ନୂଆଗାଁ,(ନୟାଗଡ଼ ଦର୍ପଣ): ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ କାପ୍ତାପଲ୍ଲୀ ବିଟ ବରକୋଳା ହରିଜନ ସାହିରେ। ସବୁଦିନ ଭଳି ଆଜି ସକାଳୁ ଗୋବିନ୍ଦ ନାଏକ ଆମ୍ବ ଗୋଟାଇବା ଏବଂ କାଠ ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ସବୁଦିନ ଭଳି ଆଜି ମଧ୍ୟ ଖୁସିରେ ଫେରିବେ ବୋଲି ଭାବିଥିଲେ ଗୋବିନ୍ଦ ଦୁର୍ଭାଗ୍ୟ ବଶତଃ ଆଜି ରାସ୍ତାରେ ଏକ ବିରାଟ ହାତି ସହ ମୁହାଁମୁହିଁ ହୋଇଥିଲେ । ହାତିଟି ଗୋବିନ୍ଦକୁ ଆକ୍ରମଣ କରିବା ପାଇଁ ପାଖକୁ ଦୌଡ଼ ଆସି ବାମ ଗୋଡ଼କୁ ଦଳିଦେଇ ଚାଲିଗଲା। ଜୀବନ ବିକଳରେ ଦୁଈ କିମି ଗୁରୁଣ୍ଡି ଗୁରୁଣ୍ଡି ଆସିବା ପରେ ଗାଁ’ର କିଛି ସ୍ତ୍ରୀ ଲୋକ ମଧ୍ୟ ଆମ୍ବ ଗୋଟାଇବା ପାଇଁ ଆସିଥିଲେ। ଗୋବିନ୍ଦଙ୍କ ଚିକ୍ତାର ଶୁଣି ପାଖକୁ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ହୋଇ ଚିକ୍ତାର କରୁଛନ୍ତି । ମହିଳା ଦୁଇ ଜଣ ଗ୍ରାମବାସୀଙ୍କୁ ଜଣାଇବା ପରେ ଲୋକମାନେ ପହଞ୍ଚି ଗୋବିନ୍ଦଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତ୍ୱର ହେବାରୁ ତାଙ୍କୁ ନୟାଗଡ଼ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘୋରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିବା ବେଳେ ସେଠାରେ ବନ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ଏକ ମାସ ହବ ହାତୀମାନଙ୍କ ଚଳପ୍ରଚଳ ହେଉଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଥିବା ଜଣାପଡିଛି।
ମହିପୁର ବନାଞ୍ଚଳ କାପ୍ତାପଲ୍ଲୀ ବିଟ ବରକୋଳା ନିକଟରେ ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର
