କଣ୍ଟିଲୋରେ ସ୍ଵସ୍ଥ ଭାରତ ମିଶନ ଅଭିଯାନର ଉଦଘାଟନ ସହିତ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟିଲୋ,(ନୟାଗଡ଼ ଦର୍ପଣ): କଣ୍ଟିଲୋ ସ୍ଥିତ ନୀଳମାଧବ ମହାବିଦ୍ୟାଳୟ ଠାରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଓ  ଦେଶରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଫିଟ୍ଇଣ୍ଡିଆ ଫ୍ରୀଡମ ରନର ଉଦଯାପନୀ ଏବଂ ସ୍ଵଚ୍ଛ ଭାରତ ମିଶନ ଅଭିଯାନର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳମାଧବ ମହାବିଦ୍ୟାଳୟର ଏନ୍.ସି.ସି., ଏନ.ଏସ. ଏସ., ୱାଇ. ଆର.ସି ୟୁନିଟ ଏବଂ ନୟାଗଡ଼ ନେହେରୁ ଯୁବକେନ୍ଦ୍ରର ୭୦ ଜଣ ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ନେହେରୁ ଯୁବକେନ୍ଦ୍ରେର ଜିଲ୍ଲା ଯୁବ ଅଧିକାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୀଳମାଧବ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଇଶ୍ୱରଚନ୍ଦ୍ର ଦାସଙ୍କ ସମେତ  ସମାଜ ବିଜ୍ଞାନ ଅଧ୍ୟାପକ ଦୀନବନ୍ଧୁ ସାହୁ, ବରିଷ୍ଠ କିରାଣି ଲକ୍ଷ୍ମୀଧର ଚିନାରା ଓ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ହୃଷିକେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ନିଜ ଅଭିଭାଷଣରେ  ପରିବେଶକୁ ସ୍ବଚ୍ଛ ରଖିବା ସହିତ ପ୍ରତ୍ୟେକ ଦିନ ବ୍ୟାୟାମ କରି ନିଜକୁ  ସୁସ୍ଥ ରଖିବା ପାଇଁଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବକ ଯୁବତୀ ମାନେ ମହାବିଦ୍ୟାଳୟ ପରିବେଶକୁ ସଫେଇ କରିଥିଲେ  ମହାବିଦ୍ୟାଳୟ ଠାରୁ ବାଣପୁର ଗ୍ରାମ ପର୍ଯ୍ୟନ୍ତ  ଫିଟ୍ ଇଣ୍ଡିଆର ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Related posts