ନୟାଗଡ଼ ମୋଟର ଆସୋସିଏସନର ପ୍ରାକ୍ତନ ସଭାପତି ଅନ୍ତର୍ଯ୍ୟାମୀ ଦାସଙ୍କ ପରଲୋକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୋଟର ଆସୋସିଏସନର ସଭାପତି, ନୟାଗଡ଼ ଏନ.ଏ.ସି.ର ପ୍ରଥମ କାଉଁସିଲର, ନୟାଗଡ଼ର ପ୍ରଥମ ଫୁଟବଲର, ମର୍ସିଡ଼ିଜ ବେଞ୍ଚ ଟ୍ରକର ପ୍ରଥମ ଓନର, ନୟାଗଡ଼ର ପ୍ରଥମ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକାରୀ ଅନ୍ତର୍ଯ୍ୟାମୀ ଦାସଙ୍କ ୯୨ବର୍ଷ ବୟସରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ବାସଭବନରେ ରବିବାର ସକାଳୁ ପରଲୋକ ହୋଇ ଯାଇଛି। ଅତ୍ୟନ୍ତ ମେଳାପୀ, ସମସ୍ତଙ୍କ ସ୍ନେହୀ ଥିବା ନୟାଗଡ଼ର ଏହି ବରିଷ୍ଠ ନାଗରିକଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହି ଦୁଃଖଦ ଖବର ପାଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Read More

‘ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ’ ଇଟାମାଟି ପକ୍ଷରୁ ବୃକ୍ଷ ରୋପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଉଦଯାପନ ଦିବସରେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ପଣ୍ଡୁସର ଓ ବିରୁଡା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି ଦୁଇ ପଞ୍ଚାୟତର ସୁନାଲଟି, ବାଘେରା , ମର୍ଦ୍ଦରାଜପୁର, ବରକୋଳି ପାଟଣା, ପାଣ୍ଡେରୀ ପାଟଣା, ବିରୁଡ଼ା ଗ୍ରାମରେ ପ୍ରତି ଘରକୁ ଘର ଯାଇ ଆମ୍ବ,ପଣସ, ଅଁଳା, ଡାଳିମ୍ବ, ଅଶୋକ, ଜାମୁ, ବାଉଁଶ, ବେଲ ଓ ଗଙ୍ଗଶିଉଳି ଭଳି ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଣ୍ଟନ କରାଯାଇଅଛି । ଏହି ମହତ୍ ଜନହିତକର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉଦ୍ୟାନ କୃଷି ଅଧକାରୀ…

Read More

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସମ୍ମିଳିତ ଉଦ୍ୟମ ଲୋଡା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାବାସୀଙ୍କ ବହୁଦିନର ପ୍ରତିକ୍ଷିତ ସ୍ଵପ୍ନ ନୟାଗଡ଼ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁଆଞ୍ଚଳିକ ସ୍ଵାର୍ଥରୁ ଉର୍ଦ୍ଧ୍ବରେ ରହି ନିରନ୍ତର ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ମାନ୍ୟବର ବାଚଷ୍ପତି ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି। ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଉତ୍ତମ ଅତ୍ୟାଧୁନିକ ସ୍ଵାସ୍ଥ୍ୟସେବା ଉପଲବ୍ଧ ସାଙ୍ଗକୁ ଜିଲ୍ଲାର ବିକାଶ ପଥରେ ଆଉଏକ ଅଧ୍ୟାୟ ଯୋଡ଼ି ହୋଇଯିବ ବୋଲି ଶ୍ରୀମତୀ ପାଢୀ ଏକ ସକରାତ୍ମକ ବାର୍ତ୍ତା ଦେଇଛନ୍ତି। ଏହି ମର୍ମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମାନ୍ୟବର ବାଚଷ୍ପତି ତଥା ରଣପୁରର ବିଧାୟିକା ସୁରମା ପାଢୀଙ୍କୁ କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନ୍‌ଜୀବୀ ରଣଜିତ୍ ଦାଶ, ଆଇନ୍‌ଜୀବୀ ଦିଲ୍ଲୀପ କୁମାର ନନ୍ଦ ପ୍ରମୁଖ ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀମତୀ ପାଢୀ ଏ ଦିଗରେ…

Read More

ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ହାଇସ୍କୁଲ ସ୍କାଉଟ ଦଳ ପୁରସ୍କୃତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ସ୍କାଉଟ ଦଳ କୃତିତ୍ୱ ହାସଲ କରି ମୁଖ୍ୟ ଅତିଥି ତଥା ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ପୁରସ୍କୃତ ହୋଇଛି। ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ପ୍ୟାରେଡରେ ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରୁ ୫୨ଟି ପ୍ଲାଟୁନ ଯୋଗଦାନ କରିଥିଲେ। ଏଥିରେ ନୟାଗଡ଼ ଏନଏସି ହାଇସ୍କୁଲର ସ୍କାଉଟ ବିଭାଗର ଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରସ୍କାର ସ୍ୱରୂପ ଟ୍ରଫି ହାସଲ କରିଥିବା ସ୍କାଉଟ ପ୍ଲାଟୁନର କ୍ୟାଡେଟ ମାନଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଏବଂ ସହାୟକ ଶିକ୍ଷକ ଉମାକାନ୍ତ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

Read More

ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଶିକ୍ଷାବିକାଶ ସମିତି ଓଡିଶାଙ୍କ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଜଗତ କଲ୍ୟାଣ କାମନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମୁଦୁଲି ଭାରତର ସ୍ୱାଧୀନତା ନିମନ୍ତେ ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ଆତ୍ମୋତ୍ସର୍ଗ ସମସ୍ତଙ୍କୁ ଦେଶଭକ୍ତିରେ ଉଦବୁଦ୍ଧ ହେବାପାଇଁ ପ୍ରେରଣା ଯୋଗାଇବ ବୋଲି ବକ୍ତବ୍ୟ ରଖିଥିଲେ । ଦେଶମାତୃକାର ଅଖଣ୍ଡତାକୁ ବଜାୟ ରଖିବା, ସେମାନଙ୍କ ପଦାଙ୍କ ଅନୁସରଣ କରି ଦେଶ ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିବା ପାଇଁ କହିଥିଲେ।ବିଦ୍ୟାଳୟ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରାୟ ୭୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଉପସଭାପତି ଶ୍ରୀ ଶାନ୍ତନୁ କୁମାର…

Read More

ସମର୍ପଣ (ବୃଦ୍ଧାଶ୍ରମ)ରେ ୭୮ତମ ସ୍ବାଧୀନତା ଦିବସ ପାଳିତ, ମୁଁ ତୁମର ପୁଅ କହିଲେ ଜିଲ୍ଲାପାଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୮ ତମ ସ୍ବାଧୀନତା ଦିବସ। ପ୍ରାତଃ ସାଢେ ଆଠଟା ସମୟରେ ମୁଖ୍ଯ ଅତିଥି ଭାବେ ଇଂ ସରୋଜକାନ୍ତ ପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନେ ମାଡ ଖାଇ ଜେଲ ଯାଇ ଦେଶକୁ ସ୍ବାଧୀନ କରିବା ସହିତ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅହିଂସା ନିତି ବିଷୟ ରେ ବକ୍ତବ୍ଯ ରଖିଥିଲେ। ସକାଳ ୧୧ଟା ୩୦ ମିନିଟ୍ ସମୟରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନର ମୁଖ୍ଯ ଅତିଥି ତଥା ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ୱାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସାମଦାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଓ…

Read More

ରୋଟାରୀ କ୍ଳବରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ରେ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି। କ୍ଳବ୍ ର ସଭାପତି ଶ୍ରୀକାନ୍ତ କୁମାର ଖଟେଇ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିବା ସହିତ ମହାପୁରୁଷ ମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ବକ୍ତବ୍ଯ ରଖିଥିଲେ। ଯେଉଁମାନଙ୍କର ତ୍ଯାଗ ଓ ବଳିଦାନ ରେ ଆଜି ଆମେ ସ୍ବାଧୀନ ସେହି ମାନଙ୍କୁ ମନେ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ଯ ରଖିଥିଲେ। ସକାଳ ୧୧ଟା ୧୫ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ରକ୍ତ ଦାନ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ।

ମହାପୁରୁଷଙ୍କ ପଦାଙ୍କ ଅନୁସରଣ- ଭଲମଣିଷ ହେବାର ଚାବିକାଠି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନୟାଗଡ଼ ମାଟିର ପୁଅ ସାଉଦି ଆରବରେ କାର୍ଯ୍ୟରତ ଇଂ ସରୋଜ କାନ୍ତ ପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଯଥା ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାନ ସଂଗ୍ରାମୀ ସୁବାସ ଚନ୍ଦ୍ର ବୋଷ,ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ସ୍ବାଧୀନତା ସଂଗ୍ରାମୀ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସ୍କାଉଟ୍ ଗାଇଡ୍ସ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ…

Read More

ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ଅବସରରେ ମହାସମାରୋହରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଭାରତୀୟ ଗୈାରବମୟ ମହାପୁରୁଷଙ୍କର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କର ଅଭିଭାଷଣ ଏବଂ ଭାରତ ମାତାର ଜୟ ଗାନରେ ଉତ୍ସବ ମୁଖର ହୋଇଉଠିଥିଲା ସ୍ଥାନଟି । ଉକ୍ତ ସମାରୋହରେ ଯୁବ କଳାକାର କେଦାର ଚନ୍ଦ୍ର ନାୟକ, ମନୋଜ କୁମାର ମହାପାତ୍ର, ଦିଲ୍ଲୀପ କୁମାର ବରାଡ, ଦେବାଶିଷ ମିଶ୍ର, ବିପିନ କୁମାର ପ୍ରଧାନ ଓ ନିର୍ଦ୍ଦେଶକ ଦେବାଶିଷ ମିଶ୍ରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Read More

ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ପାଇଁ ସାଂସଦଙ୍କ ସହ ଆଲୋଚନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବୀ ଜଣେଇଛନ୍ତି କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ମର୍ମରେ ଏକ ଦାବିପତ୍ର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ମହତାବ ଦାବୀ ସମ୍ପର୍କରେ ତାଙ୍କର ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଠିକ ସମୟରେ ଉଚିତ ପଦକ୍ଷେପ ନେବେବୋଲି ମତ ରଖିଥିଲେ। ତତ୍ ସଙ୍ଗେ ସଙ୍ଗେ କଣ୍ଟିଲୋ – ଖଣ୍ଡପଡ଼ାକୁ ତାଳଚେର- ଗୋପାଳପୁର ରେଳଲାଇନ ସଂଯୋଗ ସମ୍ପର୍କର ମଧ୍ୟ ଶ୍ରୀ ମହତାବ ପ୍ରମୋଦ ପଟ୍ଟନାୟକଙ୍କ ଠାରୁ ଅଗ୍ରଗତୀ କେତେଦୂର ହୋଇଛି ବୋଲି ପଚାରି ବୁଝିଥିଲେ ଏବଂ ଏ ସଂକ୍ରାନ୍ତରେ କଟକସ୍ଥିତ ବାସଭଵନରେ ବିସ୍ତୃତଭାବେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି…

Read More