ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେଡି ବିଜେପି ନେତାନେତ୍ରୀଙ୍କ ପ୍ରରୋଚନାରେ ରାଜନୈତିକ ବିଦ୍ବେଷ ଭାବ ସୃଷ୍ଟି କରି ହିଂସା କରାଉଥିବା ନୟାଗଡ଼ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏମିତି ପ୍ରାୟୋଜିତ ହିଂସା କରାଯାଇ ଶାନ୍ତି ପ୍ରିୟ ନୟାଗଡ଼କୁ ଜାଣିଶୁଣି ଆଗାମୀ ନିର୍ବାଚନ ପୂର୍ବରୁ ଅଶାନ୍ତ କରାଇ ନିରୀହ ଗ୍ରାମବାସୀଙ୍କୁ ମିଥ୍ୟା ଅଭିଯୁକ୍ତ ଭାବେ ଜେଲରେ ରଖାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ରଣଜିତ ଦାଶ ବିଜେଡି ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ଉଭୟ ଦଳ ରାଜନୈତିକ ଫାଇଦା ପାଇଁ ନୟାଗଡ଼ରେ ହିଂସା ଭିଆଇ ଆମ ଗାଁ’ ଗାଁ’ରେ ଘୃଣା ଅସହିଷ୍ଣୁତା ମଞ୍ଜି ବୁଣୁଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ବିଜେଡି ବିଜେପି ଦଳର ନେତାନେତ୍ରୀଙ୍କୁ ହିଂସା ଉଷୁକାଇବା ଅଭିଯୋଗରେ ଗିରଫ କରାଗଲେ ନୟାଗଡ଼ରେ ରାଜନୈତିକ ହିଂସା ବନ୍ଦ ହୋଇପାରିବ ବୋଲି କଂଗ୍ରେସ ନେତା ରଣଜିତ ଦାଶ ଗଣମାଧ୍ୟମ ଜରିଆରେ ଜିଲ୍ଲା ପୋଲିସ ପ୍ରଶାସନକୁ ଜଣାଇଛନ୍ତି। ନଚେତ ଏହାକୁ ନେଇ କଂଗ୍ରେସ ଖୁବଶୀଘ୍ର ରାଜରାସ୍ତାକୁ ଓଲ୍ଲାଇ ଉଭୟ ଦଳର ହୀନ ରାଜନୀତିକୁ ଲୋକଲୋଚନକୁ ଆଣିବ ବୋଲି ଦଳ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ହରିପୁରରେ ଉଭୟ ଗୋଷ୍ଠୀଙ୍କୁ ଉଷୁକାଇ ହିଂସା କରାଉଥିବା ନେତାନେତ୍ରୀଙ୍କୁ ଗିରଫ କଲେ ବନ୍ଦ ହେବ ରାଜନୈତିକ ହିଂସା: କଂଗ୍ରେସ
