ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ରୋଟାରୀ କ୍ଲବ୍,ନୟାଗଡ଼ ଦ୍ବାରା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଗରମ ପାନୀୟ ଜଳ ବିତରଣ କେନ୍ଦ୍ରକୁ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି। ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲାପରିଷଦ ଅଧ୍ଯକ୍ଷ ଦେବାଶିଷ ପଟ୍ଟନାୟକ,ଓ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଜିଲ୍ଲାର ବିଭିନ୍ନ କୋଣରୁ ପ୍ରତିଦିନ ଶହ ଶହ ରୋଗୀ ଆସି ଚିକିତ୍ସିତ ହେଉଥିଲା ବେଳେ ରୋଗୀ ମାନଙ୍କ ପାଇଁ ଗରମ ପାନୀୟ ଜଳର ବ୍ଯବସ୍ଥା ନ ଥିଲା। ଯାହାଫଳରେ ଗରମ ପାଣି ପାଇଁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଅସୁବିଧାକୁ ଅନୁଭବ କରି ସ୍ଥାନୀୟ ରୋଟାରୀ କ୍ଲବ୍, ନୟାଗଡ଼ ଗରମ ପାନୀୟ ଜଳ ଯୋଗାଇବା ପାଇଁ ମାନନୀୟା ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ମାନନୀୟା ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଚିକିତ୍ସାଳୟର ମଧ୍ଯ ଭାଗରେ ଏକ ଘର ଯୋଗାଇ ଦେଇଥିଲେ। ଯେଉଁ ଠାରେ ଉକ୍ତ ଗରମ ପାନୀୟ ଜଳ ଯୋଗାଣ ମେସିନ୍ ଟି ସ୍ଥାପନ କରାଯାଇଛି। ଆଜି ଠାରୁ ରୋଗୀମାନେ ଗରମ ପାଣି ପାଇଁ ଆଉ ବାହାରକୁ ଯାଇ ହଟହଟା ହେବାକୁ ପଡିବନି। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ସଂପାଦକ ମିହିର ରଂଜନ ନାୟକ, ରୋଟାରୀଆନ୍ ସୁବୋଧ କୁମାର ପଟ୍ଟନାୟକ, ଆରିଫ୍ ଖାଁ, ପ୍ରସନ୍ନ କୁମାର ବସନ୍ତିଆ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ମଦନମୋହନ ମହାପାତ୍ର, ବାସୁଦେବ ସାହୁ, ପ୍ରବୀର କୁମାର ପ୍ରୁଷ୍ଟି, ଶ୍ରୀକାନ୍ତ ଖଟେଇ, ଲକ୍ଷ୍ମୀନାରାୟଣ ରଥ, ଶ୍ରୀଧର ସାହୁ, ଜି. ରଶ୍ମୀରାଜ, କୁମାର ଦେବଦତ୍ତ, ରଜତ କୁମାର ମହାପାତ୍ର, ଜ୍ଯୋତିର୍ମୟ ପଟ୍ଟନାୟକ ଆଦି ବହୁ ରୋଟାରୀଆନ୍ ସହଯୋଗ କରିଥିଲେ।
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...