ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆଜି ଉଦଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଛନ୍ଦା ମିଶ୍ର ଯୋଗ ଦେଇଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ତାଙ୍କ ବକ୍ତବ୍ୟରେ ଆଗ୍ରହ ଥିଲେ ମୋଟା ବହି ବି କମ ସମୟରେ ପଢିହେବ ବୋଲି କହିଥିଲେ। ପାଠ ପଢ଼ିବାର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ କହିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପାଠର ଆବଶ୍ୟକତା ସମ୍ପର୍କରେ କହିଥିଲି। ମୁଖ୍ୟବକ୍ତା ଶ୍ରୀମତୀ ମିଶ୍ର ତାଙ୍କ ବକ୍ତବ୍ୟରେ, ଆମ ସଂସ୍କୃତି ନାରୀକୁ ମା ରୂପେ ପୂଜା କରାଯାଏ ବୋଲି କହିଥିଲେ। ପାଶ୍ଚାତ୍ୟ ବେଶ ପୋଷାକ ଓ ଚାଲି ଚଳନ ପାଇଁ ଆମର ଆଗ୍ରହ। ନାରୀ ଶିକ୍ଷିତା ହେଲେ ପରିବାର ଶିକ୍ଷିତ ହୁଏ। ନାରୀ ବିଶୃଙ୍ଖଳିତ ହେଲେ ସମାଜ ବିଂଶୃଙ୍ଖଲିତ ହୋଇଯାଏ। ସମାଜ ପାଇଁ ଦିଗଦର୍ଶନ ଦେବାର ଭାବନା ଲେଖକମାନଙ୍କ ମନରେ ରହିବା ଆବଶ୍ୟକ ବୋଲି କହିଥିଲେ।

ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ରୋଜଗାର ସବୁଠାରୁ ବଡ ସମସ୍ୟା ହୋଇ ମୁଣ୍ଡ ଟେକୁଛି। ପୁସ୍ତକ ଭଲ ବନ୍ଧୁଟିଏ। ପୁସ୍ତକ ଆଗ ଭଳି ବିକ୍ରି ହେଉ ନାହିଁ । ପାଠକ ଅଭାବ ଦେଖା ଦେଖା ଯାଇଛି । ମୁଦ୍ରିତ ଅକ୍ଷରକୁ ଯିଏ ଭଲ ପାଏ, ସେ ପାଠକ। ମୁଦ୍ରିତ ଅକ୍ଷରକୁ ଭଲ ପାଉଥିବା ଲୋକଙ୍କ ସଂଖ୍ୟା କମି କମି ଯାଉଛି । ପାଠକ, ପ୍ରକାଶକ ଓ ଲେଖକ ମଧ୍ୟରେ ତ୍ରିବେଣୀ ସଙ୍ଗମ ଭଳି ବୁଝାମଣା କରିବାକୁ ପଡ଼ିବ। ତନ, ମନ, ଧନ ଓ ସମୟର ଆବଶ୍ୟକତା ରହିଛି। ପଢିବାକୁ ଭଲ ପାଉଥିବା ଲୋକ, ଆବଶ୍ୟକ ଅର୍ଥ ଓ ସମୟ ପୁସ୍ତକ ପାଇଁ ନିହାତି ଆବଶ୍ୟକ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। ଜୀବନ ଶୈଳୀରେ ପରିବର୍ତ୍ତନ ପୁସ୍ତକ ପାଇଁ ଅନୁକୂଳ ହେଉ ନାହିଁ ବୋଲି କହିଥିଲେ। ପୁସ୍ତକ ମେଳାକୁ ବର୍ଷର ନିର୍ଦ୍ଦିଷ୍ଟ ତାରିଖରେ କରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଅନୁଭବ ନଥାଇ କାଳଜୟୀ ଲେଖା ସୃଷ୍ଟି ହେବ ନାହିଁ। ରାଜନୀତିରୁ ଉର୍ଦ୍ଧ୍ବରେ ରହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାହିତ୍ୟ ସୃଷ୍ଟି କରି ହେବ ନାହିଁ ବୋଲି ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅଧ୍ୟାପକ ଗଣେଶ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ମିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ପୁସ୍ତକ ମେଳାରେ ବହୁ ସଂଖ୍ୟାରେ ବହି ଷ୍ଟଲ ଓ ଅନେକ କ୍ୟାରିୟର କାଉନସେଲିଂ ଷ୍ଟଲ ଖୋଲା ଯାଇଥିଲା କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ପଟ୍ଟନାୟକ, ସଂଜୟ କୁମାର ସ୍ୱାଇଁ, ଅନୀଲ କୁମାର ପଣ୍ଡା, ବିଶ୍ୱଜିତ୍ ନାୟକ, ବିଭୂତି ଭୂଷଣ ସ୍ୱାଇଁ, ନିହାର ପଟ୍ଟନାୟକ, ଅବିନାଶ ସାହୁ, ଶେଖ୍ ଅବଦୁଲ ଖାଲିକ, ସ୍ମିତା ସ୍ଵାଇଁ, ସୌଦାମିନୀ ସ୍ଵାଇଁ ପ୍ରମୂଖ ପରିଚାଳନା କରିଥିଲେ । ଏହି ଅବସରରେ ପୁସ୍ତକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ କୁଇଜ୍ ପ୍ରତିଯୋଗିତାକୁ ସାମ୍ବାଦିକ ଉତ୍ପଳ କୁମାର ସାହୁ ସଂଯୋଜନା କରିଥିଲେ।

Related posts