ଦୁଇଦିନିଆ ନୟାଗଡ଼ ଗସ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ସଦସ୍ୟ, କରୁଛନ୍ତି ଯକ୍ଷ୍ମା ରୋଗର ସମୀକ୍ଷା

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇଦିନିଆ ନୟାଗଡ଼ ଗସ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ସଦସ୍ୟ ଡା. ରଞ୍ଜିତା ନାୟକ ନୟାଗଡ଼ ଗସ୍ତରେ ଆସି ଯକ୍ଷ୍ମା ରୋଗର ସମୀକ୍ଷା କରିବ ସହ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଭାପୁର ବ୍ଲକ ଓ ଖଣ୍ଡପଡ଼ା ବ୍ଲକ ପରିଦର୍ଶନ କରି ବିଭିନ୍ନ ଲୋକଙ୍କୁ ଭେଟିଛନ୍ତି । ଯକ୍ଷ୍ମାର କାର୍ଯ୍ୟକାରିତା କିପରି କରାଯାଉଛି ଏହାର ସମୀକ୍ଷା କରିଛନ୍ତି । ଯକ୍ଷ୍ମା ମୁକ୍ତି କିପରି ହୋଇପାରିବ ସେଥିନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ.ସରୋଜ କୁମାର ଦାସ, ଡିପିସି ରୁଦ୍ର ଜେନା, ଏସଟିଏସ ଦେବାଶିଷ କର ଓ ତପନ ପରିଡା ପ୍ରମୁଖ ସାମିଲ ହୋଇଥିଲେ ।

Related posts