ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓଡ଼ଗାଁରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଛାତ୍ର ଛାତ୍ରୀ,ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ଗଛଟିଏ ପିଲାଟିଏ, ବନ୍ଧୁ ଆମର ଗଛ,ନୂହେଁ ତ ଏହା ମିଛ,ଦିଏ ଆମକୁ ବାସ,ଔଷଧ ଖାଦ୍ୟ ରସ,ବସ୍ତ୍ର ସାଙ୍ଗକୁ ବାୟୁ,ବଢାଏ ଆମ ଆୟୁ,ବରଷା ଜଳମୟ,ମାଟି ନକରେ କ୍ଷୟ ଏପରି ବିଭିନ୍ନ ସ୍ଲୋଗାନ ଦେଇ ସାହି ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ।ପରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିକ୍ଷାକେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଓଡ଼ଗାଁ ବନଖଣ୍ଡ ଅଧିକାରୀ ନିଖିଲେଶ ମଲ୍ଲିକ, ସମ୍ମାନିତ ଅତିଥି ରୂପେ ବନପାଳ ସନ୍ଧ୍ୟାରାଣୀ ନାୟକ, ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମାଜସେବୀ ଦ୍ୱିତୀକୃଷ୍ଣ ମିଶ୍ର ଉପସ୍ଥିତ ରହି ପରିବେଶ ପ୍ରତି ବୃକ୍ଷ ର ଅବଦାନ, ବ୍ୟବହୃତ ପ୍ଳାଷ୍ଟିକ ବୋତଲ କୁ କିପରି ବ୍ୟବହାର କରିବା, ପଲିଥିନ ର ବ୍ୟବହାର ନ କରିବା, ଗଛ ଲଗାଇବା ସହିତ ତାର ଯତ୍ନ ନେଇ ତାକୁ ବଞ୍ଚେଇବା,ବୃକ୍ଷ ଆମକୁ ଅଦୃଶ୍ୟ ଭାବରେ କିପରି ଦାନ ଦେଇଥାଏ ସେ ବିଷୟରେ ଅନେକ ସଚେତନତା ବାର୍ତ୍ତା ବକ୍ତବ୍ୟ ରଖିଥିଲେ। ପରିଶେଷରେ ଗୁରୁଜୀ ଗୁରୁମା, ଛାତ୍ର ଛାତ୍ରୀ ଓ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନ ର ଚତୁଃପାର୍ଶ୍ୱରେ ବଉଳ,ପିଜୁଳି, ଡାଳିମ୍ବ,ଅଁଳା,ପିସ୍ତାବାଦାମ ଏପରି ୫୦ଟି ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷାକେନ୍ଦ୍ର ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

