ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଇଟାମାଟି ଥାନାରେ ଉକ୍ତ ବନ୍ଧୁତା ପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ଜିଲ୍ଲା ଏସ୍ପି ଅଫିସ ଠାରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ ପିଲାମାନଙ୍କୁ ସୁରକ୍ଷା ଡୋରି ପିନ୍ଧାଇଛନ୍ତି ଓ ସରକାରୀ ଅଧିକାରୀଙ୍କ ହାତରେ ସୁରକ୍ଷା ବନ୍ଧନ ବାନ୍ଧିଥିଲେ। ଏହି ବନ୍ଧୁତା ସପ୍ତାହ ମାଧ୍ୟମରେ ଚାଇଲଡ ଲାଇନ ଅଧିକ ଶିଶୁ ଓ ଲୋକଙ୍କୁ ଯୋଡିବାର ଉଦ୍ୟମ ରଖିଛି । ଚାଇଲଡ ଲାଇନ ସହ ଶିଶୁ ବା ଲୋକ ଯୋଡିହେଲେ କୌଣସି ସ୍ଥାନରେ ଶିଶୁ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଚାଇଲଡ ଲାଇନକୁ ଅବଗତ କରାଇ ପାରିବେ। ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇ ପାରିବ।…
Read MoreCategory: ଅନ୍ୟାନ୍ୟ
ସମର୍ପଣରେ ବ୍ରହ୍ମ ଗୋପିକା ସେବା ମିଶନ ତରଫରୁ ବସ୍ତ୍ର ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ସେବା ଅନୁଷ୍ଠାନ ଓ ନୟାଗଡ଼ର ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କ ସାହାଯ୍ୟ ସହଯୋଗରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ, ନିଷ୍ପେଷିତ, ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏହା ଏକ ତପୋବନ। ପବିତ୍ର କାର୍ତ୍ତିକ ମାସ ପଞ୍ଚୁକରେ ବ୍ରଜ ଗୋପିକା ସେବା ମିଶନ, ନୟାଗଡ଼ ଶାଖା ତରଫରୁ ଆଜି ସମର୍ପଣ ଗୃହରେ ବିଶ୍ବ ୫ମ ମୂଳ ଜଗଦଗୁରୁ ୧୦୦୮ ସ୍ବାମୀ ଶ୍ରୀ କୃପାଳୁଜୀ ମହାରାଜାଙ୍କ ୮ମ ତମ ମହାପ୍ରୟାଣ ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନକରାଯିବା ସହିତ ପ୍ରସାଦ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ଉପସ୍ଥିତି…
Read Moreଦଶପଲ୍ଲା ବାର ଆସୋସିଏସନ ପକ୍ଷରୁ ଜିଲ୍ଲା ଜଜ୍ ଇତିଶ୍ରୀ ମହାପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡର ଅତିରିକ୍ତ ଜିଲ୍ଲା ଜଜ ତଥା ପକ୍ସୋ କୋର୍ଟ ବିଚାରପତି ଇତିଶ୍ରୀ ମହାପାତ୍ରଙ୍କୁ ଦଶପଲ୍ଲା ବାର ଆସୋସିଏସନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନ୍ୟବର ଜଜ ଦଶପଲ୍ଲାକୁ କ୍ୟାମ୍ପ କୋର୍ଟ କରିବା ପାଇଁ ପ୍ରଥମେ ଆସିଥିବାରୁ ଦଶପଲ୍ଲା ବାର ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ବାରର ଲାଇବ୍ରେରୀ ହଲ ଭିତରେ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ରଙ୍କ ସଭାପତିତ୍ବରେ ଏକ ସ୍ବାଗତ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ଆଇନଜୀବୀ ଗୌରଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ଦାସ, ମାନସ କୁମାର ମହାଖୁଡ଼, କେଶବ ଚନ୍ଦ୍ର ମିଶ୍ର, ଚିତ ରଞ୍ଜନ କର, ସୁଦାମ ପରିଡ଼ା, ବିନୋଦ ବିହାରୀ ମିଶ୍ର, ସମୀର ବାରିକ, ବିକ୍ରମ ସାହୁ ଓ ସଂଘର ସମ୍ପାଦକ ପ୍ରମୋଦ ସାହୁ ପ୍ରମୁଖ ସ୍ବାଗତ ବକ୍ତବ୍ୟ ରଖିଥିଲେ।…
Read More“ସେବା” ପରିସରରେ ସ୍ୱଚ୍ଛତା ପକ୍ଷ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ପରିସରରେ ଆଜି ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ରାଜ୍ୟ ସମାଜ ମଙ୍ଗଳ ବୋର୍ଡଙ୍କ ପରାମର୍ଶ କ୍ରମେ ସ୍ୱଚ୍ଛତା ପକ୍ଷ ପାଳନର ଶୁଭାରମ୍ଭ ହୋଇଅଛି । “ସେବା”ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜାଙ୍କ ନେତୃତ୍ୱରେ ତଥା “ସେବା” ପରିବାର ପରାମର୍ଶ କେନ୍ଦ୍ର ଓ ‘ସେବା ସୁଧାର ଗୃହ’ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ସେବା ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇବା ସହ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ସେବା ପରିସରକୁ ସଫା କରିଥିଲେ। ମାନସିକ ଅନଗ୍ରସର ଶିଶୁ ମାନଙ୍କ ଦ୍ବାରା ଲଗା ଯାଇଥିବା ଫଳ ବଗିଚାରେ ନୂତନ ଚାରା ରୋପଣ ସହ ବଗିଚା ସଫା ଓ ନିକଟସ୍ଥ ରାସ୍ତାର ଉଭୟ ପାର୍ଶ୍ୱ…
Read Moreଭୟରେ ଗାଁ ଲୋକ ଛୁଇଁଲେନି ଶବ, ଅନନ୍ୟା ଫାଉଣ୍ଡେସନ ସଦସ୍ୟ କଲେ ଶବଦାହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତ ଅନ୍ତର୍ଗତ ନୋତ୍ତର ଗ୍ରାମର ବକ୍ସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛି ଦିନ ହେବ ମାଛିଆ ପାତକ ସହ ଅନ୍ୟ କେତେକ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଶୁକ୍ରବାର ରାତିରେ ଦେହତ୍ୟାଗ କରିଥିବା ବେଳେ ବକ୍ସି ନାୟକଙ୍କ ପୁଅ ଓ ନାତି ଶବଦାହ ପାଇଁ ପଡୋଶୀ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ରୋଗ ବ୍ୟାପି ଯିବା ଭୟରେ ଗ୍ରାମର କୌଣସି ବ୍ୟକ୍ତି ଶବଦାହରେ ସାମିଲ ହୋଇ ନଥିଲେ। ସୂଚନାନୁସାରେ, ନୋତ୍ତର ଗ୍ରାମର ବିଭିନ୍ନ ଦେବାଳୟ ପୂଜା କରୁଥିବା ପାଖ ଗମ୍ଭାରୀଡ଼ିହି ଗ୍ରାମର ଜଣେ ବ୍ରାହ୍ମଣ କିଛି ଦିନ ଆଗରୁ ଗ୍ରାମବାସୀଙ୍କୁ କହିଥିଲେ କି ଯେ, ବକ୍ସି ନାୟକ ଯେଉଁ ବ୍ୟାଧିରେ ପୀଡ଼ିତ ତାଙ୍କୁ ଯଦି କେହି ଛୁଇଁବ କିମ୍ବା ଶବଦାହ କରିବ ତେବେ ସେହି…
Read Moreଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୟାଗଡ଼ ଜିଳ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ପଦଯାତ୍ରା ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଆଜି ସକାଳ ୮ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ଥିଲା। ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ସବ ଜଜ୍ ପବିତ୍ରନନ୍ଦ ପ୍ରଧାନ, ସଚିବ ରଞ୍ଜୁଲତା ଲେଙ୍କାଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମୀଣ ଆଇନ ସେବା କର୍ମୀ ଏନ.ସି.ସି ଛାତ୍ରଛାତ୍ରୀ, ନର୍ସିଙ୍ଗ କଲେଜ ଛାତ୍ରଛାତ୍ରୀ ଜିଲ୍ଲା କୋର୍ଟ ପ୍ରାଧିକରଣଙ୍କ କର୍ମଚାରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସହର ପରିକ୍ରମା କରି ଜାତୀୟ ଆଇନ ସେବା…
Read Moreବିଶ୍ବ ପୋଲିଓ ଦିବସରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ବିଶ୍ବ ପୋଲିଓ ଦିବସ ଉପଲକ୍ଷେ ନୟାଗଡ ରୋଟାରୀ କ୍ଲବ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କାର ରାଲିର ଆୟୋଜନ କରାଯାଇଥିଲା । ଏହି କାର ରାଲି ନୟାଗଡ଼ ଖଣ୍ଡପଡା ରୋଡ଼ ସ୍ଥିତ ରୋଟାରୀ କ୍ଲବରୁ ଆରମ୍ଭ ହୋଇ ଗୋଳଗୋଳା ଗ୍ରାମରେ ଶେଷ ହୋଇଥିଲା । ଏହି ରାଲିରେ ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ଏବଂ ସଂପାଦକ ମିହିର ରଞ୍ଜନ ନାୟକଙ୍କ ସମେତ ଅନେକ ରୋଟାରିଆନ ମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
Read Moreପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ପାଳିତ, ବହୁ ବିଶିଷ୍ଠ ବ୍ୟକ୍ତି ଓ ସଂଗଠନକୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ୩ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ସ୍ବର୍ଗତ ସାହୁ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିଲେ । ସେ କେବଳ ଲୋକପ୍ରିୟ ଜନନେତା ନଥିଲେ ଅନ୍ୟପକ୍ଷରେ ଏକାଧାରାରେ ଜଣେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଏବଂ ସମାଜସେବୀ ଥିଲେ ବୋଲି ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସମାବେଶରେ ଏହି ମତ ପ୍ରକାଶ ପାଇଥିଲା । ଡ଼. ରଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଜନ୍ମସ୍ଥାନ ଇଟାମାଟିରେ ଅନୁଷ୍ଠିତ ଏହି ସମାବେଶକୁ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରବୀନ୍ଦ୍ର ରାଉତ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପିସିସି ରାଜ୍ୟ ସମ୍ପାଦକ ହୁସେନ୍…
Read Moreନୟାଗଡ଼ରେ ବିଶ୍ୱ ଗୃହ ହୀନ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ‘ମୈତ୍ରୀ ଯୁବ ସଂସଦ’ ଓ ‘ସୋହମ’ର ମିଳିତ ଆନୁକୂଲ୍ୟରେ DU Camping-Odisha ଆହ୍ୱାନରେ ବିଶ୍ୱ ଗୃହହୀନ ଦିବସ ନୟାଗଡ଼ ସହର ଉପକଣ୍ଠ ମୁଥାଗାଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ମୈତ୍ରୀର ସଂପାଦକ ପ୍ରଦୀପ କୁମାର ସାହୁ, ବିଶ୍ୱରେ ବହୁତ ବ୍ୟକ୍ତି ବାସହୀନ ରୂପେ ବାସ କରୁଛନ୍ତି ଏବଂ ଆମ ଭାରତରେ ଏହି ସଂଖ୍ୟାର ୧୭.୭୩ ଲକ୍ଷ ବୋଲି ପ୍ରକାଶ କରିଥିଲେ । ଯେଉଁ ଲୋକମାନେ ମୁକ୍ତ ଆକାଶ ତଳେ ଖୋଲାରେ ରହୁଛନ୍ତି । ସେମାନଙ୍କ ଜୀବନ ଅସୁରକ୍ଷିତ, ସେମାନେ ଅତ୍ୟାଚାରୀତ, ଲାଞ୍ଛିତ ଓ ଦୁର୍ବିସହ ଜୀବନ ଯାପନ କରିଥାନ୍ତି । ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ସବୁ ବ୍ୟକ୍ତି ବିଶେଷ ଘରଟିଏ ପାଇବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି ବିଷୟରେ ପିଲାମାନଙ୍କ ଦ୍ୱାରା କୋଭିଡ ନିୟମକୁ ପାଳନ ପୂର୍ବକ…
Read Moreରୋଟାରୀ କ୍ଲବ ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ରୋଟାରୀ କ୍ଲବ ତରଫରୁ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବସିରନ ବିବି ଯୋଗଦେଇ ଝିଅମାନେ ନିଜକୁ ଦୁର୍ବଳ ନ ଭାବିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ ଅଧ୍ଯାପିକା ରିଙ୍କୁ ଖାଡେଙ୍ଗା କନ୍ଯା ସନ୍ତାନ ଟିଏ ଜନ୍ମ ହେଲେ ପିତାମାତା ମନଦୁଃଖ କରୁଥିବା ବେଳେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲାବେଳେ ପିତା ମାତା ଖୁସି…
Read More