ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜ଼ିଲ୍ଲା ଚାଇଲଡ ଲାଇନ ପକ୍ଷରୁ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ବନ୍ଧୁତା ସପ୍ତାହରେ ଆଜି ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅତରିକ୍ତ ଜ଼ିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ହାତରେ କୁନି କୁନି ଛୁଆମାନେ ଯତ୍ନ ଓ ସୁରକ୍ଷା ପାଇଁ ଏକ ଦୋସ୍ତି ବ୍ୟାଣ୍ଡ ପିନ୍ଧାଇଥିଲେ।
ଚାଇଲଡ ଲାଇନ ସହ ଅଧିକ ସଂଖ୍ୟାରେ ଯୋଡି ହେଲେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଚାଇଲଡ ଲାଇନକୁ ଆହୁରି ତଥ୍ୟ ମିଳିପାରିବ ଯାହା ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ୨୦ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି ଅବସରରେ ଚାଇଲଡ ଲାଇନ କଉଁନସିଲର ଚନ୍ଦ୍ରଶେଖର ବେହେରା ଓ ଟିମ ମେମ୍ବର ସୁଜାତା ବେହେରା, ବିକ୍ରମ ପ୍ରଧାନ, ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ନୟାଗଡ଼ ଚାଇଲଡ ଲାଇନ ପକ୍ଷରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ
