ସାଇକେଲ ଚଳାଇ ସୁସ୍ଥ ରୁହନ୍ତୁ ଓ ଶକ୍ତି ସଂରକ୍ଷଣ ବାର୍ତ୍ତା ପ୍ରଦାନକଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସାଇକେଲ ଚଳାନ୍ତୁ ନିଜକୁ ସୁସ୍ଥ ରଖିବା ସହିତ ଦେଶର ଶକ୍ତି ସଂରକ୍ଷଣ ପାଇଁ ହାତବଢାନ୍ତୁ ର ବାର୍ତ୍ତା ପ୍ରଦାନ କଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ସୂଚନା କ୍ରମେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ପ୍ରାୟ ଏକ ଶହ ରୁ ଅଧିକ ଛାତ୍ର ଛାତ୍ରୀଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ  ବିଦ୍ୟାଳୟ ରୁ ରୋହିବାଙ୍କ ପରେ ବାଘୁଆଛକ ପର୍ଯ୍ୟନ୍ତ ସାଇକେଲ ଚଳାଇ ନିଜକୁ ସୁସ୍ଥ ରଖନ୍ତୁ ଓ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ସରନ୍ତି ଶକ୍ତିର ସଂରକ୍ଷଣ କରନ୍ତୁ ବାର୍ତ୍ତା ଦେଇ ସାଇକେଲ ରାଲି କରିଥିଲେ। ଏହି ରାଲିରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତି, ଓଡଗାଁ ବ୍ଲକ ସମ୍ବାଦ ସାହିତ୍ୟଘର ସଂଯୋଜକ ସୁନୀଲ ପଟ୍ଟନାୟକ, ବ୍ଲକ ସାମ୍ବାଦିକ ସଙ୍ଘ ସମ୍ପାଦକ ଗଣେଶ୍ୱର ସାହୁ, ବିଦ୍ୟାଳୟର ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଜୟଲଷ୍ମୀ ଦଳେଇ, ସୁଯ୍ୟମଣୀ ନାୟକ ଆଲୋକ ନାୟକ, ରାଧାଗୋବିନ୍ଦ ନାୟକ ପ୍ରଭୃତି ଯୋଗ ଦେଇଥିଲେ । ପ୍ରକାଶ ଥାଉକି ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣଆଫ୍ରିକା ଭଳି ବିକାଶଶୀଳ ଦେଶ ମାନଙ୍କୁ ନେଇ (ବ୍ରିକ୍ସ) ଦେଶମାନେ ପରିବେଶକୁ କ୍ଷତି ନ ପହଞ୍ଚାଇ ନିଜର ଜୀବନଶୈଳୀ, ଚଳଣି ଓ ଅଭ୍ୟାସ ପରିବର୍ତ୍ତନ ପାଇଁ ୭ ସୂତ୍ରୀ ବିଦ୍ୟୁତ ସଞ୍ଚୟ , ଜଳ ସଂରକ୍ଷଣ, ଖାଦ୍ୟ ନଷ୍ଟ ନ କରିବା, ଅଳିଆ ଆବର୍ଜନାର ସଠିକ ବିନିଯୋଗ ସାଙ୍ଗକୁ ହ୍ରାସ କରିବା ସହିତ ରି – ସାଇକେଲ ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। ଏହାରି ଉପରେ ପର୍ଯ୍ୟବେଶିତ ଶକ୍ତି ସଂରକ୍ଷଣ ପାଇଁ ଆଜି ଥିଲା ବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତା। ଏହା ପରେ ନଭେମ୍ବର ୨୯ ରେ ବ୍ଲକ ସ୍ତରୀୟ, ଡିସେମ୍ବର ୬ ରେ ଜିଲ୍ଲା ଓ ଡିସେମ୍ବର ୧୩ ରେ ରାଜ୍ୟ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ଜଣାପଡିଛି। ସମସ୍ତ କାର୍ଯ୍ୟକ୍ରମକୁ  ଶ୍ରୀ ସାହୁ ପରିଚାଳନା କରିଥିବାବେଳେ ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Related posts