ଚାହାଳି କ୍ଲଷ୍ଟରରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଢେଙ୍କେଣା ଗ୍ରାମ ପଞ୍ଚାୟତରେ ଥିବା ବଳଭଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ବେଶ୍ଵର ବେହେରା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଜନଶକ୍ତି ଉଚ୍ଚ ବିଦ୍ୟାଳୟ,ଚାହାଳି କ୍ଲଷ୍ଟରର ଶିକ୍ଷକମାନଙ୍କ ଦ୍ଵାରା ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର କର ସମ୍ମାନୀତ ଅତିଥି ଭାବେ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ, ମିଳିତ ପ୍ରାଥମିକ ଶିକ୍ଷକ ର ସଭାପତି ଚିନ୍ତାମଣି ମିଶ୍ର, ସିଆରସିସି ବିଭୂତି ଭୂଷଣ ମିଶ୍ର, ସ୍ଥାନୀୟ ସରପଞ୍ଚ ଯୋଗଦେଇ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ବେହେରା କିପରି ଛାତ୍ର ବତ୍ସଳ, ଦାୟିତ୍ବବାନ ଶିକ୍ଷକ ଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ। ଅବସରପ୍ରାପ୍ତ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ସହ ପ୍ରୋଭିଜିନାଲ ପେନସନ ସମ୍ବନ୍ଧୀୟ ଚିଠି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Related posts