ନୟାଗଡ଼,(ନୟାଗଡ଼ ଦର୍ପଣ): ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଠାରୁ ଏକ ମାସ ବ୍ୟାପୀ ଚାଲିଥିବା ‘ସ୍ୱଚ୍ଛତା ହିଁ ସେବା ଉତ୍ସବ’ ଅବସରରେ ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଡିଓ ଐଶ୍ୱର୍ଯ୍ୟା ଭୂଇଁୟା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦଳବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ, ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ବ୍ଲକ୍ ସହକାରୀ ଯନ୍ତ୍ରୀ ମୋନାଲିସା ଶତପଥୀ, ବ୍ଲକ୍ ବିଆର୍ସି ଦୀପକ କୁମାର ପଟ୍ଟନାୟକ, ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ସେହିପରି ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ପ୍ରଧାନ, ଯୁବ ସମାଜସେବୀ ଅବଦୁଲ୍ ଆହାଦ୍, ମୁବାସିରା ମଲ୍ଲିକ, ବିଶିଷ୍ଟ ସଂଗଠକ ଶେଖ୍ ଅବଦୁଲ୍ ମାଜିଦ୍, ସ୍ୱାଲେହୁଜ୍ଜମା, ରଜାକ୍ ଖାଁ, ବିଦ୍ୟାଳୟର ପୂର୍ବତନ ସଭାପତି ସନ୍ତୋଷ ସାହୁ ଓ ହାସିମ୍ ଖାଁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ସମସ୍ତେ ମିଳିତ ଭାବେ ବିଦ୍ୟାଳୟ ପରିସର ସଫେଇ କରିବା ସହ ରାସ୍ତାଘାଟରେ ଝାଡ଼ୁ ଦେଇ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ। ଏଥିସହିତ ବିଦ୍ୟାଳୟ ପରିସରରେ ‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରାଯାଇଥିଲା। ବିଡିଓ ଐଶ୍ୱର୍ଯ୍ୟା ଭୂଇଁୟା ଓ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ବୃକ୍ଷରୋପଣ କରିଥିଲେ।
ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସ୍ୱଚ୍ଛତାର ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ଚିତ୍ତରଞ୍ଜନ ବାରିକ୍, ଜିତେନ୍ଦ୍ର ଗୁରୁ, ସହକାରୀ ଶିକ୍ଷୟିତ୍ରୀ ମଗନମ୍ ଜାହାଁ, ତ୍ରିପୁରା ସେଠୀ ଓ ସୁଷମା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ।
