂର୍ଣ୍ଣଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀଙ୍କ ସମେତ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ…

Read More