ନୟାଗଡ଼ ରୋଟାରୀ କ୍ଲବ୍ ପରିସରରେ ସ୍ବାସ୍ଥ୍ଯ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ କ୍ଲବ୍ ଭବନ ପରିସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଲବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ମାଗଣା ହ୍ରୁତପିଣ୍ଡ ଓ ମଧୁମେହ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ରୋଟାରିଆନ ସନଓ୍ବାରମଲ ଅଗ୍ରଓ୍ୱାଲ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ହ୍ରୁଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟବ୍ରତ ସାହୁ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଓ ଡାକ୍ତର ପ୍ରତ୍ଯୁଷ ନାଗ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ଟେକେନସିଆନ୍ ଶିବପ୍ରସାଦ ବେହେରା, ମାନସ ରଂଜନ ନାୟକ ଓ ଦିବ୍ଯଜ୍ଯୋତି ତ୍ରିପାଠୀ ରୋଗୀମାନଙ୍କର ଫାସ୍ଟିଙ୍ଗ୍ ବ୍ଳଡ୍ ସୁଗାର ସହିତ ଇସିଜି ପରୀକ୍ଷା କରିଥିଲେ। ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କ ପ୍ରତ୍ଯେକ୍ଷ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ଯ ଶିବିରରେ ୧୨୦ଜଣ ରୋଗୀଙ୍କ ସ୍ବାସ୍ଥ୍ଯ ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା। ରୋଗୀ ମାନଙ୍କର ପଞ୍ଜୀକରଣ ତଥା ଶିବିର ପରିଚାଳନାରେ ବରିଷ୍ଠ ରୋଟାରିଆନ ସୁବୋଧ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଆରିଫ୍ ଖାଁ, ବ୍ରଜେନ୍ଦ୍ର ପଟ୍ଟନାୟକ, ମିହିର ରଂଜନ ନାୟକ, ମଦନମୋହନ ମହାପାତ୍ର, ଲକ୍ଷ୍ମୀନାରାୟଣ ରଥ, ଜି ରଶ୍ମୀ ରାଜ, ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀଧର ସାହୁ, ସନ୍ତୋଷ କୁମାର ନାୟକ, ସ୍ମିତା ପଟ୍ଟନାୟକ ଆଦି ସଦସ୍ଯମାନେ ସହଯୋଗ କରିଥିଲେ। ରୋଟାରୀ କ୍ଲବର ଏହି ଜନହିତକର ସମାଜ ସେବାକୁ ଜନସାଧାରଣ ପ୍ରଶଂସା କରିଛନ୍ତି।

Related posts