ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଶିକ୍ଷା ବିଭାଗ ଅଧ୍ୟାପକ ଜୟକୃଷ୍ଣ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ, କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଶିକ୍ଷକତା ଜୀବନରୁ ରାଜନୀତି, ସରପଞ୍ଚରୁ ପାର୍ଲିଆମେଣ୍ଟ ଏବଂ ନୂଆଗାଁ କଲେଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଲୋକସେବାକୁ କିପରି ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ
