ଦଶପଲ୍ଲା, (ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ଲୋକମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରିଥିବା ବେଳେ ଦଶପଲ୍ଲା ବ୍ଲକ ଓ ଗଣିଆ ବ୍ଲକ ପାଇଁ ନୂତନ ୩ଗୋଟି ୧୦୮ ଆମ୍ବୁଲାନ୍ସ ଗାଡି ଯୋଗାଇ ଦିଆଯାଇଛି। ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକଭାବେ ରିବନ କାଟି ସବୁଜ ପତାକା ଦେଖାଇ ସାଧାରଣ ଲୋକଙ୍କ ହିତ ପାଇଁ ଲୋକାର୍ପିତ୍ କରିଛନ୍ତି। ଏହି ୩ଗୋଟି ଆମ୍ବୁଲାନ୍ସ ମଧ୍ୟରୁ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଓ ବାଣୀଗୋଛା ସବ -ସେଣ୍ଟର ପାଇଁ ୨ ଗୋଟି ଓ ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ସବ ସେଣ୍ଟର ପାଇଁ ଗୋଟିଏ ଆମ୍ବୁଲାନ୍ସ୍ ଉଦ୍ଧିଷ୍ଟ ଅଟେ । ଏହି ଲୋକାର୍ପଣ ସମୟରେ ବିଧାୟକଙ୍କ ସମେତ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ଗୋଷ୍ଟି…
Read MoreCategory: ସ୍ୱାସ୍ଥ୍ୟ
ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ’ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ‘ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ସହଯୋଗରେ ଏହାର ରକ୍ତ ଭଣ୍ଡାରରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ହସ୍ପିଟାଲର ରକ୍ତ ଭଣ୍ଡାର ଅଫିସର ଡ଼ା. ବେଣୁଧର ଶତପଥୀ , ସୋହମ ଅନୁଷ୍ଠାନ ର ସଭାନେତ୍ରୀ ଡ. କବିତା ମିଶ୍ର, ସଦସ୍ୟ ଶୁଭକାନ୍ତ ରଣସିଂହ, ପ୍ରହଲ୍ଲାଦ କୁମାର ସାହୁ, ଦେବାଶିଷ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଉତ୍କଳ ହସ୍ପିଟାଲ ର ଚୌଧୁରୀ ସୁବାଷ ଚନ୍ଦ୍ର ଦାସ, ସନାତନ ସାହୁ, କାଜଲ ମହାନ୍ତି, ଦମୟନ୍ତୀ ହାଁସଦା, ହେମନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
Read Moreମଡେଲ ଡିଗ୍ରୀ କଲେଜ, ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ଼ର ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ମିସ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ୧୦୧ୟୁନିଟ୍ ରକ୍ତ ଦାନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣ ସିଂହ, ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ, ପରିଚାଳନା ସମିତି ସଭ୍ୟ ପବିତ୍ର…
Read Moreଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୧ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ କାର୍ଯ୍ୟକ୍ଷମ ଥିଲାବେଳେ ଅବଶିଷ୍ଟ ୪ଗୋଟି ବନ୍ଦ ଅଛି । ଜିଲ୍ଲାରେ ନୂତନ ୩ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଖୋଲାଯିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ନିଷ୍ପତି ନିଆଯାଇଛି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ଏବଂ ଟେକ୍ନୋଲୋଜିର ଅପବ୍ୟବହାର କରିବା ଦ୍ଵାରା ଲିଙ୍ଗ ଅନୁପାତ ହ୍ରାସ ହେବା, ସାମାଜିକ ବ୍ୟବସ୍ଥାକୁ ବିକୃତ କରିବାର ଏକ ପ୍ରମୁଖ କାରଣ । ତେଣୁ…
Read Moreନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ଭଲେଣ୍ଟିୟର୍ସ ଫୋରମର ମିଳିତ ସହଯୋଗରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ୭ଘଟିକା ସମୟରେ ଦିବସର ତାତ୍ପର୍ଯ୍ୟ ଉପରେ ସାଧାରଣ ନାଗରିକଙ୍କୁ ସଚେତନ କରିବା ପାଇଁ ଏକ ପଦଯାତ୍ରା ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ପଦଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାକକ୍ଷରେ ଏକ ସଚେତନତା ସଭା ସହ ରକ୍ତଦାନ କ୍ୟାମ୍ପ୍ କରାଯାଇଥିଲା। ଏହି ସଭାକାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ମକରନ୍ଦ ବେଉରା ରେଡକ୍ରସ ଦିବସର ଇତିହାସ ତାଙ୍କ ବକ୍ତବ୍ୟରେ ରଖିଥିଲେ ।ସମ୍ମାନିତ ଅତିଥି…
Read Moreଦୁଇଦିନିଆ ନୟାଗଡ଼ ଗସ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ସଦସ୍ୟ, କରୁଛନ୍ତି ଯକ୍ଷ୍ମା ରୋଗର ସମୀକ୍ଷା
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇଦିନିଆ ନୟାଗଡ଼ ଗସ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ସଦସ୍ୟ ଡା. ରଞ୍ଜିତା ନାୟକ ନୟାଗଡ଼ ଗସ୍ତରେ ଆସି ଯକ୍ଷ୍ମା ରୋଗର ସମୀକ୍ଷା କରିବ ସହ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଭାପୁର ବ୍ଲକ ଓ ଖଣ୍ଡପଡ଼ା ବ୍ଲକ ପରିଦର୍ଶନ କରି ବିଭିନ୍ନ ଲୋକଙ୍କୁ ଭେଟିଛନ୍ତି । ଯକ୍ଷ୍ମାର କାର୍ଯ୍ୟକାରିତା କିପରି କରାଯାଉଛି ଏହାର ସମୀକ୍ଷା କରିଛନ୍ତି । ଯକ୍ଷ୍ମା ମୁକ୍ତି କିପରି ହୋଇପାରିବ ସେଥିନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ.ସରୋଜ କୁମାର ଦାସ, ଡିପିସି ରୁଦ୍ର ଜେନା, ଏସଟିଏସ ଦେବାଶିଷ କର ଓ ତପନ ପରିଡା ପ୍ରମୁଖ ସାମିଲ ହୋଇଥିଲେ ।
Read Moreନୂଆଗାଁ ବ୍ଲକରେ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ପ୍ରଶିକ୍ଷଣ ଶିବିର
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହରେ ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ। ନୂଆଗାଁ ବ୍ଲକ ସିଡ଼ିପିଓ ଶୁଭ୍ରକେଶୀ ମଲ୍ଲିକଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କମିଟିର ମୂଳଲକ୍ଷ ସମାଜରେ ନିଷ୍ପେସିତ ହେଉଥିବା ଶିଶୁମାନଙ୍କୁ କିପରି ସୁରକ୍ଷା ଦିଆଯିବ ତାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି…
Read Moreନୟାଗଡ଼ରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନରେ କେଳେଙ୍କାରୀ
ଦୁର୍ନୀତିର ତଦନ୍ତ ହେଲେ ଫସିବେ ବହୁ ନେତା ବୋଲି ଅଭିଯୋଗ କଲା କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନରେ କେଳେଙ୍କାରୀ ଦୁର୍ନୀତି ସବୁ ସୀମା ଟପି ସାରିଲାଣି। ସୁସ୍ଥ ସବଳମାନେ ନିଜକୁ ବିଭିନ୍ନ ଶାରୀରିକ ବିକଳାଙ୍ଗ ଯଥା କାନକୁ ଶୁଭୁନି, ଆଖିକୁ ସାମାନ୍ୟ ଦୃଶ୍ୟମାନ ହେଉଥିବା, ସାମାନ୍ୟ ଗୋଡଭଙ୍ଗା ପାଇଁ ହୁଇଲ ଚେୟାରରେ ଚଳପ୍ରଚଳ ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସର୍ବନିମ୍ନ ୬୦ ପ୍ରତିଶତ ଏବଂ ତଦୁର୍ଦ୍ଦ ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରିଛନ୍ତି। ଏହି ଦିବ୍ୟଙ୍ଗ ପ୍ରମାଣପତ୍ର ପାଇ ବିଭିନ୍ନ ସରକାରୀ ନିଯୁକ୍ତି, ମଧୁବାବୁ ଭତ୍ତା, ରାସନ କାର୍ଡ, ଆବାସ ଗୃହ ଏପରିକି ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରୀ ଲାଇସେନ୍ସ ହାତେଇ ସରକାରୀ ଅର୍ଥରାଶି ଆତ୍ମସାତ କରୁଛନ୍ତି। ଯେଉଁମାନେ ଏମିତି ଜାଲ ପ୍ରମାଣପତ୍ରନେଇ ସରକାରୀ ଅର୍ଥ ହଡ଼ପ କରିଛନ୍ତି ତଦନ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
Read Moreସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର, ଅନୁଷ୍ଠାନର ସଭାନେତ୍ରୀ ଡ. କବିତା ମିଶ୍ର, ନୟାଗଡ଼ ମୁନିସପାଲିଟର ୦୩ ନଂ ୱାର୍ଡର କାଉନସିଲର ସ୍ୱୟଂପ୍ରଭା ମିଶ୍ର ଓ ଡାକ୍ତର ଜର୍ଜ ଦେବବ୍ରତ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ କୋଭିଡ ନିୟମ ପାଳନ କରାଯାଇ ୨୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୋହମ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ । ଏଥିରେ ସମାଜସେବୀ ରୁଦ୍ର ପ୍ରସନ୍ନ ରଥ, ଅନୁଷ୍ଠାନର ଉପସଭାପତି ତଥା ପରିବେଶବିତ୍ ଅନାଦି ଚରଣ ମହାନ୍ତି, ବରିଷ୍ଟ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ଲଳିତ ମିଶ୍ର, ସୀତାରାମ ତ୍ରିପାଠୀ, ବିବୃ ବାହନ ରଥ,…
Read Moreଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ମକରନ୍ଦ ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ନିୟମିତ ପାଣିର ପରୀକ୍ଷା, ଜଳଜନିତ ସୃଷ୍ଟି ହେଉଥିବା ରୋଗ, ତାହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବୁଝାଇଥିଲେ । ଫ୍ଲୋରୋସିସ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ସ୍ଥାୟୀ ପରିବର୍ତ୍ତନ ଘଟିବା ପରେ ଫ୍ଲୋରୋସିସ ଚିକିତ୍ସା କରିବା କଷ୍ଟସାଧ୍ୟ ଅଟେ । ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥୁଲେ । ଫ୍ଲୋରୋସିସ ରୋଗର ନିରାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଏହି ସଭାର ଉଦ୍ଦେଶ୍ୟ ବୋଲି ଡାଃ ମକରନ୍ଦ ବେଉରା ପ୍ରକାଶ କରିଥିଲେ…
Read More