ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୋଲକ ବିହାରୀ ନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ତଥା ନାଟ୍ୟକାର ଓ ନାଟ୍ୟନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସୁସଂଯୋଜକ ତଥା ସୁଵକ୍ତା ମନୋଜ କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ କବି ଗଜେନ୍ଦ୍ର ମହାରଣାଙ୍କୁ ‘କବି ପ୍ରତିଭା ସମ୍ମାନ’ରେ ସମର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କବି ସିତୁପ୍ରକାଶ ରଥ ଏବଂ କବୟିତ୍ରୀ ନିଳିମା ନନ୍ଦ କବିତା ଗୁଡିକ ସଂଯୋଜନା କରିଥିବା ବେଳେ ସାହିତ୍ୟ ପତ୍ରିକାର ସମ୍ପାଦକ ନିର୍ମଳ ଶୁରଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts