କୁନି ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନୟାଗଡ଼ର ଶିଶୁ କନ୍ୟା ମୀରା ବୈଷ୍ଣବୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଳତୀପୁର ଗାଁର ଶିଶୁ କନ୍ୟା ମୀରା ବୈଷ୍ଣବୀ ବେହେରା ନିଜର ଅସାଧାରଣ ସ୍ମରଣଶକ୍ତି ଓ ପ୍ରତିଭା ବଳରେ ୨୦୨୬ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ନୟାଗଡ଼ ପାଇଁ ଗୌରବ ଆଣିଛନ୍ତି।

ଅଳ୍ପ ବୟସରୁ ମୀରା ବୈଷ୍ଣବୀ ଅନର୍ଗଳ ଭାବେ ୨୮ଟି ରାଜ୍ୟ ଓ ସେଗୁଡ଼ିକର ରାଜଧାନୀର ନାମ, ୨୧ଟି ଜାତୀୟ ପ୍ରତୀକ ଓ ୨୧ଟି ଫଳର ନାମ କହିପାରୁଛନ୍ତି। ଏହା ସହିତ ୧୭ଟି ପ୍ରାଣୀ, ୨୦ଟି ପନିପରିବା, ୨୬ଟି ଭୌଗୋଳିକ ବସ୍ତୁ, ୬ଟି ଋତୁ, ୭ଟି ନର୍ସରୀ ରାଇମ୍ ଓ ୮ଟି ଗ୍ରହର ନାମ ମଧ୍ୟ ସହଜରେ କହିପାରୁଛନ୍ତି। ସେହିପରି ୧ରୁ ୩୦ ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟ ଅନର୍ଗଳ ଭାବେ ଗଣନା କରିପାରୁଛନ୍ତି। ତାଙ୍କର ଏହି ଅସାଧାରଣ ପ୍ରତିଭା ଓ ସ୍ମରଣଶକ୍ତି ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାର ସୁଯୋଗ ଦେଇଛି। ଏହି ସଫଳତା ପରେ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ୍ ସୃଷ୍ଟି ହୋଇଛି।

ଝିଅର ଏହି ଅପୂର୍ବ ସଫଳତାରେ ବାପା ସଞ୍ଜୀବ ବେହେରା ଓ ମା ବିଷ୍ଣୁପ୍ରିୟା ଗର୍ବିତ ହେବା ସହ ଖୁସି ପ୍ରକଟ କରିଛନ୍ତି। ଅଳ୍ପ ବୟସରେ ମୀରା ବୈଷ୍ଣବୀଙ୍କ ଏହି ପ୍ରତିଭା ଆଗାମୀ ଦିନରେ ତାଙ୍କୁ ଆହୁରି ବଡ଼ ସଫଳତା ଦେବ ବୋଲି ପରିବାର ଆଶା ପ୍ରକାଶ କରିଛି।

ବାପା ସଂଜୀବ ବେହେରା ଓ ମା ବିଷ୍ନୁପ୍ରିୟାଙ୍କ କୋଳରେ
ସାର୍ଟିଫିକେଟ ସହ କୁନି ପ୍ରତିଭା ମୀରା ବୈଷ୍ଣବି

Related posts