ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ବିଡିଓ ପଦ୍ମଲୋଚନ ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ଆଶିଷ ଅଗ୍ରୱାଲ, ସୁବାଷ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ, ପାଠ ବହି ସହ ଅନ୍ୟ ବହି ପଢ଼ିବା ପାଇଁ ଉପଦେଶ…
Read MoreCategory: ନୟାଗଡ଼ ବ୍ଲକ
ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଆହ୍ୱାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ ସାନପଣ୍ଡୁସର ଗ୍ରାମର ବିଜୁ ଜନତା ଦଳର କର୍ମୀଙ୍କୁ ନେଇ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ସାନପଣ୍ଡୁସର ନିକଟସ୍ଥ ପାଟଚଣ୍ଡିପ୍ରସାଦର ଆମ୍ବତୋଟାଠାରେ ଅନୁଷ୍ଠିତ କର୍ମି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଡ.ସାହୁ କର୍ମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଅଭିଭାଷଣ ରଖିଥିଲେ । ସାରା ଭାରତ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିକାଶ ପୁରୁଷ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ୟ୍ୟନ୍ତ ଯେଉଁ ବିକାଶ ଘଟିଛି ସମସ୍ତଙ୍କର ଶ୍ରେୟ ହେଉଛନ୍ତି ନବୀନ । ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଡ. ସାହୁ ଆହ୍ୱାନ ଦେଇଥିଲେ । ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତରେ ଅନେକ ବିକାଶ…
Read Moreନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନିକଟରେ ନିର୍ବାଚିତ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାପରିଷଦ ସୃଜନ ସଭାଗୃହରେ ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦାନ କରି ପିଲାମାନଙ୍କୁ ଚିରାଚରିତ ଢଙ୍ଗରେ ଶିକ୍ଷାଦାନ ନକରି ସେମାନଙ୍କୁ ନୈତିକ ଶିକ୍ଷା ଏବଂ ନୀତିଶାସ୍ତ୍ର ଉପରେ ଶିକ୍ଷାଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ ସମାଜରେ ନିଜର ଆଦର୍ଶ ଓ ପରାକାଷ୍ଠା ବଜାୟ ରଖିବା ଉଚିତ ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ନେତା ଦୀନବନ୍ଧୁ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଇଂ…
Read Moreସାଉଦି ଆରବରେ ପାଳିତ ହେଲା ଉତ୍କଳ ଦିବସ
ପାଞ୍ଚ ଜଣ ଓଡ଼ିଆଙ୍କୁ ମିଳିଲା “ଉତ୍କଳ ରତ୍ନ” ଓ ପଦ୍ମଶ୍ରୀ ଦିଲିପ ତିର୍କୀ ହେଲେ ବ୍ରାଣ୍ଡ ଅମ୍ବାସଡର ନୟାଗଡ଼,(ନୟାଗଡ଼ ଦର୍ପଣ): ସାଉଦି ଆରବର ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ ‘ଉତ୍କଳିକା’ ତରଫରୁ ୮୮ତମ ଉତ୍କଳ ଦିବସ ଏବଂ ନିଜର ୧୪ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ ହୋଇ ଯାଇଛି। ଏହି ଅବସରରେ “ପଦ୍ମଶ୍ରୀ ଦିଲିପ” ତିର୍କୀ ଉତ୍କଳିକା ର ବ୍ରାଣ୍ଡ ଆମ୍ବାସଡର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଯାହାକି ସାଉଦି ଆରବରେ ଥିବା ପ୍ରତ୍ଯେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ ୫ ଜଣ ଓଡ଼ିଆଙ୍କୁ ଉତ୍କଳିକା ତରଫରୁ ସର୍ବୋଚ୍ଚ ଓଡ଼ିଆ ସମ୍ମାନ “ଉତ୍କଳ ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଛି। ଏଥି ମଧ୍ୟରେ ରହିଛନ୍ତି ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ,…
Read Moreଲୋକସେବା ଭବନରେ ପ୍ରକୃତିମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେବ ଅନନ୍ୟା ଫାଉଣ୍ଡେସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ନୟାଗଡ଼ ବ୍ଲକରୁ ଅନନ୍ୟା ଫାଉଣ୍ଡେସନକୁ ମନୋନୀତ କରାଯାଇଛି। ଅନନ୍ୟା ଫାଉଣ୍ଡେସନ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ସକ୍ରିୟ ଅବଦାନ ଥିବା ବେଳେ ବିଶେଷ କରି ପରିବେଶ ପ୍ରତି ଥିବା ନିରବଚ୍ଛିନ୍ନ ଅବଦାନ ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୂଚନା ଥାଉକି ଟାଙ୍ଗରା ଭୂଇଁକୁ ସବୁଜ ବନାନୀରେ ପରିଣତ କରିବା ସହ ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ସଦସ୍ୟମାନେ ଅହରହ ଉଦ୍ୟମ ଚଳାଇଛନ୍ତି। ବିଭିନ୍ନ ସମୟରେ ପଶୁପକ୍ଷୀମାନଙ୍କ ଜଳପାନ ସୁବିଧା ସହ ବିଭିନ୍ନ ଦେବାଳୟରେ ପଲିଥିନ୍ ବ୍ୟବହାର କମ ପାଇଁ ‘ଅନନ୍ୟା ଫାଉଣ୍ଡେସନ’ ନିଜସ୍ଵ ଉଦ୍ୟମରେ ବାଉଁଶ ଚାଙ୍ଗୁଡ଼ି ବଣ୍ଟନ ସହ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ସମୟରେ ବିଭିନ୍ନ…
Read Moreଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ସଂସ୍କୃତ ଭାଷା, ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ପ୍ରାଚୀନ ଭାଷା ହେଉଛି ସଂସ୍କୃତ ଯାହାର ସମୃଦ୍ଧ ପରମ୍ପରା ଓ ଇତିହାସ ରହିଛି।କେବଳ ଭାରତ ନୁହେଁ ବିଶ୍ଵର ପ୍ରାଚୀନତମ ଓ ଶ୍ରେଷ୍ଠ ଭାଷାଭାବେ ମଧ୍ୟ ସଂସ୍କୃତକୁ ଗ୍ରହଣ କରାଯାଏ। ବୈଦିକ ଯୁଗରେ ଋଷିମାନେ ଭାରତୀୟ ଦର୍ଶନଶାସ୍ତ୍ରର ସ୍ରଷ୍ଟା ଅଟନ୍ତି। ଭାରତୀୟ ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି ବେଦ ଓ ଉପନିଷଦ ସେହିପରି ତତ୍ୱଜ୍ଞାନ ହେଉଛି ଭାରତୀୟ ସଂସ୍କୃତି ଓ ଧର୍ମର ମୂଳପିଣ୍ଡ। ବେଦ, ଉପନିଷଦ, ରାମାୟଣ, ମହାଭାରତ, ଗୀତା, ପୁରାଣ ଆଦି ମହାନ ଗ୍ରନ୍ଥର ରଚନା ପ୍ରଥମେ ସଂସ୍କୃତ ଭାଷାରେ ହୋଇଥିଲା । ବିଶେଷଭାବେ ଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ହେଉଛି ସଂସ୍କୃତ ଭାଷା ବୋଲି ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରିସରରେ ଆୟୋଜିତ ହୋଇଥିବା ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ତଥା ଦର୍ଶନଶାସ୍ତ୍ର ଗବେଷକ ଶରତ…
Read Moreଓଡ଼ଗାଁରେ ମେଧା ସମ୍ମାନ-୨୦୨୩ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକ ନିକଟସ୍ଥ ଅଡିଟୋରିୟମ ଠାରେ ମଣ୍ଡଳୀ ସ୍ତରୀୟ ମେଧା ସମ୍ମାନ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ୪୮୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡ.ସାହୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡ.ସାହୁ ବହୁ ମୁଲ୍ୟବାନ ଅଭିଭାଷଣ ରଖିଥିଲେ । ଛାତ୍ରଛାତ୍ରୀମାନେ ଜୀବନକୁ ନଷ୍ଟ କରୁଥିବା ବଦଭ୍ୟାସରୁ ନିବୃତ୍ତ ରହିବା ଉଚିତ। ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବତା ସହ ପରିଚିତ କରାଇବା ସହ ସ୍ୱପ୍ନ ତିଆରି କରିବା ଆବଶ୍ୟକ ଯଦ୍ୱାରା ସେମାନେ ବାସ୍ତବତାକୁ ଚିହ୍ନିବେ ଓ ନେତୃତ୍ୱ ନେବେ। ସତକୁ ସ୍ୱୀକାର କରିବା ଜଣେ ଭଲ ବିଦ୍ୟାର୍ଥୀର ଲକ୍ଷଣ ବୋଲି ବ୍ଲକ ନିକଟସ୍ଥ ଅଡିଟୋରୀୟମଠାରେ ମଣ୍ଡଳସ୍ତରୀୟ ମେଧା ସମ୍ମାନ ୨୦୨୩…
Read Moreସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ‘କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା’ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭାଗ ସ୍ତରୀୟ “କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା ” ସ୍ଥାନୀୟ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ଠାରେ ଗତକାଲି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟଶାଳାକୁ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଶାନ୍ତନୁ କୁମାର ସ୍ୱାଇଁ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ମୂଖ୍ୟ ଅତିଥିଭାବେ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ଯୋଗଦେଇ ଶିକ୍ଷାର୍ଥୀମାନେ ଶିବିରର ସମସ୍ତ କାଲାଂଶକୁ ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପରିଚାଳନା ସମିତିର ସଂପାଦକ ଭାସ୍କର ଚନ୍ଦ୍ର ସାହୁ, ପ୍ରଧାନାଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ଓ ପୂର୍ବ ସମ୍ଭାଗ କାର୍ଯ୍ୟାଳୟ ପ୍ରମୂଖ ପ୍ରକାଶ କୁମାର ସାହୁ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟଶାଳାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ କାର୍ଯ୍ୟାଳୟ ସହାୟକ ଯୋଗଦାନ କରିଥିଲେ। ବିଦ୍ୟାଳୟର ବିଭିର୍ଣ୍ଣ ସରକାରୀ ନିର୍ଦ୍ଦେଶ, ନଥିପତ୍ର, ଆୟକର ଓ ବିଦ୍ୟାଳୟର ଆୟ ବ୍ୟୟ ହିସାବ ଇତ୍ୟାଦି କିପରି ନିର୍ଭୁଲ ଭାବେ କମ୍ପ୍ୟୁଟର…
Read Moreଦାସିଆ ଅଜାଙ୍କ ପାଠାଗାର ପରିଦର୍ଶନ କଲେ ଓଡ଼ିଶା ବିଧାନସଭା ପାଠାଗାର କମିଟି
ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ବୁଲି ଦେଖିଲେ ଓଡିଶା ବିଧାନସଭା ପାଠାଗାର କମିଟି। ପାଠାଗାର କମିଟିର ୧୨ଜଣ ବିଧାୟକ ଦାସିଆ ଅଜାଙ୍କ ସାଧନା ପୀଠରେ ପହଞ୍ଚି ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପାଠାଗାର ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଥିବା ଓ ବର୍ତ୍ତମାନ ସଂଗୃହିତ ହେଉଥିବା ଲକ୍ଷାଧିକ ପୁସ୍ତକ ସମ୍ଭାର ଓ ଦେଶ ବିଦେଶର ଶହ ଶହ ପୁରାତନ କଳାକୃତି ଓ ଦୁର୍ଲ୍ଲଭ ସାମଗ୍ରୀକୁ ଦେଖି ବିଧାୟକ ମାନେ ଅଭିଭୂତ ହୋଇ ପଡ଼ିଥିଲେ। ଦାସିଆ ଅଜାଙ୍କ ବିରଳ ସାଧନାକୁ ବିଧାୟକମାନେ ଖୁବ୍ ପ୍ରଶଂସା କରିଥିଲେ। ଓଡ଼ିଆ ଜାତିର ଏହି ବିରଳ ସାଧକଙ୍କ ଅମ୍ଳାନ ସ୍ମୃତି ରକ୍ଷାପାଇଁ ଏବଂ ରାଜ୍ୟ ଓ ଦେଶର ଦାସିଆ ଅଜାଙ୍କ ବିରଳ ସାଂସ୍କୃତିକ ସମ୍ଭାରକୁ…
Read Moreପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ବିଜୁ ଯୁବ ଭବନ ଉଦଘାଟନ
ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ବିଜୁପ୍ରେମୀ, ବୁଦ୍ଧିଜୀବୀ, ଯୁବକ ଏବଂ ଅଞ୍ଚଳବାସୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ବିଜୁ ଯୁବ ଭବନ ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭା ପାଠାଗାର କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବିଜୁ ଯୁବ ଭବନ ଉଦଘାଟନ କରିଥିଲେ। ତତ୍ ସହିତ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଜୁ ଯୁବଭବନ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବାରୁ ଯୁବକମାନେ ଉତ୍ସାହିତ ଅଛନ୍ତି । ସମ୍ମାନୀତ ଅତିଥି ଭାବେ ବିଧାନସଭା ପାଠାଗାର କମିଟିର ସଦସ୍ୟ ତଥା…
Read More