ସ୍ବର୍ଣ୍ଣଭୂମି

ବିଶ୍ଵବନ୍ଦିତା ଅଭିନିନ୍ଦିତା,
ଅପରୂପ ମନଲୋଭା ।
ରତ୍ନ ଗରଭା ପୂର୍ଣ୍ଣ ପ୍ରତିଭା,
ଅନିନ୍ଦ୍ୟ କନକପ୍ରଭା ।।

ବିତ୍ତ ବିଭବ ଗାଥା ଗୌରବ,
ଶାନ୍ତି, ମୈତ୍ରୀ, ପ୍ରୀତି ଭରା ।
ବୀର ପ୍ରସବା ଶୋଭା ସୌରଭା,
ସତତ ଅମୀୟ ଧାରା ।।

ତୋ ମହୋଦଧୀ ଆଣେ ପ୍ରସିଦ୍ଧି,
ତୀରେ ତା ବିଶ୍ୱନିୟନ୍ତା ।
ପ୍ରତିଟି ତନ୍ତ୍ରେ ଏକତା ମନ୍ତ୍ରେ,
ଗୁଞ୍ଜରେ ଶାନ୍ତି ବାରତା ।।

କଳା ସଂସ୍କୃତି କାରୁ ସ୍ଥପତି,
ଅନନ୍ୟ ଏ ଧରାବୁକେ ।
ଜ୍ଞାନ ବିଜ୍ଞାନ ସତ୍ୟ ସମ୍ମାନ,
ବିଶ୍ୱରେ ସଦା ମହକେ ।।

ତୁ ପୂଣ୍ୟଭୂମି ତୁ ସ୍ଵର୍ଣଭୂମି,
ସର୍ବ ଶୋଭାର ପସରା ।
ନାହିଁ ତୁଳନା ଅବା କଳ୍ପନା,
ହୃଦୟ ତୋ ମଧୁଝରା ।।
★■★

ସୁରେଶ ଚନ୍ଦ୍ର ମହାରଣା
ସହକାରୀ ଶିକ୍ଷକ,
ଚକ୍ରଧରପ୍ରସାଦ ଉଚ୍ଚ ବିଦ୍ୟାଳୟ
ଭାପୁର, ନୟାଗଡ଼

Related posts