ରଣପୁର, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ,ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାଡେମୀ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଗଦାଧର ବେଉରା, ଅଧ୍ୟକ୍ଷ ପ୍ରାଣନାଥ ବେଉରା,ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ,କବି ଅଶୋକ ମଲ୍ଲ, ଶିକ୍ଷାବିତ୍ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପ୍ରତିଯୋଗିତା ପୂର୍ବରୁ କୁନି ଝିଅ ଆର୍ଯ୍ୟା ଅମ୍ରିତା ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ପ୍ରତିଯୋଗିତାରେ ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ…
Read MoreCategory: ରଣପୁର ବ୍ଲକ
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ ନିମନ୍ତେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ. ଦାଶରଥି ବିଶ୍ୱାଳ, ମୂଖ୍ୟ ବକ୍ତା ବାବେ ରାଜସୁନାଖଳା ମହାବିଦ୍ୟାଳୟର ଓଡିଆ ବିଭାଗ ପ୍ରଧ୍ୟାପକ ଭାଗିରଥି ପାଢୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକପ୍ରଶିକ୍ଷକ ଗୋବିନ୍ଦ ନାୟକ ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକା ତଥା ଗୁରୁ ଚାତ୍ରଛାତ୍ରୀବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂସ ଗ୍ରହଣ କରି ସାଫଲ୍ୟ ମଣ୍ଡିତ କରିଥିଲେ । ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ପ୍ରତିଯୋଗିତାରେ ସଫଲ ହୋଇଥିବା…
Read Moreବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ରାଜ୍ୟ ଫୁୁଡ କମିଶନ ବିଭାଗ ପରିଦର୍ଶନ କରିଥିବା ଜଣାପଡିଛି । ରାଜ୍ୟ ଫୁୁଡ କମିଶନ ବିଭାଗର ସଦସ୍ୟ ପ୍ରିୟବ୍ରତ ସାମାନ୍ତରାୟ, ଜୁନିଅର ଏକଜୁଟିଭ୍ ଆସୁଷ୍ଟାଂଟ ପ୍ରଭାସ କୁମାର ନାୟକ ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଲୋଧାଚୁଆ ପଚାୟତ, ପାଟବେରେଣା ପ୍ରାଥମିକ ବିଦ୍ୟାଳୟ, ପାଟବେରେଣା ଅଙ୍ଗନବାଡି କେନ୍ଦ୍ର, କୋଇଲମା ଅଙ୍ଗନବାଡି କେନ୍ଦ୍ର, କୋଟଗଡ ଆଶ୍ରମ ବିଦ୍ୟାଳୟ, ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୋଧାଚୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଣପୁର ଛତୁଆ ପ୍ରସ୍ତୁତି କେନ୍ଦ୍ର ସହ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସମୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟର ମାନ, କାଗଜପତ୍ର…
Read Moreଟ୍ରକ ଓ ବାଇକ ଧକ୍କା, ମହିଳା ମୃତ
ରଣପୁର,(ନୟାଗଡ଼ ଦର୍ପଣ): ଶୁକ୍ରବାର ଅପରାହ୍ଣ ୨ଘଟିକା ସମୟରେ ରଣପୁର ବ୍ଲକ ବଜ୍ରକୋଟ ଗ୍ରାମ ନିକଟସ୍ଥ ଅସୁରକୁମାରୀ ଛକ ଠାରେ ଟ୍ରକ ଓ ବାଇକ ମୁହାମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ରଣପୁର ବଡକୂଅ ସାହିର ରଶ୍ମିରଞ୍ଜନ ଦାଶ ନାମକ ଜଣେ ଯୁବକ ଓଡି-୨୫-ପି-୬୫୩୨ ନମ୍ବର ବିଶିଷ୍ଟ ଏକ ପଲସର ବାଇକରେ ନିଜ ମାଆ ଙ୍କୁ ନେଇ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଦର୍ପନାରାୟଣପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ନୟାଗଡ ପଟୁ ଆସୁଥିବା ଓଆର- ୦୫- ଏଡି- ୩୫୦୦ ନମ୍ବର ବିଶିଷ୍ଟ ଏକ ଟ୍ରକ ଏହି ବାଇକକୁ ବଜ୍ରକୋଟ ଅସୁରକୁମାରୀ ଛକ ଠାରେ ସାମନା ପଟୁ ଧକ୍କା ଦେଇଥିଲା । ଟ୍ରକ ଓ ବାଇକ…
Read Moreଶୈକ୍ଷିକ ପ୍ରଗତିର ମାଇଲ ଖୁଂଟ ‘ପରଖ’
ରଣପୁର,(ନୟାଗଡ଼ ଦର୍ପଣ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଉପଲବ୍ଧି ସ୍ତରକୁ ଆକଳନ କରିବା ଓ ଶିକ୍ଷାର ଗୁଣାତ୍ମକ ପ୍ରଗତିକୁ ମାପିବା ପାଇଁ ୨୦୦୦ ମସିହା ପର ଠାରୁ ପ୍ରତି ୩ ବର୍ଷରେ ଥରେ ସମଗ୍ର ଭାରତ ବର୍ଷରେ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହୋଇଆସୁଅଛି । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଫଳତାର ସହ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶ୍ନପତ୍ର ମାଧ୍ୟମରେ ଆକଳନ କରାଯାଇଥିଲା । ନୟାଗଡ ଜିଲ୍ଲାର ୮ଟି ବ୍ଲକର ତୃତୀୟ ଶ୍ରେଣୀରେ ୨୮ଟି ବିଦ୍ୟାଳୟ, ଷଷ୍ଠ ଶ୍ରେଣୀର ୪୮ଟି ବିଦ୍ୟାଳୟ ଓ ନବମ ଶ୍ରେଣୀରେ ୪୬ଟି ବିଦ୍ୟାଳୟରେ ଏହି ପରଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read Moreରଣପୁର ଜଗନ୍ନାଥ ସେନାର ଭିନ୍ନ ପ୍ରୟାସ,
ବେଦପାଠ ସହ ଦେବ ଦୀପାବଳୀରେ ଦ୍ଵୀପ ଦାନ
ରଣପୁର,(ନୟାଗଡ଼ ଦର୍ପଣ):ପବିତ୍ର ମାର୍ଗଶିର ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଠାରୁ ଦୀର୍ଘ ୩ ଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଆୟୋଜନ କରାଯାଇଥିବା ଦେବ ଦୀପାବଳିର ଅନ୍ତିମ ଦିବସ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ନନ୍ଦ-ଯଶୋଦା, ଦେବକୀ, ବସୁଦେବ,ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେବା ବିଧିରେ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଥିଲା। ରଣପୁର ଜଗନ୍ନାଥ ସେନା ଆବାହକ ଶ୍ରୀ ବିରଜା ମିଶ୍ରଙ୍କ ତତ୍ତ୍ୱାବଧାନରେ ଦୀର୍ଘ ତିନିଦିନ ଦ୍ବୀପ ଦାନ କରାଯାଇଥିଲା। ଅନେକ ଭକ୍ତ, ଶ୍ରଦ୍ଧାଳୁ ପୂଜା ପଣ୍ଡା, ସେବାୟତ ଓ ଜଗନ୍ନାଥ ସେନାର କର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ପୂଜା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରିବା ସହ କୃଷ୍ଣ ଦ୍ବିପୟନ ବେଦ ପାଠଶାଳାର ଛାତ୍ରମାନେ ବେଦ ଉଚ୍ଚାରଣ କରିଥିଲେ। ପରେ ପରେ ଗୀତ ଗୋବିନ୍ଦ ଗାନ କରାଯାଇ ଦାନ…
Read Moreସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୮ରେ ରଣପୁର ବ୍ଲକ ଅଡିସନ
ରଣପୁର,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ ରବିବାର ଦିନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଏକାଡେମୀ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଭାପତି ଡ. ବିଜୟ କୁମାର ଚୌଧୁରୀ, ସହ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ତଥା ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ,…
Read Moreଓଟିରୁ ଗାଏବ ହୋଇଗଲା ଶିଶୁପୁତ୍ର, ମୁଣ୍ଡ ପିଟି କାନ୍ଦୁଛି ମା’
ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେଉ ହେଉ ଓଟିରୁ ଗାଏବ ହୋଇଗଲା ଶିଶୁ । ୯ ମାସ ଗର୍ଭରେ ରଖିଥିବା ମା’ ନିଜ ଛୁଆକୁ ଥରେ ମାତ୍ର ଦେଖିଥିବା ବେଳେ ଆଉ ପାଉ ନାହିଁ। ଫଳରେ ମୁଣ୍ଡ ପିଟି କାନ୍ଦୁଥିବା ମା’ ନିଜ ଛୁଆକୁ ଫେରାଇ ଦେବାକୁ ଗୁହାରୀ କରୁଛି।ଆଜି ସକାଳେ ନୟାଗଡ଼ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାରେ ଘଟିଛି ଏଭଳି ଘଟଣା। ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ। କିଛି ସମୟ ପରେ ପରିବାର ଲୋକେ…
Read Moreସୋହମ ଓ ନେହେରୁ ଯୁବା କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳନ
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ” ପକ୍ଷରୁ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ସମ୍ବିଧାନ ଦିବସ ” ରାଜସୁନଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପାଳନ କରାଯାଇଅଛି। ଏହାକୁ ପ୍ରତିଷ୍ଠାନର ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ଦୀପକ କୁମାର ପ୍ରଧାନ, ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ବରିଷ୍ଠ ସଦସ୍ୟ ବିଦ୍ଯାଧର ଆଚାର୍ଯ୍ୟ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମହାବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀଙ୍କ ଗହଣରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏଥିରେ ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ସମ୍ବିଧାନ ଗଠନର ପୃଷ୍ଠଭୂମି, ଉପଦେୟତା, ନାଗରିକମାନଙ୍କର ମୌଳିକ ଅଧିକାର ଓ ଦାୟିତ୍ଵ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ “ଆମେ…
Read Moreରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ଡିସେମ୍ବର ୮ରୁ ୧୨ରାଜସୁନାଖଳା ମହୋତ୍ସବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ 2024 ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜସୁନାଖଳା ମହୋତ୍ସବ କମିଟି ସଭାପତି ତଥା ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ l ରାଜ୍ୟର ଏକ ପ୍ରମୁଖ ମହୋତ୍ସବ ଭାବେ ରାଜସୁନାଖଳା ମହୋତ୍ସବ ଦୀର୍ଘ ୫ ବର୍ଷ ଧରି ସଫଳତାର ସହ ଅନୁଷ୍ଠିତ ହେଇଆସୁଛି l ଚଳିତ ବର୍ଷ ଷଷ୍ଠ ବର୍ଷରେ ପଦାର୍ପଣ ପୁର୍ବରୁ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି l ଚଳିତ ବର୍ଷର ମହୋତ୍ସବ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ବିଶେଷ…
Read More