ନୟାଗଡ଼,(ନୟାଗଡ଼ ଦର୍ପଣ): ଦିନକୁ ଦିନ ବିକଶିତ ହେଉଛି ନୟାଗଡ଼ ପୌରାଞ୍ଚଳ। ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଛି କଲ୍ୟାଣ ମଣ୍ଡପ। ନୟାଗଡ଼ ସହର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅସୁବିଧା ହେଉଥିବାରୁ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ କଲ୍ୟାଣ ମଣ୍ଡପମାନ ନିର୍ମାଣ କରାଯାଉଥିବା ସୂଚନା ଦେଇଛନ୍ତି। ନୟାଗଡ଼ ପୌର ପରିଷଦ ପକ୍ଷରୁ ୧୨ନମ୍ବର ୱାର୍ଡ଼ ଦେବୋତର କଲୋନୀରେ ୨କୋଟି ଟଙ୍କା ବ୍ୟୟରେ ଉକ୍ତ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଛନ୍ତି। ଏହି କଲ୍ୟାଣ ମଣ୍ଡପ ଟିର ନାଁ ଦିଆଯାଇଛି ‘ନବୀନ ମଣ୍ଡପ’। ସହରରେ ଏମିତି ଆଉ ୪ଟି କଲ୍ୟାଣ ମଣ୍ଡପ ପାଇଁ ଟଙ୍କା ଆସିଛି କିନ୍ତୁ ନିର୍ମାଣ ଦିଗରେ ଅନେକ ବାଧା ଆସୁଛି। ସେ ସବୁକୁ ଯଥାଶୀଘ୍ର ସାରିବା ପାଇଁ ପ୍ରତିଶୃତି ଦେଇଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା ଓ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିବାବେଳେ ବହୁ ବୁଦ୍ଧିଜୀବୀଙ୍କ ସମେତ ସାମ୍ୱାଦିକ ମାନେ ଉପସ୍ଥିତ ରହିଥିଲେ।
‘ନବୀନ ମଣ୍ଡପ’କୁ ଉଦଘାଟନ କଲେ ବିଧାୟକ ଡ଼ଃ. ଅରୁଣ
