ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶକ୍ରମେ, ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ। ଅନ୍ନପୂନ୍ନା ଲକ୍ଷ୍ମୀ ଅତିଥି ପରିଚୟ ଏବଂ ସ୍ଵାଗତ ସମ୍ଭାଷଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସାଇବର ଅପରାଧ ଉପରେ ସଚେତନ କରାଇବା ସହିତ, ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟକ ଶିଶୁ ଯେଭଳି ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟସେବା…
Read MoreCategory: ନୟାଗଡ଼ ବ୍ଲକ
ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ, ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ପଣ୍ଡିତ ଜୱାହାରଲାଲ ନେହେରୁଙ୍କ ଜନ୍ମତିଥିକୁ ଆଜି ଶିଶୁ ଦିବସ ଭାବରେ ପାଳନ କରାଯାଇଛି l ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୂରିଆ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି l ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଦିବସର ମାହାତ୍ମ୍ୟ ଉପରେ ଆଲୋକପାତ୍ କରିଥିବା ବେଳେ ବିଭିନ୍ନ ଶ୍ରେଣୀର ଛାତ୍ର/ଛାତ୍ରୀ ପଣ୍ଡିତ ନେହେରୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ l ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ସୁଲଳିତ କଣ୍ଠରେ ପଣ୍ଡିତ ନେହେରୁଙ୍କ ଉପରେ ସୁନ୍ଦର୍ ଗୀତ ଟିଏ ଗାନ କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ, ମଗ୍ନମ୍ ଜାହାଁ, ରଞ୍ଜିତା ବେହେରା,…
Read Moreଶିଶୁ ଦିବସରେ ୧୧୦ଜଣ ଶିଶୁଙ୍କୁ ପୁରସ୍କୃତ କଲା ସତ୍ୟମ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଶିକ୍ଷାନୁଷ୍ଠାନ ସତ୍ୟମ ତରଫରୁ ଆଜି ଶିଶୁ ଦିବସ ଅବସରରେ ୧୧୦ ଜଣ ଶିଶୁ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି। ଶିଶୁ ଦିବସ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ନୟାଗଡ଼ ପୌରାଞ୍ଚଳ ରେ ଅବସ୍ଥିତ ସମସ୍ତ ସ୍କୁଲର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ପିଲା ଭାଗ ନେଇଥିଲେ । ଏହି ପିଲା ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ଆଜି ସଂଧ୍ୟାରେ ଏକ ପୁରସ୍କାର ବିତରଣ ଉତ୍ସବରେ ପ୍ରମାଣପତ୍ର ସହ ମେଡାଲ ଓ ଟ୍ରଫି ବଣ୍ଟନ କରାଯାଇଥିଲା। ସତ୍ୟମ ର ନିର୍ଦେଶକ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧକ୍ଷା ନିରୂପମା ଖଟେଇ ଓ ସମ୍ମାନିତ ଅତିଥି ଭାବେ ସୁର ଗନ୍ଧର୍ବ ନବକିଶୋର ମିଶ୍ର ଯୋଗ ଦେଇଥିଲେ। ସତ୍ୟମ ର…
Read Moreଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ନୟାଗଡ, (ନୟାଗଡ଼ ଦର୍ପଣ):ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି। ଏହି ମେଳା ୫ଦିନ ବ୍ୟାପି ଅନୁଷ୍ଠିତ ହେବ। ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ବ୍ଳକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ସରକାର ଦେଉଥିବା ପ୍ରୋତ୍ସାହନକୁ ସତ…
Read Moreନୟାଗଡ଼ ବିଜେପି ନେତା ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଏକ ଗଡ଼ ଭାବେ ପରିଚିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ଖୁସି ହୋଇ ଅନେକ ବିରୋଧୀ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ଏକ ନମ୍ବର କରିବା ପାଇଁ ଯେଉଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ବିକାଶରେ ସାମିଲ ହେବାକୁ ବିରୋଧୀ ଦଳର ନେତା ମାନେ ବିଜେଡି ମୁହାଁ ହେଉଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ କାଳିକା ପ୍ରସାଦ ପଞ୍ଚାୟତରେ ବିଜେପି ସମର୍ଥନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ସୁରେଶ ଦୋରା ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଆଜି ବିଜୁ ଜନତା ଦଳ…
Read More୧୯ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଶିଳାନ୍ୟାସ
ନୟାଗଡ଼ ବିକାଶରେ ନୂଆଫର୍ଦ୍ଦ
ସାମାଜିକ କାର୍ଯ୍ୟ ପାଇଁ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପସିଟି ଜିଏସଟି ଓ ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଶିଳାନ୍ୟାସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ବିକାଶରେ ଆଜି ପୁଣି ଏକ ନୂଆପୃଷ୍ଠା ଯୋଡ଼ି ହୋଇଛି । ନୟାଗଡ଼ ଜିଲ୍ଲା ମାନ୍ୟତା ପାଇବା ପରେ ଅନେକ ସରକାରୀ କାର୍ଯ୍ୟାଳୟ ନୂତନ ଭାବେ ନିର୍ମାଣ ସରିଥିବା ବେଳେ ୨ଟି କାର୍ଯ୍ୟାଳୟ ନୂତନ ଗୃହ ପାଇଁ ଶିଳାନ୍ୟାସ ହୋଇଛି । ତା ସହିତ ସହରବାସୀଙ୍କ ସାମାଜିକ କାର୍ଯ୍ୟ ପାଇଁ ୪ଟି କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିକାଶ ତାଲିକାରେ ଏହି ସବୁ ପ୍ରକଳ୍ପ ଯୋଡ଼ି ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ୧୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୁଲ୍ୟର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ନୟାଗଡ଼…
Read Moreଜାତୀୟ ଆଇନ ସେବା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନଭେମ୍ବର ୦୯ ତାରିଖକୁ ଜାତୀୟ ଆଇନ ସେବା ଦିବସରୂପେ ସମଗ୍ର ଭାରତ ବର୍ଷରେ ପାଳିତ କରାଯାଏ । ଏହି ପରିପ୍ରେକ୍ଷୀରେ, ନୟାଗଡ ଜିଲ୍ଲା ଓ ଦୌରା ଜଜଏଲକେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶକ୍ରମେ, ଏନ. ଏସ. ଏସ . ଏମ . ପି. ଉଚ୍ଚ ବିଦ୍ୟାଳୟ, ନବଘନପୁରରେ ଏହି ଦିବସ ପାଳିତ ହୋଇଅଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ର ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଛାତ୍ରଛାତ୍ରୀମାନଙ୍କୁ ଚଳିତ ବର୍ଷର ଜାତୀୟ ଆଇନ ସେବା ଦିବସ ପାଳନ ପ୍ରସଙ୍ଗ, “ସମସ୍ତଙ୍କ ପାଇଁ ନ୍ୟାୟ: ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତିକରଣ” ଜଣାଇଥିଲେ । ଏହି ଦିବସର ତାତ୍ପର୍ଜ୍ୟକୁ ବୁଝାଇବାକୁ ଯାଇ, ଦେଶର ଯେକୌଣଷି…
Read Moreନୟାଗଡ କଂଗ୍ରେସର ଜଗନ୍ନାଥ ମନ୍ଦିରରେ ସଂକୀର୍ତନ ସତ୍ୟାଗ୍ରହ
ନୟାଗଡ଼, (ନୟାଗଡ଼ ଦର୍ପଣ): ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନ ନିମନ୍ତେ ଚାରି ଦୁଆର ଖୋଲାଯିବା, ରତ୍ନଭଣ୍ଡାର ଖୋଲି ଦିଅଁଙ୍କ ଦୁର୍ଲ୍ଲଭ ଧନସମ୍ପତ୍ତି ଅଳଙ୍କାର ଗଣତି ଏବଂ ରତ୍ନଭଣ୍ଡାର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇ ଥିବା ପ୍ରଭୁ ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ରୟିତଙ୍କୁ ତୁରନ୍ତ ଫେରାଇବା ଦାବିରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ନୟାଗଡ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଢାରେ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରି ସଂକୀର୍ତନ ସତ୍ୟାଗ୍ରହ ଆୟୋଜନ କରାଯାଇ ଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଦେଶ କିସାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର…
Read Moreସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଲୁଗାଁ ମାଧ୍ୟମରେ କାୟାକଳ୍ପ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବାଲୁଗାଁ ମାଧ୍ୟମରେ କାୟାକଳ୍ପ କାର୍ଯ୍ୟକ୍ରମକୁ ଜନାଭିମୁଖୀ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏନ.ଜି.ଓ, ଜନସାଧାରଣ, ଯୁବବର୍ଗ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇକେଲ ରାଲି, ଭଲି ବଲ ପ୍ରତିଯୋଗିତା, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦି କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ସ୍ୱଚ୍ଛତାପକ୍ଷ ପାଳନ ଅବସରରେ ଦାସକାଠିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଡ଼. ଶୁଭଶ୍ରୀ ମହାନ୍ତି, ଡ଼. ଜୁଲିଏଟ ଦାସ ଓ ଦେଶ କଲ୍ୟାଣୀ ଲିନା ପରିଚାଳନା କରିଥିବା ବେଳେ ପ୍ରଭାତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଏଥିରେ ସ୍ଥାନୀୟ ସରପଂଚ ମନୋଜ କୁମାର ନାୟକ ଓ ଅନ୍ୟାନ୍ୟ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ।
Read Moreରୋଟାରୀ କ୍ଳବ୍ ନୟାଗଡ଼ ଆନୁକୂଲ୍ୟରେ ଜିଲ୍ଲା ପରିବେଶ ସେମିନାର
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ଆୟୋଜିତ ଜିଲ୍ଲା ପରିବେଶ ସେମିନାର ନୟାଗଡ଼ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୦୮ଟା ସମୟରେ ରୋଟାରୀ କ୍ଳବ୍ ପରିସରରେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଯୋଗଦେଇ ଉଦଘାଟନ କରିବା ସହିତ ଏକ ପରିବେଶ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ନିର୍ମାଣ କରାଯାଉଥିବା ତୁଳସୀ ବଗିଚାରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ମହାନ୍ତି ଓ ରୋଟାରୀ ଜିଲ୍ଲା ୩୨୬୨ର ଫାଷ୍ଟ ଜେଣ୍ଟିଲମ୍ଯାନ୍ ତନ୍ମୟ ମହାନ୍ତି ତୁଳସୀ ଚାରା ରୋପଣ କରି ତୁଳସୀ ବଗିଚା ଉଦଘାଟନ କରିଥିଲେ। ସକାଳ…
Read More