ଅରୁଣଙ୍କ ନେତୃତ୍ୱରେ ଦମ ଦେଖାଇଲା ବିଜେଡି ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଏବଂ ପୈାର ପରିଷଦର ୩ ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସାହାସୀ ବ୍ୟକ୍ତିତ୍ୱ ଥିଲେ । କଟକରୁ ପେସୱାର ସାଇକେଲରେ ଗସ୍ତ କରିଥିଲେ । ତାଙ୍କର ସ୍ମୃତିକୁ ଉଜ୍ଜ୍ୱିବିତ କରିବା ପାଇଁ ଏହି ସାଇକେଲ ଶୋଭାଯାତ୍ରାର ପରିକଳ୍ପନା କରାଯାଇଥିବା ବିଧାୟକ ଡ. ସାହୁ କହିଥିଲେ । ବିଜୁ ଜନତା ଦଳ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ…
Read MoreCategory: ନୟାଗଡ଼ ବ୍ୟକ୍ତିତ୍ୱ
ନୟାଗଡ଼ରେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ମୈତ୍ରୀ ସଂସଦ କାର୍ଯ୍ୟାଳୟ ଠାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡିଶାର ବରପୁତ୍ର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ନୟାଗଡ଼ ଜିଲ୍ଲାର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ, ରାଜ୍ୟସଭା ସଦସ୍ୟ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଆବାହକ ପ୍ରସନ୍ନ କୁମାର ପଣ୍ଡା ବୈଠକର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ସର୍ବସମ୍ମତି ନିଷ୍ପତ୍ତିକ୍ରମେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ” ଗଠନ କରାଗଲା ଏବଂ ପ୍ରସନ୍ନ କୁମାର ପଣ୍ଡା ସଭାପତି, ପ୍ରବୀର କୁମାର ପୃଷ୍ଟି ଉପସଭାପତି, ପ୍ରଦୀପ କୁମାର ସାହୁ ସଂପାଦକ, କାମାକ୍ଷା ପ୍ରସାଦ ଦାସ ଯୁଗ୍ମ ସଂପାଦକ, ଡ଼. ସୁକାନ୍ତି ମହାନ୍ତି କୋଷାଧ୍ୟକ୍ଷ, ପ୍ରଫୁଲ କୁମାର ନାୟକ ଏବଂ ଶ୍ରୀଧର ସାହୁଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ…
Read Moreସମର୍ପଣ ବୃଦ୍ଧାଶ୍ରମ ବାର୍ଷିକ ଉତ୍ସବ ଅବସରରେ ସମର୍ପଣ ପ୍ଳେ ସ୍କୁଲ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠାନର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ ସମର୍ପଣ ପରିସରରେ ଗଢିଉଠିଥିବା ପ୍ଳେସ୍କୁଲକୁ ମୁଖ୍ଯ ଅତିଥି ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ରିବନ୍ କାଟି ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସଭାରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ସଭାପତିତ୍ୱ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଡକ୍ଟର ସାହୁ କହିଥିଲେ, ମୁଁ ଏ ଅନୁଷ୍ଠାନର ଅତିଥି ନୁହେଁ ମୁଁ ହେଉଛି ଜଣେ ସେବକ। ଆପଣ…
Read Moreନୟାଗଡ଼ ଜିଲ୍ଲାପାଳଙ୍କ ପୁନଃ ନିଯୁକ୍ତି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଆଗାମୀ ଜାନୁଆରୀ ୩୧ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାର ତାଙ୍କୁ ତା-୦୧.୦୨.୨୦୨୪ରିଖ ଠାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବଭାବେ ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ତା ୨୯.୦୧.୨୦୨୪ରିଖରେ ପ୍ରକାଶ ପାଇଛି।
Read Moreସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ପରଲୋକ
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଆରଡା ପଞ୍ଚାୟତ ମହୁଲିଆ ଗ୍ରାମର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ୧୧୨ ବର୍ଷ ବୟସରେ ନିଜ ଗ୍ରାମରେ ପରଲୋକ ହୋଇଯାଇଛି। ଏହି ସଚ୍ଚା ଦେଶପ୍ରେମୀଙ୍କ ବିୟୋଗରେ ‘ନୟାଗଡ଼ ଦର୍ପଣ’ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
Read Moreପ୍ରଫେସର ଡ.ବାସୁଦେବ ସାହୁଙ୍କ ୮୪ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୄହରେ ସ୍ଥାନୀୟ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ପକ୍ଷରୁ ବିଶିଷ୍ଟ ଭାଷାବିତ୍,ସାହିତ୍ୟିକ ତଥା ଉତ୍କଳ ବିଶ୍ବ ବିଦ୍ୟାଳୟର ତତ୍କାଳୀନ ପ୍ରଫେସର ସ୍ୱର୍ଗତ ଡ.ବାସୁଦେବ ସାହୁଙ୍କ ୮୪ତମ ଜିଲ୍ଲା ସ୍ତରୀୟ ଜୟନ୍ତୀସମାରୋହ,ଆଲୋଚନାଚକ୍ର, କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଡ.ବିଜୟ କୁମାର ଚୌଧୁରୀ ମୁଖ୍ୟ ଅତିଥି, ଡ.ଅଧିବାସ ପଣ୍ଡା ମୁଖ୍ୟ ବକ୍ତା,ଡ.ବେଣୁଧର ଦାସ ସ୍ୱତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟଘର,ଓଡ଼ଗାଁର ସଭାପତି ଦିବାକର ନାୟକ ଓ ଲୋକନାଥ ମିଶ୍ର (ଭରଦ୍ୱ।ଜ) ଓ ରଂଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ସମସ୍ତ ଅତିଥିବର୍ଗ ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ।ଏହାପରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହ…
Read Moreନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ଅବସରରେ ପୂଜ୍ୟପୂଜା କମିଟି ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ଥିବା କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ରାମକୃଷ୍ଣ ବିଦ୍ୟାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସ୍ମୃତିଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ତରଫରୁ ସଂପାଦକ ଅରୁଣ ମହାନ୍ତି, ସଭ୍ୟ ପ୍ରଶନ୍ନ ବସନ୍ତିଆ, ସନ୍ତୋଷ ନାୟକ, ଅବିନାଶ ସାହୁ, ଧୀରେନ୍ଦ୍ର ପଟ୍ଟନାୟକ ଏବଂ ରାମକୃଷ୍ଣ ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
Read Moreନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଡ଼ଃ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ ଖବର ପାଇ ଜଷ୍ଟିସ ଷଡଙ୍ଗୀଙ୍କ ଜନ୍ମ ସ୍ଥାନ ଓଡ଼ଗାଁ ଅଞ୍ଚଳରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ପିଲାଟି ଦିନରୁ ନିଜ ଗାଁ ତଥା ଅଞ୍ଚଳ ପାଇଁ ବିଶେଷ ଆକର୍ଷଣ ରହିଥିବାରୁ ଏକଥାକୁ ଅଞ୍ଚଳବାସୀ ବେଶ ମନେ ରଖିଛନ୍ତି ଏବଂ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। କେବଳ…
Read Moreଗବେଷକ ସମ୍ମିଳନୀରେ ଜୟେନ୍ଦ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ପୁରସ୍କୃତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଗବେଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାୟ 24 ଟି ବିଭାଗର 120ରୁ ଅଧିକ ଗବେଷକ ଅଂଶଗ୍ରହଣ କରି ନିଜ ବିଷୟବସ୍ତୁ ସମ୍ପର୍କିତ ପୋଷ୍ଟର ଉପସ୍ଥାପନ କରିଥିଲେ l ଏଥିରେ ନୟାଗଡ଼ରେ କାର୍ଯ୍ୟରତ ଯୁବ ସାମ୍ବାଦିକ ତଥା ରାଜନୀତି ବିଜ୍ଞାନ ବିଭାଗର ଗବେଷକ ଜୟେନ୍ଦ୍ର ବେହେରା ଦ୍ୱିତୀୟ ସ୍ଥାନ ଅଧିକାର କରି ସଫଳତା ହାସଲ କରିଛନ୍ତି l ଗବେଷଣାର୍ଥୀଙ୍କ ମନରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣାଲବ୍ଧ ତଥ୍ୟକୁ ଉପସ୍ଥାପନା କରିବା ଲକ୍ଷ୍ୟ ନେଇ ଏହି ଗବେଷକ ସମ୍ମିଳନୀର ଲକ୍ଷ୍ୟ l ପ୍ରତ୍ୟେକ ଗବେଷଣାର୍ଥୀ ନିଜ ନିଜ ବିଷୟବସ୍ତୁକୁ ପୋଷ୍ଟର ମାଧ୍ୟମରେ ଉପସ୍ଥାପନା କରିଥିଲେ l ଏହାର ମୂଲ୍ୟାଙ୍କନ ପାଇଁ ବିଶେଷଜ୍ଞ ଭାବରେ ଭୁବନେଶ୍ୱର ନାଇଜର, କିଟ ବିଶ୍ୱବିଦ୍ୟାଳୟ ,ବ୍ରହ୍ମପୁର ଆଇଜର,…
Read Moreପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୦ତମ ଜୟନ୍ତୀ ପାଳିତ
‘ଯୁବପୀଢ଼ି ବିନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ’
ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ତଥାସ୍ତୁ ପକ୍ଷରୁ ପଣ୍ଡିତ ବିନାୟକ ମିଶ୍ର ଜୟନ୍ତୀ ପାଳିତ ହୋଇଯାଇଛି । ନୟାଗଡ଼ ବ୍ଲକ ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଯୋଗ ଦେଇଥିଲେ । ତଥାସ୍ତୁ ଅନୁଷ୍ଠାନର ସଭାପତି ବସିରନ ବିବିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଡ. ସାହୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ ଓ ସାହିତ୍ୟ କୃତି ସମସ୍ତଙ୍କ ପାଇଁ ଏକ ଦିଗଦର୍ଶନ ଏବଂ ଯୁବପୀଢ଼ି ବିନାୟକଙ୍କ ସଂକଳ୍ପ, ଆଦର୍ଶରେ…
Read More