ନୂଆଗାଁ,(ନୟାଗଡ଼ ଦର୍ପଣ): ଆନ୍ତର୍ଜାତିକ ମାଣ୍ଡିଆ ଦିବସ ଉପଲକ୍ଷେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରୁ ବିଶ୍ଵ ପରିବେଶ ଦିବସ ପାଳନ ଆରମ୍ଭ କରାଯାଇଛି। ଆତ୍ମା ଏବଂ ହାମ୍ସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ନୂଆଗାଁ ବ୍ଲକରେ ଏକ ପରିବେଶ ରଥକୁ ଉଦଘାଟନ କରାଯାଇଛି। ଏହି ରଥ ଗ୍ରାମ ମାନଙ୍କରେ ବୁଲି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କୃଷି ଓ କୃଷକ ଉପରେ ପଡ଼ୁଥିବା ପ୍ରଭାବ, ପରିବେଶ ସନ୍ତୁଳନ ପାଇଁ ଚାରା ରୋପଣ, ମାଣ୍ଡିଆ ଚାଷର ଗୁରୁତ୍ଵ ଆଦି ଉପରେ ଲୋକମାନଙ୍କୁ ସଚେତନ କରିଥିଲେ। ବ୍ଲକ୍ କୃଷି ବିଭାଗର ବିରେନ୍ଦ୍ର କୁମାର ମହାନ୍ତି, ସିଡିପିଓ ଶୁଭ୍ରକେଶୀ ମଲିକ, ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପ ସଂଯୋଜିକା ସସ୍ମିତା ପଣ୍ଡା, ଶିଶୁ ଓ ମହିଳା ବିକାଶ ବ୍ଲକ୍ ପ୍ରକଳ୍ପ ସଂଯୋଜକ ସୁବ୍ରତ କୁମାର ସାହୁ ପ୍ରମୁଖ ରଥକୁ ଉଦଘାଟନ କରିଥିଲେ। ହାମ୍ସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ମହାପାତ୍ରଙ୍କ ସମେତ ସୁନିତା ଦାସଗୁପ୍ତା, ଜ୍ୟୋତିର୍ମୟୀ ସ୍ୱାଇଁ, ସୀପଲ ସେନାପତି, ବିରଞ୍ଚି ନାରାୟଣ ଚଂପତି, ବିଶ୍ଵନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ନୂଆଗାଁ ବ୍ଲକରେ ଗଡିଲା ବିଶ୍ଵ ପରିବେଶ ରଥ
