ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି l ନୂତନ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁବାଟିକା ଖୋଲିଅଛି l ପ୍ରକାଶ ଥାଉ କି ଏପ୍ରିଲ୍ ଦୁଇ ତାରିଖକୁ ରାଜ୍ୟବ୍ୟାପୀ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଭାବରେ ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ଅଧୀନ ଗ୍ରାମ ଓ ପଡ଼ାରେ ବାସକରୁଥିବା ପାଞ୍ଚବର୍ଷ ଓ ଛଅବର୍ଷ ତଦୁର୍ଦ୍ଧ ପିଲାଙ୍କୁ ଚିହ୍ନଟ କରାଯାଇ ନାମ ଲେଖାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବଣ୍ଟନ ବଣ୍ଟନ କରାଯାଇଥିଲା l ଆଜି ପ୍ରବେଶ ଉତ୍ସବର ପ୍ରଥମ ଦିବସରେ ଶିଶୁବାଟିକା…
Read MoreCategory: ଶିକ୍ଷା
ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ। ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ମୁଥାଗାଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ମୁଥାଗାଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ନବଘନପୁର କ୍ଲଷ୍ଟର ସିଆରସିସି ଅଶୋକ କୁମାର ପ୍ରଧାନ ପୌରହିତ୍ୟ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଗ୍ରାମ ସଭାପତି ପ୍ରବିତ୍ର ମୋହନ ପରିଡ଼ା, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ କୁମାର ସେଠି, ଲକ୍ଷ୍ମୀଧର ସାହୁ, ସୁରେଶ ସେଠୀ, ଅଶୋକ ମଲ୍ଲ, ଧନେଶ୍ୱର ସ୍ୱାଇଁ,…
Read Moreଗାଇଡାନ୍ସର “ମେମୋରିଆ ୨୪-୨୫” ଉତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସର୍ବ ପୁରାତନ ପ୍ଲେ ସ୍କୁଲ ବଚପନ୍ ଓ ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ “ମେମୋରିଆ ୨୪-୨୫” ଦୁଇଦିନ ବ୍ୟାପୀ ମହା ଆଡ଼ମ୍ବରରେ ବାରମାସୀ ଦଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ବିଜୟ କୁମାର ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।ଶିଶୁର ସର୍ବାଙ୍ଗୀନ ଉନ୍ନତି ହିଁ ପ୍ରକୃତ ଶିକ୍ଷା ବୋଲି ଅତିଥି ମାନଙ୍କ ଆହ୍ବାନ ଥିଲା । ଦ୍ଵିତୀୟ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼…
Read Moreଭାରତର ବିଭିନ୍ନ ଜନଜାତିର ଭାଷା ଆଧାରରେ ଜାତୀୟସ୍ତରୀୟ ଅନୂଦିତ କାବ୍ୟପାଠ
ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୫ ଟି ରାଜ୍ୟର ୧୫ ଜଣ ଯୁବ କବି ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ” ଶବ୍ଦ ଖୋ ଗୟେ ବସନ୍ତ କେ ଫୁଲୋଁ ମେଁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ , ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଓଡ଼ିଶା,,ଆସାମ, ରୁ ସାହିତ୍ୟିକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତରାଖଣ୍ଡର ବିଶିଷ୍ଟ ଲେଖକ, ଅନୁବାଦକ ଗମ୍ଭୀର ସିଂହ ପଲାନୀ ଯୋଗଦେଇ କହିଥିଲେ-ବର୍ତ୍ତମାନ ସାହିତ୍ୟ ରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏବଂ ଯୁବ ପିଢୀ ର ଯୋଗଦାନ ଏହି ଆବଶ୍ୟକତା କୁ ସଫଳ କରିପାରିବ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ…
Read Moreଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ବଜେନ୍ଦ୍ର ଉଚ୍ଚ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଓଡଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଟକିଶୋର ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ବିବରଣୀ ପାଠ…
Read Moreଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ (ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପଞ୍ଚିଡ଼ାସ୍ଥିତ ଶିବ ଶକ୍ତି ଏଣ୍ଟରପ୍ରାଇଜେସକୁ ପରିଭ୍ରମଣ କରିଥିଲେ। ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତାରେ ବିଭିନ୍ନ ପ୍ରକାର…
Read Moreନୟାଗଡରେ ଜିଲ୍ଲାସ୍ତରୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୟାଗଡ ଜିଲ୍ଲାର ଆଶ୍ରମ ଓ ସେବାଶ୍ରମରେ କାର୍ଯ୍ୟରତ ସେବକ ଓ ସେବିକାମାନଙ୍କର ଏକ ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ତା ୧୧.୦୯.୨୦୨୪ ରିଖ ଦିନ ଉଦଘାଟନ ହୋଇଯାଇଛି। ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ, ଭୁବନେଶ୍ବର ଏବଂ ଅନୂସୁଚିତ ଜନଜାତି, ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷା ଗବେଷକ ତଥା ଭାଷାବିତ୍ ଡ. ପରମାନନ୍ଦ ପଟେଲ, ବିଶିଷ୍ଠ ଅତିଥି ଭାବେ ଆଦିବାସୀ ଭାଷା ସଂକୃତି ଏକାଡେମିର ସହାୟିକା ଡ. ସଂଯୁକ୍ତା ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ…
Read Moreନୟାଗଡ଼ ଜିଲ୍ଲାରେ ବୁଲିଲା କୌଶଳ ରଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି କୌଶଳ ରଥ ପରିକ୍ରମା । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କୌଶଳ ରଥର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସମସ୍ତ ଆଠଟି ବ୍ଲକ ଏବଂ ପୌରାଞ୍ଚଳରେ ପରିକ୍ରମା କରିବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ କୌଶଳ ରଥର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୋଜିନା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ…
Read Moreଜବାହର ନବୋଦୟ ଚୟନ ପରୀକ୍ଷା ପାଇଁ ଆବେଦନ ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଚୟନ ପରୀକ୍ଷା ଆସନ୍ତା ଜାନୁୟାରୀ ମାସ ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାରେ ୫ମ ଶ୍ରେଣୀରେ ପଢ଼ୁଥିବା ଏବଂ ନୟାଗଡ଼ ବାସିନ୍ଦା ପ୍ରମାଣ ପତ୍ର ଥିବା ଆଶାୟୀ ପ୍ରାର୍ଥୀ ମାନେ ଏଥିରେ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ଚଳିତ ସେପ୍ଟେମ୍ବର ମାସ ୧୬ ତାରିଖ ରହିଛି। ଆବେଦନ କରିବା ପାଇଁ ବିଭିନ୍ନ ସର୍ତ୍ତାବଳୀ ଏହି ୱେବ ସାଇଟ www.cbseitms.rcil.gov.in/nvs/Index/Registration କିମ୍ବା www.navodaya.gov.in ରୁ ମିଳିପାରିବ।
Read Moreସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆୟୋଜନରେ ସ୍ଥାନୀୟ ସରକାରୀ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସହ ବିଭିନ୍ନ ବର୍ଗର ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା, କବି ଗୋଦାବରୀଶ ମିଶ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀ ପ୍ରଥମେ ବ୍ଲକ ସ୍ତରରେ କୃତକାର୍ଯ୍ୟ ହେବା ପରେ ସେମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଚୟନ ହୋଇଥିଲେ। ବଜେନ୍ଦ୍ର ହାଇସ୍କୁଲର…
Read More