ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନିକଟରେ ନିର୍ବାଚିତ ରାଜ୍ୟ ନେତୃବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାପରିଷଦ ସୃଜନ ସଭାଗୃହରେ ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦାନ କରି ପିଲାମାନଙ୍କୁ ଚିରାଚରିତ ଢଙ୍ଗରେ ଶିକ୍ଷାଦାନ ନକରି ସେମାନଙ୍କୁ ନୈତିକ ଶିକ୍ଷା ଏବଂ ନୀତିଶାସ୍ତ୍ର ଉପରେ ଶିକ୍ଷାଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ ସମାଜରେ ନିଜର ଆଦର୍ଶ ଓ ପରାକାଷ୍ଠା ବଜାୟ ରଖିବା ଉଚିତ ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ନେତା ଦୀନବନ୍ଧୁ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପ୍ରାଥମିକ ଶିକ୍ଷକ ସଂଘ ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋତି ରଂଜନ ଦାଶ, ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନିକଟରେ ନବ ନିର୍ବାଚିତ ରାଜ୍ୟ ଶିକ୍ଷକ ସଂଘ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ଏବଂ ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶଙ୍କୁ ମୁଖ୍ୟ ଅତିଥି ଡ.ସାହୁ ଉପଢୌକନ ଏବଂ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟର ୮ଟି ବ୍ଲକରୁ ବିଭିନ୍ନ ଶିକ୍ଷକ ସଂଘର ନେତୃମଣ୍ଡଳୀ ଏବଂ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ।

Related posts