ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ବାଇଧର ସାହୁଙ୍କ ପରଲୋକ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ବାଇଧର ସାହୁଙ୍କର ଗତ କାଲି ରାତ୍ର ୯ଟା ସମୟରେ ତାଙ୍କ ନିଜ ବାସଭବନରେ ପରଲୋକ ଘଟିଛି।

ଶ୍ରୀ ସାହୁ ଜଣେ ସୁଦକ୍ଷ, ନିଷ୍ଠାବାନ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ବହୁ ପିଢ଼ିର ଛାତ୍ରଛାତ୍ରୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ବିୟୋଗରେ ଶିକ୍ଷାଜଗତ, ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

ପରମପିତା ପରମେଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ।

Related posts