ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଓ୍ବାର୍ଡ ନମ୍ବର ୧ର ଜଣେ ବିଶିଷ୍ଟ ଧର୍ମପରାୟଣ ମହିଳା ଆରତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ଆରତୀ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ଜଣାଶୁଣା ଥିଲେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସ୍ବର୍ଗତ ଆରତୀ ପଟ୍ଟନାୟକ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ର ପୂର୍ବତନ ଅଧକ୍ଷ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଙ୍କ ଧର୍ମପତ୍ନୀ। ମୃତ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ତାଙ୍କର ଦୁଇପୁଅ, ବୋହୁ ଓ ନାତୁଣୀ ଅଛନ୍ତି।
Read MoreCategory: ନୟାଗଡ଼ ବ୍ଲକ
ଇଟାମାଟିରେ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ୫୮ବର୍ଷ ଧରି ପାଳିତ ହେଇଆସୁଛି ସାର୍ବଜନିନୀ ଦୁର୍ଗାପୂଜା।ଚଳିତ ବର୍ଷ ୧୦ଅକ୍ଟୋବରରୁ ମହାସପ୍ତମୀ ପୂଜା ଆରମ୍ଭ ହୋଇଯାଇଚି। ଆସନ୍ତା ୧୩ତାରିଖରେ ବିଜୟା ଦଶମୀ ପାଳିତ ହେବ। ସ୍ବର୍ଗତ ଉଦ୍ୟନାଥ ପ୍ରଧାନ, ସ୍ବର୍ଗତ ଲଡ଼ୁ ପାତ୍ର, ସ୍ବର୍ଗତ ବଂଶୀଧର ସାହୁ ଓ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଉଦ୍ୟମରେ ୧୯୬୭ମସିହାରୁ ଏହି ଉତ୍ସବ ପାଳିତ ହୋଇଆସୁଚି ବୋଲି ପ୍ରକାଶ କରନ୍ତି ବରିଷ୍ଠ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ। ଏହି ଅବସରରେ ଦୈନିକ ସଂକୀତ୍ତନ ସହ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନାଟକ ମଞ୍ଚସ୍ତ ହୁଏ। ସୁଉଚ୍ଚ ତୋରଣ, ଇଟାମାଟିର ଯୁବ ମୂର୍ତ୍ତିକାର ମନୋଜ ବିଶ୍ୱାଳଙ୍କ ଦ୍ୱାରା ନିର୍ମିତ ମା ଦୁର୍ଗାଙ୍କ ମୃଣ୍ମୟୀ ମୃତ୍ତି, ସୁଦୃଶ୍ୟ ମେଢ଼ ଓ ନାଟ୍ୟମଣ୍ଡପ ସ୍ଥାନୀୟ ଲୋକଙ୍କ ମନ ରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରିଥାଏ। …
Read Moreନୟାଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା। ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଚଳିତ ବର୍ଷ ସ୍ବତନ୍ତ୍ରତାର ସହିତ ପାଳନ କରାଯାଉଛି। ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରତ୍ୟେକ ଘରୁ ଚୂଲିଚାନ୍ଦା ଆଦାୟ ଏକ ପରମ୍ପରା ଭାବେ ଚାଲିଥିବା କାରଣରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ନୟାଗଡ଼ କଚେରୀ ବଜାର ଠାରେ ଥିବା ଦୁର୍ଗା ମଣ୍ଡପରେ ଚାଲିଥିବା ଏହି ଦୁର୍ଗାପୂଜାରେ ପ୍ରତ୍ୟହ ପ୍ରବଳ ଜନ ସମାଗମ ହେଉଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିଲା ଏହି ପୂଜାର ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ସାର୍ବଜନୀନ ଦୁର୍ଗାପୂଜା ସମିତିର ସଭାପତି ନିର୍ମଳ ଚନ୍ଦ୍ର ଶୁରଦେଓ, ସମ୍ପାଦକ ସୁମନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଦୁର୍ଗାପୂଜାରେ ସୁମନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ,…
Read Moreଇଟାମାଟିର ଆରାଧ୍ୟା ଦେବୀ ମା ନାରାୟଣୀ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟିର ପୂର୍ବ ଦିଗରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା ନାରାୟଣୀ। ବହୁ ବର୍ଷ ଧରି ଗଛ ମୂଳେ ପୂଜା ପାଉଥିବା ମା ନାରାୟଣୀଙ୍କ ପାଇଁ ଏକ ମନ୍ଦିର ତୋଳାଇଥିଲେ ସ୍ବର୍ଗତ ଘନଶ୍ୟାମ ରାମ। ୧୯୬୮ ମସିହାରେ ମାଙ୍କ ନବୀକରଣ ମୁଖା ପ୍ରତିଷ୍ଠା କରାଯାଇଥିଲା ଗ୍ରାମ ବାସୀଙ୍କ ତରଫରୁ ମା ନାରାୟଣୀଙ୍କ ଆଶ୍ରିବାଦରୁ ଇଟାମାଟି ଏକ ବ୍ୟବସାୟିକ ପେଣ୍ଠ ହିସାବରେ ଓଡିଶାରେ କ୍ଷାତି ଲାଭ କରିଥିବାର ବିଶ୍ୱାସ ରହିଛି। ଘୋଡାରେ ଚଢି ପ୍ରତିଦିନ ନିଷାର୍ଧରେ ଭ୍ରମଣ କରି ମା ଇଟାମାଟି ଗ୍ରାମବାସୀଙ୍କୁ ଘଣ୍ଟ ଘୋଡାଇଛନ୍ତି ବୋଲି ପୁରୁଖା ଲୋକମାନେ ମତ ଦିଅନ୍ତି। ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜା ମା ନାରାୟଣୀଙ୍କ ପୀଠରେ ମହାସମାରୋହରେ ପାଳିତ ହୁଏ। ଦୂତିଆ ଓଷା ଠାରୁ ଷୋଳପୂଜା ଆରମ୍ଭ ହୋଇ ମହାଅଷ୍ଟମୀରେ ସମାପନ ହୁଏ। ପ୍ରତିଦିନ ସକାଳେ ଅନ୍ୟାନ୍ୟ ଭୋଗ…
Read Moreବରକନ୍ୟା ଝରଣାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ବନ ବିହାର କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ପ୍ରତିବର୍ଷ ପରି ଚଳିତବର୍ଷ ବରକନ୍ୟା ଝରଣାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ବରକନ୍ୟା ଝରଣାର ପାହାଡ ଚଢି ଗଛଲତା ଓ ବାଉଁଶ ମାନଙ୍କର କଟର କଟର ଶବ୍ଦକୁ ଉପଭୋଗ କରିବା ସହିତ ଝରଣାର ନିର୍ମଳ ଥଣ୍ଡା ଜଳରେ ଗାଧୋଇବାର ନିଆରା ଅନୁଭୂତି ସମସ୍ତେ ସାଉଁଟି ଥିଲେ। ଝରଣା କୂଳରେ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇଥିଲା। ଭୋଜନ ପୂର୍ବରୁ ପରିବେଶ ପ୍ରଦୂଷଣ ରୋକିବା, ପ୍ରଚୁର ଗଛ ଲଗାଇ ଜଙ୍ଗଲ ତିଆରି କରିବା ଓ ବାୟୁ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ଶ୍ରେଣୀ ଗୃହରେ ବିଭିନ୍ନ ସଚେତନତା ଶିକ୍ଷା ଦେବା ପାଇଁ ଏକ ରୋଡ୍ ମ୍ଯାପ ତିଆରି କରାଯାଇଥିଲା। ବରକନ୍ଯା ଝରଣାର ଉନ୍ନତି କରଣ ପାଇଁ ସରକାର…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଓଡିଶା ର ବରପୁତ୍ର କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ଯୋଦ୍ଧା ତଥା ମହାନ୍ ଦେଶ ସେବକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟ ରେ କାର୍ଯ୍ୟରତ ବରିଷ୍ଠ ସଂସ୍କୃତ ଶିକ୍ଷକ ପଣ୍ଡିତ ଭଗବାନ ଆଚାର୍ଯ୍ୟ ଓ ବରିଷ୍ଠ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ଧୂପ ଦୀପ ଅର୍ପଣ କରି ଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ…
Read Moreମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ। ବିଭିନ୍ନ ବିଷୟରେ ପ୍ରାଥମିକସ୍ତରରୁ ହାଇସ୍କୁଲସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗିତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା ନୟାଗଡ଼ ବ୍ଳକ ଲାଠିପଡା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ,…
Read Moreନୟାଗଡ଼ରେ ପାଲେଷ୍ଟାଇନ ସଂହତି ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରମହକୁମାରେ ସି.ପି.ଆଇ.(ଏମ୍) ନେତୃତ୍ବରେ ପଟୁଆର ସହିତ ନୟାଗଡ଼ ସହର ପରିକ୍ରମା ପୂର୍ବକ ପାଲେଷ୍ଟାଇନ ସଂହତି ଦିବସ ପାଳନ କରାଯାଇଛି। ଆମେରିକା ମଦତପୁଷ୍ଟ ଯୁଦ୍ଧଖୋର ଇସ୍ରାଏଲ ଯେଭଳି ବର୍ଷାଧିକ କାଳ ପାଲେଷ୍ଟାଇନକୁ କବଳିତ କରିବାପାଇଁ ଆକ୍ରମଣ ଚଳାଇ ରଖିଛି, ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ହଜାରହଜାର ପାଲେଷ୍ଟାଇନୀୟ ସାଧାରଣ ନାଗରିକ, ଛୋଟଶିଶୁ, ବୃଦ୍ଧ ବୃଦ୍ଧା, ସ୍କୁଲ ଛାତ୍ରଛାତ୍ରୀଙ୍କୁ ହତ୍ୟା କରୁଛି,ତାହାର ପ୍ରତିବାଦରେ ବାମପନ୍ଥୀ ଦଳଙ୍କ ପକ୍ଷରୁ ଆହୂତ ଦେଶବ୍ୟାପୀ କାର୍ଯ୍ୟକ୍ରମର ଆଧାରରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସି.ପି.ଆଇ.(ଏମ୍) ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଟୁଆର ଓ ସଭାରେ ଦଳର ପ୍ରମୁଖ ନେତୃତ୍ବ ଗୋଲକବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସୁରେଶ ସ୍ବାଇଁ, ସରୋଜ କୁମାର ନାୟକ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ବୁଦ୍ଧି ନାୟକ, ନିରଞ୍ଜନ ସାହୁ, ଭାଗିରଥି…
Read Moreବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ପୂର୍ବରୁ ବିଜୁ ଜନତା ଦଳ ଯେଉଁଭଳି ଢଙ୍ଗରେ ସମସ୍ତ କାର୍ୟ୍ୟ କରୁଥିଲା ସେହି ସମାନ ଢଙ୍ଗରେ ସମସ୍ତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସରକାରଙ୍କ ବିଫଳତାକୁ ନେଇ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଆସିଥିବା ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୯ ତାରିଖରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସଦସ୍ୟତା ଗ୍ରହଣ ଶୁଭାରମ୍ଭ କରିବେ । ଏହି ଅବସରରେ…
Read Moreବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପାଇଁ ବିପଦରେ ସଙ୍ଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ବର୍ଷିୟାନ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ଜୀବନରେ ଘଟୁଥିବା ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ସଂଗଠନକୁ ମଜବୁତ କରିବା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ଗାଁ ଶାଖା ସଭାପତି ଅଶୋକ କୁମାର ମହାପାତ୍ର, ଦଶପଲ୍ଲା ବ୍ଲକ ସଂଯୋଜନ ପ୍ରଫୁଲ କୁମାର ଦାଶ ସାମ୍ବାଦିକଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ନୟାଗଡ଼ ଜିଲ୍ଲାରେ ବିଶୃଙ୍ଖଳା ସୃଷ୍ଟି କାରୀ ସଂଘ ପାଇଁ ବିପଦ ବୋଲି ଅନ୍ୟତମ…
Read More