ନୟାଗଡ଼,(୧୧/୦୯): ସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଶତାଧିକ ଯୁବ ସ୍ବେଛାସେବୀ । ନୟାଗଡ଼ ସହର ର ରାଜରାସ୍ତାରେ ସୁସ୍ଥତା ପାଇଁ ବାର୍ତ୍ତା ବାଣ୍ଟିଲେ ଯୁବ ସ୍ବେଛାସେବୀ ଙ୍କ ସହ ଛାତ୍ରଛାତ୍ରୀ। ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ର ସ୍ବେଛାସେବୀମାନେ ଯୋଗ ଦେଇଥିଲେ। ନୟାଗଡ଼ ମହାବିଦ୍ୟାଳୟ ଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ମାରାଥନ ଦୌଡ଼ିଥିଲେ ସ୍ବେଛାସେବୀ। ଏହି ଅବସର ରେ ଅନୁଷ୍ଠିତ ସାଧାରଣ ସଭାରେ ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାଶ ନୟାଗଡ଼ ଜିଲ୍ଲା ଏନ.ୱାଇ. କେ.ଏସ.ର ସଂଯୋଜକ ଅନୁରାଗ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁସ୍ଥତାର ମନ୍ତ୍ର ଦେଇଥିଲେ। ଏହି ଅବସରରେ…
Read MoreCategory: ସ୍ୱାସ୍ଥ୍ୟ
ସୁସ୍ଥ ଜୀବନ ପାଇଁ ସୁସ୍ଥ ଅଭ୍ୟାସ ଜରୁରୀ
ସୁସ୍ଥ ଜୀବନଶୈଳୀ କରିବାରେ କୌଣସି ବଡ଼ କାମ ନାହିଁ କେବଳ କିଛି ସୁସ୍ଥ ଅଭ୍ୟାସରେ ଧ୍ୟାନ ରଖିବା ଉଚିତ ।ଦଶହରା ହେଉ କି ନୂତନ ବର୍ଷର ସୁଯୋଗରେ ଲକ୍ଷ ଲକ୍ଷ ଲୋକ ନିଜ ନିଜର କ୍ୟାରିୟର, ଶିକ୍ଷା, ଚାକିରିର ପ୍ରମୋଶନ୍ ଏବଂ କିଛି ନୂତନ ଶିକ୍ଷା ଓ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପରି ବହୁତ ସାରା ସଂକଳ୍ପ ନେଇଥା’ନ୍ତି । କିଛି ଲୋକ ନିଜର ନ୍ୟୁ ଇୟର ରିଜୋଲ୍ୟୁସନ୍କୁ କିଛି ବାଟ ପର୍ଯ୍ୟନ୍ତ ପୂରା କରିବାରେ ସଫଳ ବି ହୋଇଥା’ନ୍ତି । ବର୍ଷ ସାରା ଏହି ସଂକଳ୍ପ ଓ ପାରିବାରିକ ଦାୟିତ୍ୱକୁ ପୂରା କରିବାର ଚକ୍କରରେ ନିଜ ଦେହ ପ୍ରତି ଧ୍ୟାନ ଦେଇନଥାନ୍ତି । ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଆଜିକାଲି କମ ବୟସରେ ଓବେସିଟି, ଡାଏବେଟିସ୍, ବ୍ୟସ୍ତତା, ଅବସାଦ, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ଅଣ୍ଟା ବ୍ୟଥା,…
Read More‘କରୋନା’ ର ୩ୟ ଲହରକୁ ନେଇ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା
ଓଡ଼ଗାଁ,(୦୮/୦୯): ମହାମାରୀ ‘କରୋନା’ର ତୃତୀୟ ଲହରକୁ ଦୃଷ୍ଟିରେରଖି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତର ଧଝୋଲା ଗାଁ କଲ୍ୟାଣ ସମିତି ଓ ଗିରିଡ଼ିପଲ୍ଲି ଗାଁ କଲ୍ୟାଣ ସମିତି ତରଫରୁ ତନ୍ତିଭୁଷାପଲ୍ଲୀ ଓ ଗିରିଡିପଲ୍ଲିରେ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସନ୍ୟାସୀ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିବାବେଳେ ଅଙ୍ଗନବାଡି କର୍ମୀ ସବିତା ନାୟକ, ସରୋଜିନୀ ସାହୁ, ଆଶାକର୍ମୀ ସ୍ୱର୍ଣ୍ଣଲତା ନାୟକ, କ୍ଷୀର ପାହାନ, ସ୍ୱେଚ୍ଛାସେବୀ ସୁଶାନ୍ତ ରାଉତଙ୍କ ସମେତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଏହି ଜନସଚେତନତା ରାଲିରେ ଗ୍ରାମର ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼,ସ୍ଲୋଗାନ ଏବଂ ଲିଫ୍ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ।ତା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।ଗ୍ରାମ…
Read More୩ୟ ଲହରକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ – ମୁଖ୍ୟମନ୍ତ୍ରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି ପାଇଁ ନିର୍ଦ୍ଦେଶ ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ ନୟାଗଡ଼,(୦୭/୦୯):- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ…
Read Moreଶ୍ରୀରାମ ଫାଉଣ୍ଡେସନ ଓଡିଶା ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ
ଭାପୁର,(୩୦/୦୮):- ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀରାମ ଫାଉଣ୍ଡେସନ ଓଡିଶା ତରଫରୁ ଆଶା ମହାସଂଘର ସମସ୍ତ ଆଶାକର୍ମୀଙ୍କୁ କରୋନା ମହାମାରୀର ତୃତୀୟ ଲହର ବିଷୟରେ ସଚେତନ କରିବା ସହ ଭାପୁର ବ୍ଲକରେ ବ୍ୟାପୁଥିବା ଡେଗୁଂ ରୋଗ ବିଷୟରେ ସଚେତନ କରାଯାଇଥିଲା। ବିଗତ ଦିନରେ ଆଶା ମହାସଘଂ ଶ୍ରୀରାମ ଫାଉଣ୍ଡେସନର କାର୍ଯଶୈଳିରେ ଖୁସି ହୋଇ ସମସ୍ତେ ଫାଉନ୍ଡେସନର ସଦସ୍ଯ ହୋଇଥିଲେ। ସରକାର ଦେଇଥିବା କାର୍ଯ୍ୟ କରିବା ସହ ଶ୍ରୀରାମ ଫାଉଣ୍ଡେସନ ସଦସ୍ୟ ହିସାବରେ ଅନ୍ୟ ସଦସ୍ୟ ମାନକଂ ସହ ମିଶି କୋଭିଡ ସମୟରେ ଅସହାୟକୁଂ ସାହାୟ୍ଯ ଓ ଅଞ୍ଚଳର ଉନ୍ନତିରେ ସଦାସର୍ବଦା ଲାଗି ପଡିଛନ୍ତି। ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ବୋଡ କମିଟିର ସହ ସମ୍ପାଦକ ଦେବୀପ୍ରସାଦ ମିଶ୍ର ସମସ୍ତ ମା’ ମାନଙ୍କୁ ସମସ୍ତଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧାର…
Read Moreଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ବିତରଣ
ନୟାଗଡ଼,(୨୭/୦୮):– ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୦-୨୧ବର୍ଷ ପାଇଁ ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ବିଜୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ୱଚ୍ଛତାରେ ଉତ୍କର୍ଷ ପାଇଁ ମୋଟ ୧୦ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ପୁରସ୍କୃତ କରାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଗରେ ପଦ୍ମାବତୀ ଓ ଦର୍ପନାରାୟଣପୁରକୁ ଯୁଗ୍ମ ବିଜେତା ଭାବେ ପ୍ରତ୍ୟେକଙ୍କୁ ନଗଦ ଦୁଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଅନ୍ୟ ୮ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯଥାକ୍ରମେ ଟ.୫୦,୦୦୦/- ଓ ଟ.୨୫,୦୦୦/- ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା…
Read Moreଦିନକୁ ୩୦ମିନିଟ୍ ଚାଲିବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଫାଇଦା
ଚାଲିବା ହେଉଛି ଏକ ପ୍ରକାର କାର୍ଡିଓଭାସ୍କୁଲାର ଏକ୍ସରସାଇଜ୍। ନିୟମିତ ୩୦ରୁ ଘଣ୍ଟେ ଚାଲିବା ଦ୍ୱାରା ବିଭିନ୍ନପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଚାଲିବାର ଫାଇଦା। ସ୍ୱାସ୍ଥ୍ୟ:- ଆପଣଙ୍କ ଓଜନ ଯେତିକି ଅଛି, ତାକୁ ନିୟନ୍ତ୍ରଣ କରିବାକୁ ହେଲେ ଚାଲିବା ହେଉଛି ଉତ୍ତମ ବ୍ୟାୟାମ। କିନ୍ତୁ, ଓଜନ କମ୍ କରିବାକୁ ଚାହୁଁଥିଲେ ଦିନକୁ ୩୦ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଲାଭ ମିଳିଥାଏ। ଚାଲିବା ଦ୍ୱାରା ଷ୍ଟ୍ରେସ୍ ଦୂର ହୋଇଥାଏ, ଶରୀରକୁ ଶକ୍ତି ମିଳିଥାଏ ଓ ଥକ୍କା ଅନୁଭବ ହୋଇନଥାଏ। ବିଶେଷଜ୍ଞ ମତରେ, ଯଦି ଆପଣ ଗୋଟେ ଘଣ୍ଟା ଦ୍ରୁତ ଗତିରେ ଚାଲୁଛନ୍ତି, ତେବେ ଦିନ ତମାମ ଆପଣଙ୍କୁ ଅଳସୁଆ ଲାଗିବା ନାହିଁ ଓ ଆପଣ ସତେଜ ଅନୁଭବ କରିବେ। ଅଫିସ୍ରେ ୮ରୁ ୧୦ ଘଣ୍ଟା ବସିରହି କାର୍ଯ୍ୟ କରୁଥିଲେ ଓଜନ ବୃଦ୍ଧି ହେବାର ଓ ପେଟ…
Read Moreଅଧପନ୍ତରିଆ ଡ୍ରେନ, ଦୁର୍ଦ୍ଦଶାରେ ସହରବାସୀ, ଜନ ଆନ୍ଦୋଳନ ପାଇଁ ଚେତାବନୀ
ନୟାଗଡ଼,(୨୨ା୮): କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସେହିପରି ସହରର ବିକାଶ ଜଣାପଡ଼େ ରାସ୍ତାଘାଟ ତଥା ଡ୍ରେନ ପରିମଳ ଏବଂ ପରିଚାଳନାରୁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ନୟାଗଡ଼ ଜିଲ୍ଲା ସଦର ମହକୁମାରେ । ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଅଧିକାଂଶ ସ୍ଥାନରେ ଡ୍ରେନ ନଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଡେଙ୍ଗୁ ଆଦି ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ନୟାଗଡ଼ ମୁନିସିପାଲଟିର ବିଭିନ୍ନ ୱାର୍ଡ଼, ସାହି ବସ୍ତି ଆଦି ଅଞ୍ଚଳରେ ଡ୍ରେନ କାମ ମୁନିସିପାଲଟି ପକ୍ଷରୁ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ କରାଯିବାର ନିୟମ ରହିଥିବା ବେଳେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଷ୍ଟେଟ ହାଇୱେର ଦୁଇ ପାଶ୍ୱର୍ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ…
Read Moreଜୀବନ ବିନ୍ଦୁ ଆନୁକୁଲ୍ୟରେ ୧୦୭ ୟୁନିଟ ରକ୍ତ ସଂଗ୍ରହ
ନୟାଗଡ଼,(୦୮/୦୮):- ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ଉଚ୍ଚ ବିଦ୍ୟାଳୟଠାରେ ୧୪ ଜୋନର କର୍ମକର୍ତ୍ତାଙ୍କୁ ନେଇ ଜୀବନ ବିନ୍ଦୁ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ମୋଟ ୧୦୭ ୟୁନିଟ ରକ୍ତ ସଂଗୃହିତ କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ଅଜୟ ପରିଡ଼ା, ମୁନା ପଣ୍ଡା, ସୁବାସ ଜେନ. ସ୍ଥାନୀୟ ସରପଞ୍ଚ ଏବଂ ଅନ୍ୟାନ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ…
Read Moreଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧୪ଜଣ ଷ୍ଟାଫନର୍ସ ନିଯୁକ୍ତ
ନୟାଗଡ଼,(୦୮/୦୮):- ସ୍ୱାସ୍ଥ୍ୟସେବାକୁ ସୁଧାର ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରି ଚାଲିଥିବା ବେଳେ ଅନ୍ୟାନ୍ୟ ବ୍ୟବସ୍ଥା ସହ ଏବେ ନିଯୁକ୍ତି ପ୍ରକିୟା ମଧ୍ୟ ଜୋରଦାର କରି ଚାଲିଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାରେ ଗତ ସପ୍ତାହରେ ୧୧୪ ଜଣ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ପାଇବା ସହ ସେମାନେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୮ ଜଣ, ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୬ ଜଣ, ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୦ ଜଣ, ନୂଆଗଡ଼ିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୫ ଜଣ, ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୮ ଜଣ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୮ ଜଣ, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୩ ଜଣ, ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୨ ଜଣ,…
Read More