ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଲେ ଅଂଶିକା ସର୍ଭିସେସର ଲଣ୍ଡ୍ରୀ କର୍ମଚାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା ଦେଲେ ଅଂଶିକା ସର୍ଭିସେସର ଲଣ୍ଡ୍ରୀ କର୍ମଚାରୀ । ଅଂଶିକା ସର୍ଭିସେସ ମାଧ୍ୟମରେ ଦିର୍ଘ ତିନି ବର୍ଷ ଧରି ମେଡିକାଲ ରେ ଲଣ୍ଡ୍ରୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ସଂସ୍ଥା ମାଲିକ୍ ଚିତ୍ତରଞ୍ଜନ ଦାସ କର୍ମଚାରୀ ମାନଙ୍କୁ ଦରମା ଦେଉନଥିବା ଅଭିଯୋଗ କରିଛନ୍ତି । ଦରମା ମାଗିଲେ ସଂସ୍ଥା ର ସୁପରଭାଇଜର ଅନୁରାଗ ଖଟେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ଏପରିକି ଦରମା, ସେକେଣ୍ଡ ସିପ୍ଟି , କୋଭିଡ ଇନସେଟିଭ ଦିଆଯାଇ ନଥିବା ବେଳେ ଇ.ପି.ଏଫ.ଓ , ଇଏଓ.ଆଇ ମାସିକ ପାରିଶ୍ରମିକ ରୁ କଟାଯାଇସିଛି . ଯାହାକୁ ପରେ ଆକାଉଣ୍ଟ ରେ ପରିଶୋଧ କରାଯାଇ ନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । କର୍ମଚାରୀ…

Read More

ସାଇ ଟ୍ରଷ୍ଟ ପକ୍ଷରୁ ‘ସ୍ବେଛାକୃତ ରକ୍ତଦାନ ଶିବିର’ରୁ ୧୦୦ୟୁନିଟ ରକ୍ତ ସଂଗ୍ରହ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବିନୋଦପଡା ସ୍ଥିତ ସାଇ ଟ୍ରଷ୍ଟ ଓଡିଶା ମୁଖ୍ୟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ‘ସ୍ବେଛାକୃତ ରକ୍ତଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ରକ୍ତଦାନ ଶିବିରକୁ ସାଇ ଟ୍ରଷ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପକ କୁମାର ବରାଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରରେ ରାଜସୁନାଖଳା ଅଞ୍ଚଳର ବହୁ ଯୁବକ ଓ ସାଇପ୍ରେମୀ ଯୋଗଦେବା ସହ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରଫେସର ଦୁର୍ଗାପ୍ରସାଦ ଦାଶଶର୍ମା, ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ୧୦୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସାଇ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏହି ସମସ୍ତ କାର୍ଯ୍ୟକୁ ନୟାଗଡ ମନେଜିଙ୍ଗ ଟ୍ରଷ୍ଟି ସୌମ୍ୟରଞ୍ଜନ ପ୍ରଧାନ ଓ ସମ୍ପାଦକ…

Read More

‘ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ’ ଏବଂ ‘ସତ୍ୟମ କମ୍ପ୍ୟୁଟର’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ସତ୍ୟମ କମ୍ପ୍ୟୁଟର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସତ୍ୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ୧୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପରାମର୍ଶଦାତା ବିଭୁତି ଭୁଷଣ ପଟ୍ଟନାୟକ ଏବଂ ସତ୍ୟମର ନିର୍ଦେଶକ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏ‌ହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ପବିତ୍ର ସାହୁ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ ଏବଂ କାଜଲ ଡାକୁଆ ।

Read More

ଆଦିବାସୀ ଅଧ୍ୟୁଷିତ ଗ୍ରାମ ତୁଲୁବିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁଲୁବି ଗାଁରେ ପହଂଚିଛି ସ୍ବାସ୍ଥ୍ୟ ବିଭାଗ। ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହିତ କୋଭିଡ଼ ଟୀକା ଏବଂ ଡେଙ୍ଗୁ ଉପରେ ଗୁରୁତ୍ବ ଦେଇଛନ୍ତି। କିଛିଦିନ ଧରି ମହାମାରୀ କରୋନା ଏବଂ ଡେଙ୍ଗୁ ଲୋକଙ୍କ ନିଦ ହଜେଇ ଦେଇଛି। କରୋନାର ଚତୁର୍ଥ ଲହର ଚାଲିଥିବା ବେଳେ ଏଥିରେ ଲୋକମାନେ ସଂକ୍ରମିତ ହେଉଛନ୍ତି। ଏହା ସହିତ ଡେଙ୍ଗୁ ରୋଗରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ତୁଲୁବି ଗ୍ରାମରେ ପହଂଚିଥିଲେ। ଲୋକମାନେ ଥଣ୍ତା, ଜ୍ବର,କାଶ ଆଦି ରୋଗରେ ପିଡିତ ଅଛନ୍ତି କି ନାହିଁ ତାହା ଘର ଘର ବୁଲି ପଚାରି ବୁଝିଥିଲେ। ଥଣ୍ତା ଜ୍ବର ହେଲେ କିମ୍ବା ଜ୍ବର ଛାଡୁନଥିଲେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା କିମ୍ବା…

Read More

ଗାଁକୁ ଗଲାନି ଆମ୍ବୁଲାନ୍ସ, ୨ କିମି ଭାରା କରି ବୋହିଲେ କର୍ମଚାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗାଁ’କୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଯାହାକୁ ନେଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାରା କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ହେଲେ ଗାଁକୁ ରାସ୍ତା ନଥିବା ହେତୁ ପ୍ରାୟ ୨କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ରାକେଶ ମହାନ୍ତି, ହେଲପର୍ ରତ୍ନାକର ମହାନ୍ତି ଏବଂ ଇଏମ୍ଟି ସୁଧାଶୁଂ ଶେଖର ଜାନୀ ଚାଲିଚାଲି ଗାଁରେ ପହଁଚିଥିଲେ। ଶେଷରେ ଖଟିଆକୁ ଭାରାକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା…

Read More

ପାରାଢିପି ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୟାଗଡ ଭୂମିକା ଚକ୍ଷୁ ଚିକିତ୍ସାଳୟ, ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଯୁବ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଚେଷ୍ଟା ଯୋଗୁଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟର ଟେକ୍ନିକାଲ ଆସିଷ୍ଟାଣ୍ଡ ପଦ୍ମିନୀ ପତି, ପାରାମେଡିକ କର୍ମଚାରୀ ଧରିତ୍ରୀ ପ୍ରଧାନ, ବନ୍ଦିତା ଦଳାଇ, ବର୍ଷାରାଣୀ ସାହୁ ପ୍ରମୁଖ ଶିବିରରେ ଯୋଗ ଦେଇଥିବା ଲୋକମାନଙ୍କ ଚକ୍ଷୁ ଚିକିତ୍ସା…

Read More

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳିବ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଜନ୍ମ ଓ ମ୍ରୁତ୍ୟୁ ପ୍ରମାଣପତ୍ର ଏଣିକି ଏନ୍ଏସି ପରିବର୍ତ୍ତେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମିଳିବ ବୋଲି ଓଡ଼ଗାଁ ଦାୟିତ୍ୱରେ ଥିବା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅବିନାଶ ନାୟକ କହିଛନ୍ତି। ପୂର୍ବରୁ ଏହି ପ୍ରମାଣପତ୍ର ପାଇବାପାଇଁ ଏନ୍ଏସି ଅଞ୍ଚଳର ଆବେଦନକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏନ୍ଏସି ଓ ଏନ୍ଏସିରୁ ସ୍ୱାସ୍ଥ୍ୟକେନ୍ଦ୍ର ଧାଇଁଧାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରମାଣପତ୍ର ପାଇପାରୁନଥିଲେ। ଅଯଥା ଖର୍ଚ୍ଚାନ୍ତ କରିବା ପରେ ଯାଇ ପ୍ରମାଣପତ୍ର ମିଳୁଥିଲା। ବର୍ତ୍ତମାନ ଆବଶ୍ଯକ ତଥ୍ଯଦେବା ସହିତ ଅନଲାଇନରେ ଆବେଦନକଲେ କତ୍ତୁର୍ପକ୍ଷ ୧୫ଦିନ ମଧ୍ଯରେ ଜନ୍ମ ହେଉ କିମ୍ବା ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦେବେବୋଲି ଜଣାପଡ଼ିଛି। ଏହି ନିୟମ ଅନୁସାରେ ହିତାଧିକାରୀଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ ବୋଲି ଡ. ଅବିନାଶ ନାୟକ କହିଛନ୍ତି।

Read More

ନୟାଗଡ଼ ଜିଲ୍ଲାରେ ବୁଷ୍ଟର ଡୋଜର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୮ବର୍ଷ ବୟସରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ precatuanary Dose or Booster dose ମାଗଣା ଦିଆଯିବାର ବ୍ୟବସ୍ଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର Golden Jubilee Conference Hall ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥି ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ମହାବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇ କହିଥିଲେ ଯେ, ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ସେମାନଙ୍କ ପରିବାର ତଥା ଜିଲ୍ଲାର ସମସ୍ତ ନାଗରିକମାନେ (୧୮ବର୍ଷ ବୟସରୁ ୫୯ ବର୍ଷ ବୟସ ) ସରକାରଙ୍କ ଦ୍ଵାରା ଦିଆଯାଉଥିବା ଏହି ମାଗଣା Booster dose ନେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବେ। ସୂଚନାଯୋଗ୍ୟ…

Read More

ବାମ ଗ୍ରାମରେ ସେବା ଉତ୍ସବ, ୧୮୦ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଓଷଧ ବଣ୍ଟନ

ଦଶପଲା,(ନୟାଗଡ଼ ଦର୍ପଣ):- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ଆଜି ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ସେବା ଉତ୍ସବରେ ବସ୍ତ୍ରଦାନ, ଖାଦ୍ୟ ବଣ୍ଟନ, ଓ ଅସହାୟଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟସେବା ଶିବର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିରକୁ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିବା ବେଳେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ଅରବିନ୍ଦ ଦାଶ, ବରିଷ୍ଠ ଡାକ୍ତର ରମେଶ…

Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଜନସଂଖ୍ୟା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଭିନବ ପନ୍ଥା ଅନୁସରଣ କରି ପରିବାର ନିୟନ୍ତ୍ରଣ କରିବା ପାଇଁ ଡା. ବେଉରା ପରାମର୍ଶ ଦେଇଥିଲେ । ଏହିଅବସରରେ ତା.୨୭.୦୬.୨୦୨୨ରିଖ ଠାରୁ ତା.୧୦.୦୭.୨୦୨୨ରିଖ ପର୍ଯ୍ୟନ୍ତ ପରିବାର ନିୟନ୍ତ୍ରଣ ସଚେତନତା ପକ୍ଷ ଏବଂ ତା.୧୧.୦୭.୨୦୨୨ରିଖ ଠାରୁ ତା.୨୪.୦୭.୨୦୨୨ରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବାକୁ ଅଛି । ଏହି ଅବସରରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ୧୨୫ଜଣ ମହିଳାଙ୍କର ଲାପ୍ରୋସ୍କୋପି ଅପରେସନ ଦ୍ୱାରା ପରିବାର ନିୟନ୍ତ୍ରଣ କରାଯାଇଛି । ଏଥି ସହିତ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପରିବାର ନିୟନ୍ତ୍ରଣ ଉପରେ ଭଲ କାମ କରିଥିବା ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ପୁରସ୍କୃତ…

Read More