ସାଉଦି ଆରବରେ ପାଳିତ ହେଲା ଉତ୍କଳ ଦିବସ

ପାଞ୍ଚ ଜଣ ଓଡ଼ିଆଙ୍କୁ ମିଳିଲା “ଉତ୍କଳ ରତ୍ନ” ଓ ପଦ୍ମଶ୍ରୀ ଦିଲିପ ତିର୍କୀ ହେଲେ ବ୍ରାଣ୍ଡ ଅମ୍ବାସଡର

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଉଦି ଆରବର ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ 'ଉତ୍କଳିକା' ତରଫରୁ ୮୮ତମ ଉତ୍କଳ ଦିବସ ଏବଂ ନିଜର ୧୪ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ ହୋଇ ଯାଇଛି। ଏହି ଅବସରରେ "ପଦ୍ମଶ୍ରୀ ଦିଲିପ" ତିର୍କୀ ଉତ୍କଳିକା ର ବ୍ରାଣ୍ଡ ଆମ୍ବାସଡର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଯାହାକି ସାଉଦି ଆରବରେ ଥିବା ପ୍ରତ୍ଯେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ ୫ ଜଣ ଓଡ଼ିଆଙ୍କୁ ଉତ୍କଳିକା ତରଫରୁ ସର୍ବୋଚ୍ଚ ଓଡ଼ିଆ ସମ୍ମାନ "ଉତ୍କଳ ରତ୍ନ" ସମ୍ମାନରେ ସମ୍ମାନିତ କରାଯାଇଛି। ଏଥି ମଧ୍ୟରେ ରହିଛନ୍ତି ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଚଳଚ୍ଚିତ୍ର ନିର୍ମାତା ସ୍ନେହାସିଶ୍ ଦାସ ଏବଂ ଏକ ଟଙ୍କିଆ ଡାକ୍ତର ଡ. ଶଙ୍କର ରାମ ଚନ୍ଦାନି। ଏହି କାର୍ଯ୍ୟକ୍ରମରେ ୩୦୦ ଓଡିଆ ପରିବାର ସମେତ ୮୬୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ । ଏହି ଅବସରରେ ଆରବ ଦେଶର ବିଶିଷ୍ଟ ଶିଳ୍ପପତି ଦେବ ଲୋକନାଥ ମହାନ୍ତି ଉତ୍କଳିକାକୁ ଭିଡିଓ ମାଧ୍ୟମର ଶୁଭେଛା ବାର୍ତ୍ତା ଜଣାଇଥିଲେ। ଉତ୍କଳିକାର ଚିଫ୍ କୋଡ଼ିନେଟର ଜୟନ୍ତ ମହାପାତ୍ର ଏବଂ ଚିନ୍ମୟ ଲେଙ୍କା ଙ୍କ ସ୍ଵାଗତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ମୁସ୍ତାଫା ବାଗ ଏବଂ ବନ ମହାନ୍ତିଙ୍କ ସଂଯୋଜନାରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ କମେଡି ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହିତ ସଂଗଠନର ବରିଷ୍ଠ ଉପଦେଷ୍ଟା ଅଜୟ କୁମାର ଦାସ ନିଜ ଭାଷଣରେ ଓଡ଼ିଶାର ସଂସ୍କତି,ଐତିହ୍ୟ ଓ ପ୍ରାଚୀନତାର ଗୌରବପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ମେହୁଲ ଚୌହାନ ଯୋଗଦେଇଥିଲା ବେଳେ ସିରୋ ପ୍ରୋପୋରଟି ଫାଉଣ୍ଡର ଅନିଲ ଦାସ, ଅବଦୁଲ୍ ମାଜିଜ, ମେହେମୁଦ, ଅବିନାଶ କର୍ଣିକ, କଳୀଙ୍ଗାନ ସଦସ୍ୟା ଓ ରୋଜା ସଦସ୍ୟା ମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଭାତ ଶତପଥିଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପତ୍ରିକା "ଉତ୍କଳିକା" ଉନ୍ମୋଚନ କରାଯାଇଥିଲା। ପତ୍ରିକାରେ ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଲେଖା ସ୍ଥାନ ପାଇଥିବାରୁ ସମସ୍ତ ସଦସ୍ୟ ଖୁସି ଅନୁଭବ କରିଥିଲେ। ସଙ୍ଗଠନର ଉପଦେଷ୍ଟା ଅଜୟ କୁମାର ଦାସଙ୍କ "ମୁଁ ଓଡ଼ିଆ ମୋ ଭାଷା ବଢିଆ" ସ୍ଲୋଗାନ ସହ ଦୀପ ପ୍ରଜ୍ୱଳନ କରାଯାଇ ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀଙ୍କ ସ୍ମୃତି ଚାରଣ କରା ଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ "ବନ୍ଦେ ଉତ୍କଳ ଜନନୀ" ସଂଗୀତ କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା।

ଏଥି ସହିତ ଅନ୍ୟ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସଫଳତାର ସହିତ ତୁଲାଇବା ପାଇଁ ସହୋଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଓ ଗୀତର ତାଳେ ତାଳେ ଦର୍ଶକ ମାନେ ଝୁମିବା ସହ କମେଡି ନାଟକର ମଜା ଉଠାଇଥିଲେ। ଏଥି ସହିତ ସମସ୍ତ ପରିବାର ଓଡ଼ିଆ ଭାଇଚାରା ର ମନଭାବ ରଖି ଓଡ଼ିଆ ଖାଦ୍ୟ ଖାଇ ଖୁସି ମନାଇଥିଲେ। ସର୍ବ ଶେଷରେ ପ୍ୟାରୀମୋହନ ମଲ୍ଲିକଙ୍କ ଅଧକ୍ଷତାରେ ରାଫେଲ ଡ୍ର କାର୍ଯ୍ୟକ୍ରମ ହୋଇଥିଲା। ଦର୍ଶକମାନେ iPhoneକୁ ଉପହାର ରୂପେ ପାଇ ବହୁତ୍ ଖୁସି ଅନୁଭବ କରିଥିଲେ। ଉତ୍କଳିକାର ସଦସ୍ଯ ଉମାକାନ୍ତ ପାଢ଼ୀ,ସୁଧିର ସେନାପତି,ପଙ୍କଜ ସିଂହ, ବସନ୍ତ ଦାସ, ମିନାର ଅପା, ମାନସ ମହାପାତ୍ର, ପ୍ରଭାତ ପରିଡ଼ା, ବିଭୁପ୍ରସାଦ ଦାସ୍, ମନୋଜ୍ ନାୟକ, ସୁବାସିଶ ସୁନ୍ଦରରାୟ, ଶୁଶାନ୍ତ ପ୍ରଧାନ, ସୁଜିତ୍ ସେନାପତି, ବସନ୍ତ ସାହୁ, ରାଧେ ଶ୍ୟାମ ରାମ, ଅମୃତ ଲାଲ୍ ନାୟକ,ଭଗବାନ୍ ପାତ୍ର ଓ ମହେଶ୍ବର ଜେନାଙ୍କ କଠିନ ପରିଶ୍ରମରେ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ଅନୁଷ୍ଠାନର ଚିଫ୍ କୋଡ଼ିନେଟର ଜୟନ୍ତ ମହାପାତ୍ର ଓ ଉପଦେଷ୍ଟା ସରୋଜକାନ୍ତ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts