ଦଶପଲ୍ଲା,(ନୟାଗଡ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୀର୍ଘ ୬ବର୍ଷ ପରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦଶପଲ୍ଲା ସହରକୁ ନୂତନ ଏନ୍ଏସିର ମାନ୍ୟତା ପାଇବା ପରେ ଦଶପଲ୍ଲା ଗାନ୍ଧୀ ମଇଦାନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ । ୭କୋଟି ୮୭ଲକ୍ଷ ୭୯ ହଜାର ୬ଶହ ଟଙ୍କାର ଏହି ପ୍ରକଳ୍ପ ବିନିମୟରେ ୪ ମହଲା ବିଶିଷ୍ଟ କୋଠାଗୃହ ନିର୍ମାଣ ହେବା ସାଙ୍ଗକୁ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ । ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଉକ୍ତ କାର୍ଯ୍ୟ ପରିଚାଳନା କରିବ । ତେବେ ଭିତ୍ତିପ୍ରସ୍ତର ୬ବର୍ଷ ପୂର୍ବରୁ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ ଜମି ଅଧିଗ୍ରହଣ ଓ ଠିକା ପ୍ରସ୍ତାବରେ ତୃଟିଥିବା ଦର୍ଶାଇ ନ୍ୟାୟାଳୟରେ ମାମଲା ଯୋଗୁଁ ବିଳମ୍ବ ଘଟିଥିଲା । ଏହା ସମାଧାନ ହେବା ପରେ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ନଡିଆ ବାଡେଇ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନବକିଶୋର ସାହୁ, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ , ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...