ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ୍ (ପିଟିଏସ୍)ର ପ୍ରିନ୍ସିପାଲ ଭବେଶ କୁମାର ନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ପୋଲିସ୍ ସେବା ଓ ଦକ୍ଷ ପ୍ରଶାସନିକ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ନୟାଗଡ଼ ପୋଲିସ୍ ମହଲ ଓ ବୁଦ୍ଧିଜୀବୀ ମହଲରେ ଖୁସି ପ୍ରକାଶ ପାଇଛି।
ଶ୍ରୀ ନାୟକ ଜଣେ ଦକ୍ଷ ଉପ ଦୁର୍ଗପତି ଭାବେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ନୟାଗଡ଼ ପିଟିଏସ୍ର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା, ଶୃଙ୍ଖଳା ଓ ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଛନ୍ତି। ପୋଲିସ୍ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ୱ ଦେଇ ସେ ପିଟିଏସ୍ର ସୁନାମ ବୃଦ୍ଧିରେ ଅବଦାନ ରଖିଛନ୍ତି।
ତାଙ୍କର ଉତ୍କୃଷ୍ଟ ସେବା ଓ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେଇ ରାଷ୍ଟ୍ରପତି ପଦକ ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିବାରୁ ନୟାଗଡ଼ ପାଇଁ ଏହା ଏକ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି। ଭବେଶ କୁମାର ନାୟକଙ୍କ ଏହି ସମ୍ମାନ ତାଙ୍କର ଦୀର୍ଘ ପୋଲିସ୍ ସେବା ପ୍ରତି ଏକ ଉଲ୍ଲେଖନୀୟ ସ୍ୱୀକୃତି ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।
ରାଷ୍ଟ୍ରପତି ପୁରସ୍କାର ପାଇବେ ନୟାଗଡ଼ ପିଟିଏସ୍ ପ୍ରିନ୍ସିପାଲ ଭବେଶ କୁମାର ନାୟକ
