ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନସ୍ଥ ଗୁମି ବନବିଭାଗ ବନପାଳଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ବନପାଳ ପବିତ୍ର ପରିଡାଙ୍କ ତତ୍ତ୍ଵାବଧାନରେ ଉଦଘାଟନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ବହୁଦିନ ଦିନ ଧରି ଗୁମି ବନବିଭାଗ କର୍ମଚାରୀଙ୍କ ପାଇଁ କାର୍ଯ୍ୟଳୟ ଅଭାବ ରହିଥିଲା ଆଜି ନୂତନ ଭାବରେ ନିର୍ମାଣ ହୋଇଥିବା କାର୍ଯ୍ୟଳୟର ଶୁଭ ଉଦଘାଟନ ହୋଇଯାଇଛି । ନୟାଗଡ ଜିଲ୍ଲା ବନଖଣ୍ଡ ଅଧିକାରୀଣୀ କ୍ଷମା ଶଢଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟାଳୟ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବନବିଭାଗର ସମସ୍ତ କର୍ମଚାରୀ ଓ ଗୁମି ଗ୍ରାମର ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
ଗୁମି ବନପାଳଙ୍କ କାର୍ଯ୍ୟାଳୟ ଉଦଘାଟନ କଲେ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ
