ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଦଶପଲ୍ଲା ପୁଲିସ । ୨୪କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ଚାଲାଣ ହେଉଥିବା ହୁଣ୍ଡାଇ କାର ଓ ୫ ଗୋଟି ମୋବାଇଲକୁ ପୁଲିସ ଜବତ କରିଛି । ସୁଚନା ଅନୁସାରେ ଗତକାଲି ଦିନବେଳେ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଠିକ ସେହି ସମୟରେ ଦଶପଲ୍ଲାର ଯୋଗିବନ୍ଧ ନିକଟରେ ପାଟ୍ରୋଲିଂ ବେଳେ ଏହି କାର ଉପରେ ସନ୍ଦେହ ହେବାରୁ କାରଟିକୁ ଅଟକାଇଥିଲେ । ପୁଲିସର ତନାଘନା ପରେ କାରରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଦଶପଲ୍ଲା ଥାନା ପକ୍ଷରୁ କେସ୍ ନଂ ୧୪୫ରେ ଏକ ମାମଲା ରୁଜ କରାଯାଇ ୪ଜଣଙ୍କୁ କୋର୍ଟ ଫରୱାଡ କରାଯାଇଛି । ଗିରଫ ଅଭିଯୁକ୍ତମାନେ…
Read MoreCategory: ଅନ୍ୟାନ୍ୟ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନବକଳେବର ରଥଚକ ସ୍ଥାପନ ସ୍ମୃତି ଅବସରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଶ୍ରୀ ସୃଜନ ସଙ୍ଗୀତାନୁଷ୍ଠାନ ପକ୍ଷରୁ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍ଗୀତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ, ସମ୍ପାଦିକା ତଥା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରାଣକୃଷ୍ଣ ମହାରଣା, ଜୟଶ୍ରୀ ଦେବୀ, ସରୋଜ ମିଶ୍ର, ରଜତ ନାରାୟଣ ଷଡଙ୍ଗୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦିକା ଜୟଶ୍ରୀ ଦେବୀ ମଞ୍ଚ ପରିଚାଳନା କରିଥିଲେ। ଏଥି ପୂର୍ବରୁ ରବୀନ୍ଦ୍ର ମହାପାତ୍ର ଏବଂ ଜୟଶ୍ରୀ ଦେବୀ କଣ୍ଠ…
Read Moreବଲାଙ୍ଗୀ ପାର୍କର ଆମ୍ଫି ଥିଏଟରରେ ନାଟକ “ଝଡ଼ ଆଳୁଅର ଖେଳ” ପରିବେଷଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଲାଙ୍ଗୀ ପାର୍କ ପରିସରସ୍ଥ ଆମ୍ଫି ଥିଏଟରରେ ଉଦଘାଟିତ ହେଲା ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ସାମାଜିକ ନାଟକ। ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତିରେ ନୟାଗଡ ନାଟ୍ୟ ନିର୍ଦ୍ଦେଶକ ମହାସଂଘ ତରଫରୁ ମଞ୍ଚସ୍ଥ ହେଲା ନାଟକ “ଝଡ ଆଲୁଅର ଖେଳ” । ଇଂ ଆଶୁତୋଷଙ୍କ ମହାପାତ୍ର ରଚିତ ଓ ପରମାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ନାଟକକୁ କଳାକାରମାନେ ଉଦଘାଟନ କରିଥିଲେ। ପାରିବାରିକ କାହାଣୀ ଉପରେ ଆଧାରିତ ଏହି ନାଟକରେ ନାରୀ କବଳରେ କବଳିତ ପୁରୁଷ ଦ୍ବାରା ସୃଷ୍ଟି ହୋଇଥିବା ପାରିବାରିକ ଝଡ ଥମି ଯାଇ ପୁଣି ଆଲୋକରେ ରୂପାନ୍ତରିତ ହେବା ଥିଲା କାହାଣୀର ମୂଳ ବିଷୟ ବସ୍ତୁ। ସ୍ଥାନୀୟ କଳାକାରଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ସମେତ…
Read Moreନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ରାଜସ୍ଥାନର ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ନୂଆଗାଁ,(ନୟାଗଡ଼ ଦର୍ପଣ) ସୁଦୂର ରାଜସ୍ଥାନର ସୱାଇ ମାଧପୁର ଜିଲ୍ଲା ରେଣ୍ଡିଆଲ ଗ୍ରାମର ଶ୍ରୀ ଜଗନ୍ନାଥଙ୍କ ଭକ୍ତ ବିଜୟ ଗୁରୁଜରଙ୍କୁ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ସୂଚନା ଥାଉକି ଦୀର୍ଘ ଛଅ ମାସ ହେବ ଦଣ୍ଡ ପ୍ରଣାମ କରି ପ୍ରାୟ ୧୫ଶହରୁ ଉର୍ଦ୍ଧ୍ବ କିମି ରାସ୍ତା ଅତିକ୍ରମ କରି ଆଜି ନୂଆଗାଁ ବ୍ଲକ୍ ଛକରେ ପହଞ୍ଚିଥିଲେ।ସେଠାରେ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନେ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ଶ୍ରୀ ଗୁରୁଜରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ। କାର୍ଯ୍ୟାଳୟରେ ଶ୍ରୀ ଗୁରୁଜର କିଛି ସମୟ ବିଶ୍ରାମ ନେବା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ମାନଙ୍କ ସହ ନୂଆଗାଁ ବ୍ଲକ୍…
Read Moreସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଶିକ୍ଷା ବିଭାଗ ଅଧ୍ୟାପକ ଜୟକୃଷ୍ଣ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ, କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଶିକ୍ଷକତା ଜୀବନରୁ ରାଜନୀତି, ସରପଞ୍ଚରୁ ପାର୍ଲିଆମେଣ୍ଟ ଏବଂ ନୂଆଗାଁ କଲେଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଲୋକସେବାକୁ କିପରି ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ…
Read Moreଚାହାଳି କ୍ଲଷ୍ଟରରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଢେଙ୍କେଣା ଗ୍ରାମ ପଞ୍ଚାୟତରେ ଥିବା ବଳଭଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ବେଶ୍ଵର ବେହେରା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଜନଶକ୍ତି ଉଚ୍ଚ ବିଦ୍ୟାଳୟ,ଚାହାଳି କ୍ଲଷ୍ଟରର ଶିକ୍ଷକମାନଙ୍କ ଦ୍ଵାରା ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର କର ସମ୍ମାନୀତ ଅତିଥି ଭାବେ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ, ମିଳିତ ପ୍ରାଥମିକ ଶିକ୍ଷକ ର ସଭାପତି ଚିନ୍ତାମଣି ମିଶ୍ର, ସିଆରସିସି ବିଭୂତି ଭୂଷଣ ମିଶ୍ର, ସ୍ଥାନୀୟ ସରପଞ୍ଚ ଯୋଗଦେଇ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ବେହେରା କିପରି ଛାତ୍ର ବତ୍ସଳ, ଦାୟିତ୍ବବାନ ଶିକ୍ଷକ ଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ। ଅବସରପ୍ରାପ୍ତ ଶିକ୍ଷକଙ୍କୁ…
Read Moreପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ବିପୁଳ ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ ହାରରେ ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲାପ୍ରଥମ ସ୍ଥାନ ଅଧିକାର କରିଛି। ନୟାଗଡ଼ ସହର ମଧ୍ୟରେ ଥିବା ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ପାଇଥିବା ଜଣା ପଡ଼ିଛି। ବିଜ୍ଞାନ ବିଭାଗରେ ଜିଲ୍ଲା ଟପ୍ପର ହୋଇଥିବା ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖିଥିବା ବେଳେ ସେ ପାଢ଼ୀ ଟ୍ୟୁଟୋରିଆଲ ଛାତ୍ର ଅଟନ୍ତି । ଏଥିସହିତ ପପୁନ ବରାଡ଼ ୫୫୭, ତନୁଶ୍ରୀ ପ୍ରିୟଦର୍ଶିନୀ ଦାଶ ୫୪୮, ଅର୍ପଣ କୁମାର ସାହୁ ୫୪୬ ମାର୍କ ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୭ଜଣ ୫ଶହରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ୧୮୯ଜଣ ପ୍ରଥମ ଶ୍ରେଣୀରେ ଓ ୩୨ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି…
Read Moreସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସୟଂଶାସିତ ମହାବିଦ୍ୟାଳୟରସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଦଶଦିନାତ୍ମକ ଆବିସିକ ପ୍ରଶିକ୍ଷଣ ବର୍ଗର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନାବୋଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ କହିଥିଲେ ଯେ, ସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗଦେଇ ଅଧ୍ୟକ୍ଷତା କରିବା ସହ ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ପ୍ରାଣ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଲୋକକବି କାଳୀପ୍ରସନ୍ନ ଶତପଥୀ ଯୋଗଦେଇ ସଂସ୍କୃତ ପ୍ରଶିକ୍ଷଣ ଦ୍ଵାରା ବିବିଧ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସମ୍ଭବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଦିପ୍ତା ବିଶ୍ଵାଳ ସଂସ୍କୃତ ସାହିତ୍ୟର ନୈତିକ ମୂଲ୍ୟବୋଧ ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗ ମୁଖ୍ୟ…
Read Moreବିକାଶର ଶିଖର ଛୁଇଁବ ନୂଆଗାଁ ବ୍ଲକ୍,
ସାକାର ହେଲା ଶହ ଶହ ବର୍ଷର ଲୋକଙ୍କ ସ୍ବପ୍ନ
ନୂଆଗାଁ,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ଅଞ୍ଚଳର ବିକାଶ ପାଇଁ ଗୁରୁତ୍ବ, ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକରେ ଶିଖର ଛୁଇଁଛି ବିକାଶ।ବିକଶିତ ହେବାରେ ଲାଗିଛି ନୂଆଗାଁ ବ୍ଲକ୍। ଯାହାକି ପୂର୍ବରୁ କୌଣସି ବିଧାୟକ କରିପାରିନଥିବା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଯୋଗୁଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରି ଦେଖାଇଛନ୍ତି। ୫ବର୍ଷ ପୂର୍ବରୁ ବିଧାୟକଙ୍କୁ ଦେଖିପାରୁନଥିବା ଲୋକ ବର୍ତ୍ତମାନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ହୋଇ ସୁଖ ଦୁଃଖ ସବୁ କହୁଛନ୍ତି। ଶହ ଶହ ବର୍ଷର ଗମନା ଗମନ ସମସ୍ୟା ଦୂରୀଭୂତ ହୋଇଛି। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆବାରି ଗ୍ରାମ ପଞ୍ଚାୟତ ସାତପାଟିଆ ଠାରୁ କେପେଟି ରାସ୍ତା ପାଇଁ ୧.୭୪କୋଟି, ହରିପୁର ଗ୍ରାମ ପଞ୍ଚାୟତ ଭାଟସାହି ଠାରୁ ଡ଼ହଙ୍ଗି…
Read Moreମହିପୁର ବନାଞ୍ଚଳ କାପ୍ତାପଲ୍ଲୀ ବିଟ ବରକୋଳା ନିକଟରେ ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର
ନୂଆଗାଁ,(ନୟାଗଡ଼ ଦର୍ପଣ): ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ କାପ୍ତାପଲ୍ଲୀ ବିଟ ବରକୋଳା ହରିଜନ ସାହିରେ। ସବୁଦିନ ଭଳି ଆଜି ସକାଳୁ ଗୋବିନ୍ଦ ନାଏକ ଆମ୍ବ ଗୋଟାଇବା ଏବଂ କାଠ ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ସବୁଦିନ ଭଳି ଆଜି ମଧ୍ୟ ଖୁସିରେ ଫେରିବେ ବୋଲି ଭାବିଥିଲେ ଗୋବିନ୍ଦ ଦୁର୍ଭାଗ୍ୟ ବଶତଃ ଆଜି ରାସ୍ତାରେ ଏକ ବିରାଟ ହାତି ସହ ମୁହାଁମୁହିଁ ହୋଇଥିଲେ । ହାତିଟି ଗୋବିନ୍ଦକୁ ଆକ୍ରମଣ କରିବା ପାଇଁ ପାଖକୁ ଦୌଡ଼ ଆସି ବାମ ଗୋଡ଼କୁ ଦଳିଦେଇ ଚାଲିଗଲା। ଜୀବନ ବିକଳରେ ଦୁଈ କିମି ଗୁରୁଣ୍ଡି ଗୁରୁଣ୍ଡି ଆସିବା ପରେ ଗାଁ’ର କିଛି ସ୍ତ୍ରୀ ଲୋକ ମଧ୍ୟ ଆମ୍ବ ଗୋଟାଇବା ପାଇଁ ଆସିଥିଲେ। ଗୋବିନ୍ଦଙ୍କ ଚିକ୍ତାର ଶୁଣି ପାଖକୁ ଦେଖିବା ବେଳକୁ…
Read More