ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ ଆସନ୍ତା ମଇ ମାସ ୭ତାରିଖ ୨୦୨୩ (ରବିବାର) ସନ୍ଧ୍ୟା ୭ଟା ସମୟରେ ପୁରୁଣାସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପରେ ‘ହସି-ହସାଅ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏପରି ଏକ ମନମତାଣିଆ ଉତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗକାର ତଥା ବ୍ୟଙ୍ଗବାଗୀଶ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ ସମେତ ନଗଦ ୨୧ହଜାର ଟଙ୍କାର ଅର୍ଥରାଶି, ଉପାୟନ ଏବଂ ମାନପତ୍ର ପ୍ରଦାନ କରାଯିବ । ଉକ୍ତ ସନ୍ଧ୍ୟାକୁ ମଧୁମୟ କରିବା ନିମନ୍ତେ ଓଡ଼ିଶାର ବିଶିଷ୍ଟ ହାସ୍ୟବ୍ୟଙ୍ଗର ଧୂରୀଣ କଳାକାରମାନଙ୍କ ଦ୍ଵାରା ଆୟୋଜିତ ‘ହସି-ହସାଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଡ଼ଃ. ନିର୍ମଳ ଶୁରଦେଓ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
Read MoreCategory: ଖଣ୍ଡପଡ଼ା ବ୍ଲକ
ରାଜ୍ୟ ରାଜଧାନୀରେ ଧୁମଧାମରେ ପାଳନ ହେବ “ବିଶ୍ୱ ଛେନାପୋଡ଼ ଦିବସ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍ ୧୧ ତାରିଖରେ ଭୁବନେଶ୍ବର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳନ ହେବ। ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗଦେବେ। ଉତ୍ସବରେ ଅଧ୍ୟକ୍ଷତା କରିବେ ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା। ଏହି ଅବସରରେ ଏକ ଛେନାପୋଡ଼ ସଙ୍ଗୀତର ଶୋତାର୍ପଣ ହେବ। ଏହାକୁ ଶୁଭ୍ରାଂଶୁ ପଣ୍ଡା ରଚନା ଓ ପରିକଳ୍ପନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍…
Read Moreଜିଲ୍ଲାର ପଛୁଆବର୍ଗ ଲୋକଙ୍କ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତାଲିମ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ରହୁଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶିକ୍ଷକ ମାନଙ୍କ ତାଲିମ ଶିବିର ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନିର୍ଦେଶରେ ଏକ ତାଲିମ ଶିବିର ଜିଲ୍ଲାପାଳଙ୍କ ସଦଭାବନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ନୟାଗଡ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌରନିର୍ବାହୀ ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ଯୋଗଦେଇ ତାଲିମ ନେଇଥିବା ଜଣାପଡିଛି । ଏମାନଙ୍କୁ ବ୍ଲକସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଯୁକ୍ତି ହୋଇଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଡେପୁଟି କଲେକ୍ଟର ଆୟୁଷୀ ମହାପାତ୍ର, ପବିତ୍ର ସାମଲ, ରୀମା ହଂସଦା ଉପସ୍ଥିତ ରହି ତାଲିମ…
Read Moreନୟାଗଡ଼ର ଦିବ୍ୟାଙ୍ଗ ଲେଖକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଉତ୍କଳ ଦିବସ ଅବସରରେ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଦିବ୍ୟାଙ୍ଗ ଲେଖକ ଧୀରେନ୍ଦ୍ର କୁମାର ସାମନ୍ତସିଂହାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗଦାନ କରି ଲେଖକ ଶ୍ରୀଯୁକ୍ତ ସାମନ୍ତସିଂହାରଙ୍କୁ ମାନପତ୍ର ସହିତ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ବିଧାୟକ ଅନନ୍ତ ଜେନା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ ଦାସଙ୍କ ସମେତ ରେଡ଼କ୍ର ସୋସାଇଟିର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ । ସୂଚନାଯୋଗ୍ୟ…
Read Moreଛେନାପୋଡ଼ କାଟି ୩୦ତମ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ତଥା ମିଠା ଜଗତର ମଉଡ଼ମଣି ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କାଟି ଅତିଥି ମାନେ ଜିଲ୍ଲା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ମହା ଆଡମ୍ବରରେ ଉଦଘାଟିତ ହୋଇଥିଲା। ଆଜି ୩୦ବର୍ଷରେ ପଦାର୍ପଣ କରିଥିବା ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦାନ କରି ଜିଲ୍ଲାର ବିକାଶ ତଥା ଉନ୍ନତିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେହିପରି ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ର ଜିଆଇ…
Read Moreଏପ୍ରିଲ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଓ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଙ୍କ ସଦଭାନା ଗୁହରେ ସଡ଼କ ସୁରକ୍ଷାସପ୍ତାହ ସଚେତନତା ପାଇଁ ଏପ୍ରିଲ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯାଉଛି ଏହାକୁ କିପରି ସଫଳ ରୁପାୟନ ହୋଇପାରିବ ଏହା ଉପରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ସହ ସୂଚନା ଲୋକମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଜନସାଧରଣ ସଚେତନ ପାଇଁ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ସୂଚନା ଅନୁସାରେ । ୨୦୨୧ ମସିହାରେ ନୟାଗଡ଼ରେ ୨୧୭ଟି ଦୂର୍ଘଟଣା ଘଟିଥିବା ବେଳେ ୮୪ ଜଣ ମୃତ୍ୟୁ…
Read Moreଭୁବନେଶ୍ୱରରେ ନୟାଗଡ଼ ଦିବସ ପାଳିତ
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ରାଜ୍ୟରେ ବିଭିନ୍ନ ଐତିହ୍ୟସ୍ଥଳ, ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମପୀଠର ରୂପାନ୍ତରଣ କାର୍ଯ୍ୟ ଚାଲିଥିବାବେଳେ ଏବେ ମନୋଜ ଦାସଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉଛି। ଏଭଳି ପଦକ୍ଷେପ ନିଶ୍ଜିତ ଭାବରେ ସ୍ବାଗତଯୋଗ୍ୟ। ତେବେ କେବଳ ଭାରତରେ ନୁହେଁ, ବିଶ୍ବସ୍ତରରେ ଓଡ଼ିଶା ପାଇଁ ପରିଚୟ ନିର୍ମାଣ କରିଥିବା ବିସ୍ମୟ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମପୀଠ ଅବହେଳିତ ହୋଇ ପଡ଼ିରହିବା ଦୁଃଖଦାୟକ ବୋଲି କହିଛନ୍ତି ବିଶିଷ୍ଠ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର। ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା ନୟାଗଡ଼ ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ାରେ ଥିବା ପଠାଣି ସାମନ୍ତଙ୍କ ଜନ୍ମପୀଠର ରୂପାନ୍ତରଣ ଦାବି କରିଛନ୍ତି ଶ୍ରୀ ବେନହୁର। ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।…
Read Moreନୟାଗଡ଼ରେ ୮୮ତମ ଉତ୍କଳ ଦିବସ ମହା ସମାରୋହରେ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୮୮ତମ ଉତ୍କଳ ଦିବସ ମହା ସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାକୁ ନୟାଗଡ଼ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ଅତିଥିଭାବେ ପ୍ରଦୀପ ପ୍ରଜ୍ଵଳନ କରି…
Read Moreପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୋଳାହାଣ୍ଡିର ହିନ୍ଦୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁରେଶ କୁମାର ସାହୁ ଆଜି ଶିକ୍ଷା ସେବାରୁ ଅବସର ନେଇଛନ୍ତି। ଏହିବସରରେ ବିଦ୍ଯାଳୟ ପରିସରରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ତଥା ସମବାୟ ବ୍ୟାଙ୍କ ଡାଇରେକ୍ଟର ଉପେନ୍ଦ୍ର କୁମାର ସାହୁ, ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଆଡଭୋକେଟ ଶରତଚନ୍ଦ୍ର ବେହେରା, ଘୋଳାହାଣ୍ଡି ସରପଞ୍ଚ ଅରୁଣ କୁମାର ସ୍ୱାଇଁ, ଓଷ୍ଟାର ଜିଲ୍ଲା ସମ୍ପାଦକ ମାଣିକେଶ୍ଵର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ଯ ଗୋଲକ ବିହାରୀ ସାହୁ, ବ୍ଳକ ସମ୍ପାଦକ ଅକ୍ରୁର ପରିଡା, ଅବସରପ୍ରାପ୍ତ ଆଇପିଇ ତ୍ରିନାଥ ସାହୁ, ସିଆରସିସି ଭଗବାନ ଦେହୁରୀ, ଅବସରପ୍ରାପ୍ତ ପ୍ରଧାନ…
Read Moreନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଆଜି ସଚିବାଳୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କରି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ଆବଶ୍ୟକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ତାରିଖରେ ବିଧାୟକ ଡ ସାହୁ ଚିଠି ନଂ-୧୦୬/ଏମଏଲଏଏନ ରେ ଛେନାପୋଡ଼କୁ ଭୌଗଳିକ ମାନ୍ୟତା ପାଇଁ ଚିଠି ଲେଖିଥିଲେ।ଏହା ପରେ ନୟାଗଡ଼ ଜିଲାପାଳ ଗତ ୨୦ ତାରିଖରେ ଚିଠି ନଂ-୬୩୭/୨୦.୦୩.୨୦୨୩ ମାଧ୍ୟମରେ ନିବନ୍ଧକ, ଭୌଗଳିକ ସଂକେତ ରେଜିଷ୍ଟ୍ରି ଅଫିସ, ଚେନ୍ନାଇଙ୍କୁ ଆବଶ୍ୟକ ଦସ୍ତାବିଜ ସହିତ ଛେନାପୋଡ଼ର ଜିଆଇ ଟ୍ୟାଗ ନିମନ୍ତେ ଆବେଦନ କରିଥିଲେ। ତେବେ ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ଗର୍ଵ ଓ ଗୌରବ ବୃଦ୍ଧି ତଥା ସ୍ୱାଦିଷ୍ଟ ଛେନାପୋଡ଼ର ଜିଆଇ ଟ୍ୟାଗ ଭୌଗଳିକ ପରିଚୟ ମିଳି…
Read More