ସଚେତନତା ରଥର ଶୁଭାରମ୍ଭ କରିବା ସହ ବିଭିନ୍ନ ଗାଁ’କୁ ଯାଇ ସର୍ଭେର ଉଦ୍ଦେଶ୍ୟ ଲୋକମାନଙ୍କୁ ବୁଝାଇଲେ ବିଡ଼ିଓ

ନୂଆଗାଁ,(ନୟାଗଡ଼ ଦର୍ପଣ): ସ୍ଵତନ୍ତ୍ର ପଛୁଆ ବର୍ଗ ସର୍ଭେର ସ୍ଵତନ୍ତ୍ର ଦିବସ ୨୧ ତାରିଖ ରବିବାର ଦିନ ବିଡ଼ିଓ ସଚିଦା ନନ୍ଦ ମିଶ୍ର ନୂଆଗାଁ ବ୍ଲକର ସମ୍ପଡା, ଚାହାଳି, ଡ଼ାଳିଆମଡା, ଢେଙ୍କେଣା, ଦେଉଳୀ, ମାଳିସାହି ଆଦି ଗ୍ରାମ ଏବଂ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା ଗଣନା କାରୀ, ସୁପର ଭାଇଜରଙ୍କ ସହ ଡୋର ଟୁ ଡୋର ସର୍ଭେ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପଛୁଆ ବର୍ଗ ସର୍ଭେର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ହିତାଧିକାରୀ ମାନଙ୍କୁ ବୁଝାଇବା ସହ ସରକାରଙ୍କ ଏହି କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତା ପାଇଁ ଅନୁରୋଧ କରିଥିଲେ।ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିଥିଲେ ବିଡ଼ିଓ ଶ୍ରୀ ମିଶ୍ର। ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରିଥିଲା ଏହି ସଚେତନତା ରଥ। ବିଡ଼ିଓ ଶ୍ରୀ ମିଶ୍ରଙ୍କ ସହ ଡବ୍ଲୁଇଓ ମଳୟ ରଞ୍ଜନ ଚିନାରା ଏବଂ ସୁପର ଭାଇଜର ରଘୁନାଥ ସାହୁ ଉପସ୍ଥିତ ଥିଲେ। ସରକାରଙ୍କ କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳ ରୂପାୟନ ପାଇଁ ଛୁଟି ଦିନରେ ମଧ୍ୟ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ରଙ୍କ ପ୍ରଚେଷ୍ଟା ପାଇଁ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେରେ ପ୍ରଶଂସା କରାଯାଇଛି।

Related posts