ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଳା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟିର ବୈଠକ କେ.ସି କ୍ଲବ ସଭାଗୃହରେ ବୁଧବାର ସନ୍ଧ୍ୟାରେ ସଭାପତି ଭାଗିରଥୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ମାସ ୨,୩, ୪ତାରିଖ ତିନିଦିନ ବ୍ୟାପୀ ଅଲ ଓଡ଼ିଶା ଓପନ୍ ସ୍କୁଲ ଚେସ ଟୁର୍ଣ୍ଣାମେଣ୍ଟ ଜିଲ୍ଳା ଚେସ ଆସୋସିଏସନ୍ ଏବଂ କେ.ସି କ୍ଳବର ମିଳିତ ଆନୁକୁଲ୍ୟର ଆୟୋଜିତ ହେବ। ଏହା କ୍ଲାସିକାଲ ଫରମାଟରେ ହେଵ ବୋଲି ସୁଚନା ମିଳିଛି। ଏପରିକି ସେପ୍ଟେମ୍ବର ମାସରୁ ପ୍ରତ୍ୟେକ ରବିବାର ଦିନ ୧୦ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ କେ.ସି କ୍ଲବ ପରିଷରରେ ନୟଗଡ ଜିଲ୍ଲାର ପିଲାମାନଙ୍କ ପାଇଁ ମାଗଣା ଚେସ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଉପସଭାପତି ବାଲାରସେନ୍ ପାତ୍ର, ଯୁଗ୍ମ ସମ୍ପାଦକ ଉମାକାନ୍ତ ମିଶ୍ର କାର୍ଯକାରୀ କମିଟି ସଭ୍ୟ ପ୍ରକାଶ ମାହାପାତ୍ର, ସଂଗ୍ରାମ କେଶରୀ ଗୁମାନ ସିଂ, ସଞ୍ଜୀବ କୁମାର ସ୍ବାଇଁ, ରାମକୃଷ୍ଣ ରଥଙ୍କ ସମେତ ରାଜ୍ୟ ଚେସ ଆସୋସିଏସନ୍ କାର୍ଯ୍ୟକାରୀ କମିଟି ସଭ୍ୟ ରିତେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ନୟାଗଡ ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ
