ନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ଦାଖଲ ଶେଷ ହୋଇ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନୟାଗଡ଼, ରଣପୁର ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥ‌ିବା ବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ଜଣ ପ୍ରାର୍ଥୀ ରହିଥ‌ିବା ବେଳେ ରଣପୁର ପାଇଁ ୯ଜଣ ପ୍ରାର୍ଥୀ, ଖଣ୍ଡପଡ଼ା ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିଲେ । ଯାଞ୍ଚ ପରେ ନୟାଗଡ଼ ବିଧାନସଭା ଆସନରୁ ଜଣେ ଏବଂ ରଣପୁରରୁ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଛି । ନୟାଗଡ଼ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଡ. ଅରୁଣ କୁମାର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, କଂଗ୍ରେସରୁ ରଣଜିତ ଦାଶ, ପଞ୍ଜିକୃତ ଓ ଅଣପଞ୍ଜିକୃତ ରାଜନୈତିକ ଦଳରୁ ଗିରିଧାରୀ ରାଉତ, ସ୍ବାଧିନରୁ ସନ୍ତୋଷ ନାରାୟଣ, ହେମନ୍ତ ପୃଷ୍ଟି, ଶ୍ରୀକାନ୍ତ ଦାଶ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ଦାଶଙ୍କ ନାମାଙ୍କନ ରଦ୍ଦ ହୋଇଛି । ଫଳରେ ନୟାଗଡ଼ ବିଧାନସଭା କ୍ଷେତ୍ରରେ ଏବେ ୬ ଜଣ ପ୍ରାର୍ଥୀ ରହିଛନ୍ତି। ସେହିଭଳି ଭାବେ ରଣପୁର ବିଧାନସଭା ଆସନ ପାଇଁ ବିଜେଡିରୁ ସତ୍ୟନାରାୟଣ ପ୍ରଧାନ, ବିଜେପିରୁ ସୁରମା ପାଢ଼ୀ, କଂଗ୍ରେସରୁ ବିଭୂପ୍ରସାଦ ମିଶ୍ର, ସିପିଆଇଏମରୁ ସରୋଜ କୁମାର ନାୟକ, ଆମ ଆଦମୀ ପାର୍ଟିରୁ ସୁଧିର କୁମାର ଦାଶ, ସ୍ୱାଧୀନରୁ ହୁଲାସ ବାରିକ, ସ୍ବାଧୀନରୁ ସନ୍ତୋଷ କୁମାର ସାହୁ, ସ୍ବାଧୀନରୁ ରେଣୁବାଳା ମହାନ୍ତି ଏସୟୁସିଆଇରୁ କୃଷ୍ଣଚନ୍ଦ୍ର ମହାପାତ୍ର ନାମାଙ୍କନ ଦାଖଲ କରିଥିଲେ।
ସ୍ବାଧିନ ପ୍ରାର୍ଥୀ ରେଣୁବାଳା ମହାନ୍ତିଙ୍କ ନାମାଙ୍କନ ରଦ୍ଦ ହୋଇଥିବା ସୂଚନା ମିଳିଛି । ସେହିଭଳି ଭାବେ ଖଣ୍ଡପଡ଼ା ବିଧାନସଭା କ୍ଷେତ୍ର ପାଇଁ
ବିଜେପିରୁ ଦୁଷ୍ମନ୍ତ କୁମାର ସ୍ବାଇଁ, କଂଗ୍ରେସରୁ ବୈଜୟନ୍ତୀମାଳା ମହାନ୍ତି, ବିଜେଡିରୁ ସାବିତ୍ରୀ ପ୍ରଧାନ, ଓଜେପି ତ୍ରିନାଥ ନାୟକ,
ଲୋକଶକ୍ତି ଦଳରୁ ରଶ୍ମିତା ବେହେରା, ସ୍ବାଧିନରୁ ମିଲି ବେହେରା, ଶିବ
ନାରାୟଣ ମହାନ୍ତି, ଲୋପାମୁଦ୍ରା ଷଡ଼ଙ୍ଗୀ, ଜିତେନ୍ଦ୍ର ବେହେରା, ଅନୁଭବ ପଟ୍ଟନାୟକ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ । ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଥ‌ିବା ସୂଚନା ମିଳିଛି ।

Related posts