ଓଡ଼ଗାଁ କଲେଜରେ ରକ୍ତଦାନ ଶିବିର: ୧୨୦ ୟୁନିଟ ରକ୍ତ ସଂଗ୍ରହ

ଓଡଗାଁ, (ନୟାଗଡ଼ ଦର୍ପଣ): ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୋଟ ୧୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିରରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ତହସିଲଦାର ମାନସ ରଞ୍ଜନ ଭୋଇ,ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ,ପରିଚାଳନା ପରିଷଦ ସଭାପତି ସୁରେଶ ଚନ୍ଦ୍ର ହୋତା,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ, ସରପଞ୍ଚ ସସ୍ମିତା ପାତ୍ର,ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଡ଼ ନରେଶ କୁମାର ନାୟକ ରକ୍ତ ପରୀକ୍ଷା କରିଥିବାବେଳେ ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।ସମାଜସେବୀ ବିଭୁପ୍ରସାଦ ସାହୁ,ରେଡ଼କ୍ରସ ଓ ରେଡ଼ରିବନ କ୍ଳବ ପରାମର୍ଶଦାତା ଅଧ୍ୟାପକ ନିରୋଜ ପ୍ରଧାନ,ସ୍କ୍ୱାଉଟ ଆଣ୍ଡ ଗାଇଡ଼ କାଉନସିଲର ପ୍ରଶାନ୍ତ କୁମାର ପଣ୍ଡା,ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ,ଡ଼ ସୁକାନ୍ତ କୁମାର ସାହୁ, ପବିତ୍ର କୁମାର ସାହୁ ଶିବିର ପରିଚାଳନା କରିଥିବାବେଳେ ଜିତେନ୍ଦ୍ର କୁମାର ସାହୁ,ତାପସ ରଞ୍ଜନ ମହାନ୍ତି ଓ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Related posts