ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ରଣପୁର ବ୍ଲକ ରାଜସୁନାଖଳା ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ପାଲଟିଛି ମରଣ ଯନ୍ତା। ଅତି ନିମ୍ନମାନର କାର୍ଯ୍ୟଯୋଗୁଁ କଂକ୍ରିଟ ରାସ୍ତା ମଧ୍ୟ ଫାଟି ଆଁ କଲାଣି। ରାଜସୁନାଖଳା ଓଭର ବ୍ରିଜ ନିକଟରେ ନିର୍ମାଣ ହୋଇ ନଥିବା ରାସ୍ତାର ସାଂଘାତିକ ଚିତ୍ରକୁ ଦେଖିଲେ ଏହାକୁ ଯିଏ ବି କେହି ରାସ୍ତା ନ କହି ନର୍ଦ୍ଦମା ବୋଲି କହିବ। ତେବେ ରାସ୍ତା ନିର୍ମାଣର ଅବହେଳା ହୋଇଥିବା ନେଇ ବିଭିନ୍ନ ମହଲରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଏପରିକି ରାଜନୈତିକ ଇଛାଶକ୍ତିର ଅଭାବରୁ ଉଭୟ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ରାଜସୁନାଖଳା ରେଳ ଷ୍ଟେସନଟି ଚରମ ଅବହେଳାର ଶିକାର ହୋଇଛି ବୋଲି କୁହାଯାଉଛି। ଫନି ବାତ୍ୟା ସମୟରୁ ନଷ୍ଟ ହୋଇଯାଇଥିବା ହୋଡିଂଟି ଏପର୍ଯ୍ୟନ୍ତ ପୁନଃ ଅବସ୍ଥାପିତ ନ ହେବାରୁ ଏହାକୁ ନେଇ ଖୁବ…
Read MoreCategory: Uncategorized
ନୟାଗଡ଼ ଅଗ୍ନିଶମ କେନ୍ଦ୍ର ପରିସରରେ ବନ ମହୋତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଜଜ୍ ରୂପଶ୍ରୀ ଚୈାଧୁରୀ, ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର, ରେଜିଷ୍ଟାର ଚିତ୍ତରଞ୍ଜନ ମିଶ୍ର, ମହିଳା କୋର୍ଟ ବିଚାରପତି ବର୍ଣ୍ଣାଳୀ ତ୍ରିପାଠୀ, ଜେଏମ୍ଏଫ୍ସି ମୋନାଲିସା ଦାଶ, କୋର୍ଟ ପରିଚାଳକ ସଂଗ୍ରାମ କେଶରୀ ଜେନା ପ୍ରମୂଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ୭୨ତମ ବନମହୋତ୍ସବ ଅବସରରେ ଆଜି ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ବିଭାଗର ମୁଖ୍ୟ ଠାକୁର ପ୍ରସାଦ ଦଳେଇ, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଏବଂ ଆଗ୍ନିକ କର୍ମଚାରୀଙ୍କ ସହ ବନ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
Read Moreଅଜଣା ଗାଡ଼ି ଧକ୍କାରେ ବାଘର ମୃତ୍ୟୁ
ଦଶପଲ୍ଲା: ନୟାଗଡ ଜିଲ୍ଲା ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ଅଂଚଳ ଶାଳଭଙ୍ଗା ଜାତୀୟ ରାଜପଥ ୫୭ଠାରେ ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଖବର ପାଇ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜ କିଶୋର ଶତପଥିଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି।
Read More