ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହାନଦୀ ଅବବାହିକାରେ ଥିବା ଖଣ୍ଡପଡ଼ା, ଭାପୁର ଓ ଗଣିଆ ବ୍ଳକର ବନ୍ୟାପ୍ରବଣ ତଳିଆ ଅଞ୍ଚଳ ମଧ୍ୟରୁ ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଖଣ୍ଡପଡ଼ା ବ୍ଳକ ଓ ଭାପୁର ବ୍ଲକର ବନ୍ୟାଞ୍ଚଳ ଗସ୍ତକରି ସ୍ଥିତିକୁ ନିକଟରୁ ନିରୀକ୍ଷଣ କରିଛନ୍ତି । ପ୍ରଭାବିତ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିରୋ କାଜୁଆଲିଟି ଲକ୍ଷ ନେଇ ସମସ୍ତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପାଣିଘେରରେ ଥିବା ଲୋକଙ୍କୁ ଖାଦ୍ୟ, ଔଷଧ, ପାନୀୟଜଳ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲାଇଫ୍ ବୋଟ୍ଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଛନ୍ତି ।

