ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଚୋରି ଡକାୟତି ଚରମ ସ୍ଥିତିରେ ପହଞ୍ଚିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଦିନ ଦୁଇ ପ୍ରହରରେ ସହର ଭିତରୁ ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ କରୁଛନ୍ତି। ପଲସର ଗାଡ଼ିରେ ଦ୍ରୁତ ଗତିରେ ଆସି ଚେନ ସ୍ନାଚିଂ କରୁଛନ୍ତି। ଠିକ ସେମିତି ଆଜି ଜଣେ ମହିଳା ଇନ୍ସିପେକ୍ଟର ମନୋରମା ମଲ୍ଲିକଙ୍କ ବେକରୁ ସୁନାଚେନ୍ ଲୁଟ ହେବା ଘଟଣା ସାମ୍ନାକୁ ଆସିଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଡାକ୍ତରଖାନା ପଛ ପାଖରେ ଥିବା ପୁଲିସ କ୍ୱାର୍ଟରକୁ ଯିବା ସମୟରେ ଶବ ବ୍ୟବଚ୍ଛେଦ ଗୃହ ଆଗରେ ତାଙ୍କଠାରୁ ଲୁଟ ହୋଇଛି । ମହିଳା ଇନ୍ସିପେକ୍ଟର ଜଣଙ୍କ ନିଜ ଘରକୁ ଯିବା ସମୟରେ ବ୍ଲୁ କଲର ପଲସର ବାଇକରେ ଦୁଇ ଜଣ ଦୁବୁର୍ତ୍ତ ଆସି ତାଙ୍କୁ ଧକ୍କା ଦେଇଥିଲେ । ସେ ଗାଡ଼ିରୁ ତଳେ ପଡ଼ିଯିବା ସମୟରେ ତାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେଇ ଯାଇଥିଲେ । ଏନେଇ ଶ୍ରୀମତି ମଲ୍ଲିକ ଟାଉନଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଇନ୍ସପେକ୍ଟର ଶ୍ରୀମତି ମଲ୍ଲିକ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ କିଛିଦିନ ତଳେ ତାଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି।
ଥାନା ପାଖରୁ ଇନ୍ସପେକ୍ଟରଙ୍କ ବେକରୁ ଝାମ୍ପିନେଲେ ସୁନାଚେନ
