ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିୟନ୍ତ୍ରଣ ଓ ବିପଦରୁ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୟାଗଡ଼ ଅଗ୍ନିଶମ କାର୍ଯ୍ୟାଳୟ ସହଯୋଗରେ ଅଗ୍ନି ନିୟନ୍ତ୍ରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ହେଉ ବା ଘରେ ହଠାତ୍ ନିଆଁ ଲାଗିଗଲେ ଅଧିକ କ୍ଷୟକ୍ଷତି ହେବା ପୂର୍ବରୁ ନିଆଁକୁ କିପରି ଆୟତ କରିହେବ ତାହା ଉପରେ ବିଦ୍ୟାଳୟର ପିଲାମାନଙ୍କୁ ଦମକଳ ବାହୀନି କର୍ମଚାରୀ ମାନେ ବିଭିନ୍ନ ଉପାୟ ମାଧ୍ୟମରେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁରୋଧ ପତ୍ର ମାଧ୍ୟମରେ ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବନ୍ୟା ବାତ୍ୟାରୁ ରକ୍ଷା ଓ ଅଗ୍ନିକୁ ନିୟନ୍ତ୍ରଣ ଉପରେ ଅନେକ କୌଶଳ ଦେଖାଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ କମିଟି ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନେକ କଥା ଜାଣିଲେ ବୋଲି କହିଥିଲେ। ଅଗ୍ନିଶମ ବିଭାଗର ଜୱlନ ରାମ ପ୍ରସାଦ…

Read More

ମାର୍ଚ୍ଚ ୧୧ ଓ ୧୨ ସଂକଳ୍ପ ସମାବେଶ, ଗୃହୀତ ହେବ ଚରମ ନିଷ୍ପତ୍ତି: ଓଷ୍ଟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ରବିବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମ୍ପାଦକ ପରମାନନ୍ଦ ଦଳାଇ ଶିକ୍ଷକମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି ଜଣାଇଛନ୍ତି । ପ୍ରକାଶଥାଉକି, ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱକାଳ ରାଜ୍ୟ ଓଷ୍ଟା ଆହ୍ବାନରେ ଲୋୟର ପିଏମ୍‌ଜିଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାରେ ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଶିକ୍ଷାକର୍ମଚାରୀ ପ୍ରତିଦିନ ଯୋଗ ଦେଉଛନ୍ତି । ପ୍ରତୀକାତ୍ମକ ଭାବରେ ଜିଲ୍ଲାୱାରୀ ଧାରଣା ଚାଲୁଅଛି । ଗତ ୬ ତାରିଖରେ ରାଜ୍ୟ କାର୍ଯ୍ୟକାରୀ କମିଟିର ନିଷ୍ପଭି କ୍ରମେ ପ୍ରତିଜିଲ୍ଲାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ ଓ ଏଥରେ ପରିଚାଳନା କମିଟି, ଆଲୁମିନି କମିଟି ତଥା ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସାଙ୍ଗରେ ନେବା ପାଇଁ…

Read More

ପ୍ରତ୍ୟାହୃତ ହେଲା ନୟାଗଡ଼ ସ୍ବୟଂସାଶିତ ମହାବିଦ୍ୟାଳୟର କର୍ମଚାରୀଙ୍କ ଆନ୍ଦୋଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂସାଶିତ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ୬୪ଜଣ କର୍ମଚାରୀ ଗତ ୨୨ତାରିଖରୁ ବିଭିନ୍ନ ଦାବି ନେଇ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ । ଆଜି ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ନୟାଗଡ଼ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ କର୍ମଚାରୀମାନେସେମାନଙ୍କର ଦାବି ସହିତ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି।ଏନେଇ ଆଜି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ କୁମାର ନାୟକଙ୍କ କାର୍ଯ୍ୟାଳୟରେ ପରିଚାଳନା କମିଟି ସଭ୍ୟମାନଙ୍କ ଦ୍ବାରା ଏକ ଆପୋଷ ଆଲୋଚନା ବୈଠକ ଅନୁଷ୍ଠିତ କରାଯାଇଥିଲା। ଗତ ୨୦୨୩ ମସିହା ଜୁଲାଇ ମାସରୁ ସେମାନଙ୍କର ବର୍ଦ୍ଧିତ ଦରମା ଲାଗୁ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏଥିସହିତ ବାର୍ଷିକ ସାମୂହିକ ବେତନ ଲାଗୁ କରାଯିବ ବୋଲି ସୁଚନା ମିଳିଛି । ୮ଦିନ ଧରି ବସିଥିବା ଆନ୍ଦୋଳନର ସମସ୍ତ ଦରମା…

Read More

ଆରକ୍ଷୀ ପ୍ରଶିକ୍ଷଣର ଦୀକ୍ଷାନ୍ତ ସମାରୋହ, ୪୪୬ ପୁଲିସ କନେଷ୍ଟବଳ ପାସ୍ ଆଉଟ୍

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପୁଲିସ ପ୍ରଶିକ୍ଷଣ ବିଦ୍ୟାଳୟରେ ୫୪ତମ ଆରକ୍ଷୀ ପ୍ରଶିକ୍ଷଣ ପାସିଂ ଆଉଟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ୍ ଏକାଡେମୀର ଆରକ୍ଷୀ ମହାନିର୍ଦ୍ଦେଶକ ସାଇନି ଏସ୍ ଯୋଗଦେଇ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଏସପି ରାହୁଲ୍ ଜୈନ, ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଭବେଶ କୁମାର ନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ । ୨୦୨୩ ମସିହା ମଇ ମାସରେ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୪୫୦ ଜଣ ନବ ନିଯୁକ୍ତ କନେଷ୍ଟବଲ୍‌ ଟ୍ରେନିଙ୍ଗ ପାଇଁ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ୪୪୬ ଜଣ ଟ୍ରେନିଙ୍ଗ ଶେଷ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ତାଲିମ ସମୟରେ ନୂତନ ସିଲାବସ୍ ଅନୁଯାୟୀ ଅସ୍ତ୍ରଶସ୍ତ୍ର ଚାଳନା, ଶାରିରୀକ ଶିକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଲାଠିଚାଳନା,…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ହରପ୍ରସାଦ ମହାପାତ୍ର ମା ସାରଦାଙ୍କ ନିକଟରେ ଦୀପପ୍ରଜ୍ଜ୍ଵଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋପୀନାଥ ସାହୁ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରହହ୍ଲାଦ ଶାନ୍ତ ଅତିଥିଭାବେ ଯୋଗଦାନ ଦେଇଥିଲେ । ଶ୍ରୀ ମହାପାତ୍ରଙ୍କ ମହୋଦୟ ଭାରତର ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ ଜୀବନୀ ବିଜ୍ଞାନ ସାଧନା, ଉଦ୍ଭାବନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବବୋଧ କରାଇଥିଲେ। ବିଜ୍ଞାନର ବିଭିନ୍ନ ବିଭାଗ, ଋଗ୍ ବେଦରେ ବର୍ଣ୍ଣିତ ବେଦର ବାର୍ତ୍ତା, ବିଜ୍ଞାନର ଦୈନଦିନ ଜୀବନରେ ପ୍ରୟୋଗିକ ସ୍ୱରୂପ ବିଷୟରେ ବିଶଦ ବ୍ୟାଖ୍ୟା କରିଥିଲେ। ଛାତ୍ରଛାତ୍ରୀଙ୍କ ଦୈନଦିନ…

Read More

ଜାତୀୟ ବିଜ୍ଞାନ ଦିବସରେ ଆଲୋଚନା ଚକ୍ର ଓ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ବିଜ୍ଞାନମେଳା ଅଧ୍ୟକ୍ଷ ଡ.ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଅଛି। ନୋବେଲ ବିଜେତା ପଦାର୍ଥ ବିଜ୍ଞାନୀ ସାର ସି. ଭି. ରମଣଙ୍କ ବହୁ ଚର୍ଚ୍ଚିତ ରମଣ ପ୍ରଭାବ ଘୋଷଣା କୁ ମନେ ପକାଇବା ଉଦେଶ୍ୟରେ ସମସ୍ତ ବିଜ୍ଞାନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ କରିଥିଲେ. ପ୍ରାୟ ୨୫ ଗୋଟି ବିଜ୍ଞାନ ପରିକଳ୍ପନା ଓ ୧୫ ଗୋଟି ତତ ସମ୍ବନ୍ଧୀୟ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା। ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନୀ, ପ୍ରସିଦ୍ଧ ବିଜ୍ଞାନ ଲେଖକ ତଥା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡ଼ଃ କମଳା କାନ୍ତ ଜେନା ” ଭାରତୀୟ ସଂସ୍କୃତି ଓ ରମଣ ପ୍ରଭାବ ” ବିଷୟରେ ସାରଗର୍ଭକ ଭାଷଣ ଅତି ସରଳ ଭାଷାରେ ଛାତ୍ରଛାତ୍ରୀ ମାନଙ୍କ ଆଗରେ ରଖିଥିଲେ। ବିଜ୍ଞାନର ପ୍ରସାର ପାଇଁ…

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପାଞ୍ଚଟି ମୁଖ୍ୟମନ୍ତ୍ରୀ ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା, ଶିକ୍ଷାୟତନ, ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାର ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଇତି ମଧ୍ୟରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଦିଆ ସରିଥିବା ବେଳେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସଵ ଆଜି ନୟାଗଡ଼ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଥିଲା l ମାନ୍ୟବର ବିଧାୟକ ନୟାଗଡ଼ ଡ. ଅରୁଣ କୁମାର୍ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ସ୍ଵଧା ଦେବ୍ ସିଂ,ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ କରାଯାଇଥିଲା l ନୟାଗଡ଼ ବ୍ଲକର ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ଭାବରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ, ବ୍ଲକର ଶ୍ରେଷ୍ଠ ପ୍ରଧାନଶିକ୍ଷକ ଭାବରେ ପ୍ରଧାନଶିକ୍ଷିକା ଝୁମୁରୀ ସାହୁ, ବ୍ଲକର…

Read More

ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ବିଶ୍ଵ ମାତୃଭାଷା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ର ବିଶିଷ୍ଟ କବି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଦାବରୀଶ ମିଶ୍ର ମୁଖ୍ୟଅତିଥି ଏବଂ ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତାଭାବେ ଯୋଗଦାନ ଦେଇ ମାତୃଭାଷାର ଆଧାର କରି ଦେଶ ତଥା ଜାତିର ଉନ୍ନତି ସମ୍ଭବ ଏବଂ ଏହା ସହ ପିତାମାତାଙ୍କ ଏ ଦିଗରେ ପ୍ରୋତ୍ସାହନ ନିତ୍ୟାନ୍ତ ଆବଶ୍ୟକ ବୋଲି ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ୧୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାସାହିତ୍ୟର ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମହାପାତ୍ର ଶିଶୁମାନଙ୍କ ସମ୍ମୁଖରେ ଓଡ଼ିଶୀ ସଙ୍ଗୀତର ପରିବେଷଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ…

Read More

ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ଦର୍ପଣ): ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଓଡ଼ଗାଁସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଲଷ୍ଟରରୁ ମନୋନୀତ ହୋଇ ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏ ଅବସରରେ କନିଷ୍ଠ ବର୍ଗ ବିତର୍କ ପ୍ରତିଯୋଗିତାରେ ଅନ୍ନପୂର୍ଣ୍ଣା ଜେନା,କୁଇଜରେ ପୂରବୀ ବରାଡ଼,ଚିତ୍ରାଙ୍କନରେ ପ୍ରତ୍ୟୁଷ କୁମାର ମହାଙ୍କୁଡ଼ ଏବଂ ବରିଷ୍ଠବର୍ଗରୁ ବିତର୍କରେ ବିଭୁତି ନାହାକ,କୁଇଜରେ ଜ୍ୟୋତିର୍ମୟୀ ବିଶୋଇ,ଚିତ୍ରାଙ୍କନରେ ଅଞ୍ଜଳି ସାହୁଙ୍କ ସମେତ ଭାଷାସାହିତ୍ୟ ବିଭାଗରେ ପାପାଲି ପ୍ରିୟଦର୍ଶିନୀ ଓ ସୁଲଗ୍ନା ସେଠୀ,ଚିତ୍ରକଳାରେ ସ୍ୱାଗତିକା ସାହୁ ଓ କେ.ଅନୁ ଚୌଧୁରୀ ଏବଂ ଓଡ଼ିଆ ସଂସ୍କୃତି ପ୍ରକଳ୍ପରେ ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ଜିଲ୍ଲା ସ୍ତର ପ୍ରତିଯୋଗିତାରେ ଭାଗ ନେବାପାଇଁ ଉନ୍ନୀତ ହୋଇଛନ୍ତି।ସମସ୍ତ ମନୋନୀତ ପ୍ରତିଭାମାନଙ୍କୁ ମଣ୍ଡଳ ଶିକ୍ଷାଧିକାରିଣୀ ଗୀତାଞ୍ଜଳି…

Read More

ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗ ର ୬୮ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୧ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ସୋଲପଟା ସ୍ଥିତ ବାଲୁଙ୍କେଶ୍ୱର ତନ୍ତୁବାୟ ସମିତି କୁ ପରିଭ୍ରମଣ କରିଥିଲେ।…

Read More